ପିଲାଙ୍କ ସାଥୀ ଇଣ୍ଟରନେଟ୍‌

ପୁଣି ବଢ଼ିଲା ଲକ୍‌ଡାଉନ୍‌ । ନା ସ୍କୁଲ୍‌ ନା କଲେଜ୍‌,
ନା ସମ୍ଭବ ହେଉଛି ବାହାରେ ଖେଳିବା ବୁଲିବା। ଏମିତିରେ ଇଣ୍ଟରନେଟ୍‌ ପାଲଟିଯାଇଛି ପିଲାମାନଙ୍କ ସାଥୀ। ହେଲେ ଅପରପକ୍ଷେ ଏହାର ଅଧିକ ବ୍ୟବହାର ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପକାଉଛି ନକାରାତ୍ମକ ପ୍ରଭାବ। ତେଣୁ ଏ ସମୟରେ ପିଲାମାନେ କିପରି ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ କମ୍‌ ଇଣ୍ଟରନେଟ୍‌ ବ୍ୟବହାର କରି ଅଧିକ ଉପକୃତ ହେବେ ସେ ଦିଗରେ ଅଭିଭାବକମାନେ ସଚେତନ ହେବା ଆବଶ୍ୟକ…

ଦୀର୍ଘଦିନ ଧରି କରୋନା ସଂକ୍ରମଣ ଭୟରେ ପିଲାମାନେ ଘରେ ରହୁଛନ୍ତି। ତେଣୁ ଅଭିଭାବକମାନେ ପିଲାଙ୍କୁ ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନ୍‌ କ୍ଲାସ୍‌ କରିବା, ଦୁନିଆ ବିଷୟରେ ଅପ୍‌ଡେଟ୍‌ ହେବା ସହ ପଢ଼ାଠାରୁ ଆରମ୍ଭ କରି କିଛି ନୂଆ ଶିଖିବା, ଖେଳିବା ଏବଂ ମନୋରଞ୍ଜନ କରିବା ଆଳରେ ଯୋଗାଇ ଦେଉଛନ୍ତି ମୋବାଇଲ୍‌, କମ୍ପ୍ୟୁଟର ଆଦି ଭଳି ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌। ହେଲେ ଏହା ଅପରପକ୍ଷେ ପିଲାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜାଉଛି। ତେଣୁ ପିଲା ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଅଭିଭାବକମାନେ କେତୋଟି ଦିଗ ପ୍ରତି ଧ୍ୟାନଦେବା ଆବଶ୍ୟକ…
– ପିଲା ଯେପରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହି ଇଣ୍ଟରନେଟ୍‌ ନ ଦେଖେ କିମ୍ବା ଭିଡିଓ ଗେମ୍‌ ନ ଖେଳେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏହା ଦ୍ବାରା କାନ୍ଧ, ଆଣ୍ଠୁ, ଅଣ୍ଟା ଓ ପିଠି ଜାକିହୋଇ ରହୁଥିବାରୁ ପିଲାବେଳୁ ଗଣ୍ଠି ଯନ୍ତ୍ରଣା ଦେଖାଦେଉଛି। ତା’ଛଡା ଶାରୀରିକ ପରିଶ୍ରମ ନ ହେବା ଏବଂ ଖେଳିବା ବେଳେ ଖାଇବା ଦ୍ୱାରା ମେଦବହୁଳତା ଦେଖାଦେଉଛି।
– ଅଧିକ ସମୟ ଇ-ଗ୍ୟାଜେଟ୍‌ ବ୍ୟବହାର ଯୋଗୁ ଅନେକେ ଖାଦ୍ୟପେୟ ସାଙ୍ଗକୁ ଶୋଇବାରେ ଅବହେଳା କରୁଛନ୍ତି। ଯାହାଫଳରେ ସେମାନଙ୍କଠାରେ ଚିଡିଚିଡା ଲାଗିବା, ଅବସାଦ, ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମୀ, ହୃଦ୍‌ ସମସ୍ୟା, ଆଖିତଳ କଳା ପଡିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେଉଛି। ତେଣୁ ପିଲାଙ୍କୁ ଯଥା ସମୟରେ ଶୋଇବା ପ୍ରତି ଯତ୍ନଶୀଳ ହୁଅନ୍ତୁ।
– ବର୍ତ୍ତମାନ ଅଧିକାଂଶ ପିଲା ଏତେମାତ୍ରାରେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି ଯେ, ଅନେକେ ଇଣ୍ଟରନେଟ୍‌ ଆଡିକ୍ସନ ଡିସ୍‌ଅର୍ଡର ରୋଗର ଶିକାର ହେଉଛନ୍ତି ା ହଠାତ୍‌ ସେମାନଙ୍କୁ ଏଥିରୁ ନିବୃତ୍ତ ରଖିଲେ ସେମାନଙ୍କଠାରେ ଚିଡିଚିଡା ହେବା, ବିନା କାରଣରେ ରାଗିବା କିମ୍ବା ଡିପ୍ରେସନ୍‌ ବା ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖାଯାଉଛି। ତେଣୁ ଆରମ୍ଭରୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ସେମାନଙ୍କ ଇଣ୍ଟରନେଟ୍‌ ବ୍ୟବହାର ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ।
– ସର୍ବପ୍ରଥମେ ପିଲାମାନେ ଇଣ୍ଟରନେଟ୍‌ର କିଭଳି ବ୍ୟବହାର କରୁଛନ୍ତି ତଦାରଖ କରନ୍ତୁ। ପିଲା ଯଦି ଗେମ୍‌ ଖେଳୁଛି ତେବେ କେଉଁଭଳି ଭିଡିଓଗେମ୍‌ ଖେଳୁଛି ପ୍ରଥମେ ତାହା ଦେଖନ୍ତୁ। କାରଣ ଯେଉଁମାନେ ବାରମ୍ବାର ଫାଇଟିଂ, ରେସିଂ ଆଦି ଗେମ୍‌ ଖେଳୁଛନ୍ତି ସେମାନଙ୍କ ମାନସିକ ସ୍ତରରେ ଏହାର ନକାରାମତ୍କ ପ୍ରଭାବ ପଡୁଛି। ଫଳସ୍ବରୂପ ମନରେ କ୍ରୋଧ, ହିଂସା ଭଳି ଭାବନା ସୃଷ୍ଟି ହେଉଛି ା ପିଲାର ସୁରକ୍ଷା ଦୃଷ୍ଟିରୁ ଏଥିପ୍ରତି ସଜାଗ ହୁଅନ୍ତୁ। କେବଳ ଏତିକି ନୁହେଁ ପିଲା ଖେଳୁଥିବା ଗେମ୍‌ର ରୁଲ୍‌ ଆଣ୍ଡ ରେଗୁଲେଶନ୍‌ ପଢିନିଅନ୍ତୁ। ଅଧିକାଂଶ ପିଲା ସ୍କୋର ବୋର୍ଡ ବଢାଇବା ଲାଗି ଅନ୍‌ଲାଇନ୍‌ରେ ହିଁ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ କମ୍ପିଟିଶନ୍‌ କରିଥାନ୍ତି। ଯଦି ଆପଣଙ୍କ ପିଲା ବି ଏପରି କରୁଥାନ୍ତି ତେବେ ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି କୌଣସି ପ୍ରକାର ସନ୍ଦେହ ଉପୁଜୁଛି ତେବେ ପିଲାଙ୍କୁ ଯଥା ଶୀଘ୍ର ସେଥିରୁ ମୁକୁଳାନ୍ତୁ। ଆପଣ ଚାହିଁଲେ ପ୍ୟାରେଣ୍ଟିଙ୍ଗ୍‌ କଣ୍ଟ୍ରୋଲ ଜରିଆରେ ମଧ୍ୟ ଆପଣ ପିଲାଙ୍କ ଅନ୍‌ଲାଇନ୍‌ ଗେମ୍‌ ଖେଳିବାର ସମୟସୀମା କମାଇପାରିବେ।
– ମନୋରଞ୍ଜନ ହେଉ ଅବା ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ଦୀର୍ଘ ସମୟ ମୋବାଇଲ୍‌ ବିଶେଷ କରି କମ୍ପ୍ୟୁଟର ବ୍ୟବହାର କରିବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଚକ୍ଷୁ ଉପରେ ପଡିଥାଏ। ଫଳରେ ଆଖି ଉପରେ ଚାପ ଲାଗିବା ସହ କ୍ଳାନ୍ତ ଲାଗିବା, ମୁଣ୍ଡ ବିନ୍ଧା ହେବା, ଝାପ୍‌ସା ଦେଖାଯିବା, ଆଖି ଶୁଖିଲା ହୋଇଯିବା ବା ଡ୍ରାଏ ଆଇଜ୍‌, ଡିପ୍ଲୋପିଆ ବା ଡବଲ୍‌ ଭିଜନ୍‌ (ଏକା ଥରକେ ଆଖି ଆଗରେ ଦୁଇଟି ଚିତ୍ର ଦେଖାଯିବା), ଆଖିକୁ ଆରାମ ନ ଲାଗିବା ବା କଷ୍ଟ ହୋଇ ପାଣି ବାହାରିବା ଭଳି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ପିଲାଙ୍କଠାରେ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅନ୍ଧାର ବା ଅଳ୍ପ ଆଲୋକରେ ମୋବାଇଲ୍‌, କମ୍ପ୍ୟୁଟର ଆଦି ବ୍ୟବହାର ନ କରିବାକୁ ପରାମର୍ଶ ଦିଅନ୍ତୁ। କମ୍ପ୍ୟୁଟର୍‌, ଟେଲିଭିଜନ ଓ ସେଲ୍‌ ଫୋନ୍‌ର ବ୍ୟବହାର କରିବା ବେଳେ ସିଟିଂ ପୋଜିସନ୍‌ ଠିକ୍‌ ରହିବା ସହ ସେଲ୍‌ଫୋନ୍‌ ଓ ଇ-ବୁକ୍‌ ପାଇଁ ୩୦ ସେ.ମି. ଦୂରତ୍ୱ ଓ ଡେସ୍କଟପ୍‌ କମ୍ପ୍ୟୁଟର ପାଇଁ ୫୦-୧୦୦ ସେ.ମି. ଦୂରତ୍ୱ ରଖିବାକୁ କୁହନ୍ତୁ ।
ଧ୍ୟାନ ଦିଅନ୍ତୁ…
ପିଲାଙ୍କ ରୁଚିକୁ ଗୁରୁତ୍ୱ ଦିଅନ୍ତୁ: ଅନ୍‌ଲାଇନ୍‌ କ୍ଲାସ୍‌ ସରିବା ପରେ ଆପଣଙ୍କ ପିଲା ଇଣ୍ଟରନେଟ୍‌ରେ କ’ଣ ଦେଖିବାକୁ ଭଲ ପାଉଛି ଜାଣନ୍ତୁ। ଯଦି ଆର୍ଟ ଏବଂ କ୍ରାଫ୍ଟ ଆଦି ଦେଖୁଛି ତେବେ ଇଣ୍ଟରନେଟ୍‌ ଦେଖି ନିଜେ କରିବାରେ ତାକୁ ପ୍ରୋତ୍ସାହନ ଦିଅନ୍ତୁ ଏବଂ ଏସବୁ କରିବାରେ ସାହାଯ୍ୟ କରନ୍ତୁ। ସେହିପରି ମ୍ୟୁଜିକ୍‌, ସଙ୍ଗ୍‌, ଡ୍ୟାନ୍ସ, ଆକ୍ଟିଙ୍ଗ୍‌ ଆଦିରେ ରୁଚିଥିଲେ ୟୁଟ୍ୟୁବ୍‌ରୁ ଦେଖି ଶିଖିବା ସହ ଅଭ୍ୟାସ କରିବାକୁ କୁହନ୍ତୁ। ଆପଣ ଚାହିଁଲେ ପିଲାଙ୍କୁ ଅଧିକ ଉତ୍ସାହିତ କରିବା ଲାଗି ଏସବୁର ଭିଡିଓ ମଧ୍ୟ କରିପାରିବେ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ଅପ୍‌ଲୋଡ ମଧ୍ୟ କରିପାରିବେ। ଏହାଦ୍ୱାରା ଘରେ ଥିଲେ ସୁଦ୍ଧା ସେମାନଙ୍କ ପ୍ରତିଭାର ବିକାଶ ହୋଇପାରିବ। ତେବେ ଏ ସବୁ କାର୍ଯ୍ୟପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ।
ପିଲାଙ୍କୁ ସମୟ ଦିଅନ୍ତୁ: ପିଲାଙ୍କର ଦୈନିକ ଇଣ୍ଟରନେଟ୍‌ ଆବଶ୍ୟକତା ଯଥା ଅନ୍‌ଲାଇନ୍‌ କ୍ଲାସ୍‌ କିମ୍ବା କିଛି ଶିଖିବା ଆଦି ପରେ ଅଧିକ ସମୟ ବ୍ୟବହାର ନ କରିବା ଲାଗି ଅଭିଭାବକଙ୍କୁ ସମୟ ଦେବା ଆବଶ୍ୟକ। ପିଲାଙ୍କୁ ଛୋଟ ଛୋଟ ଘରୋଇ କାର୍ଯ୍ୟରେ ଲଗାଇବା, ସେମାନଙ୍କ ସହ ମଜାମସ୍ତି କରିବା, ଇନ୍‌ଡୋର ଗେମ୍‌ ଆଦି ଖେଳିବା ଦରକାର।

କ’ଣ କରନ୍ତି ଏମାନେ…

ଟାଇମ୍‌ପାସ୍‌ର ଏକ ଭଲ ବିକଳ୍ପ ସାଜିଛି
କାବେରୀ ପଟ୍ଟନାୟକ(ଶିକ୍ଷୟିତ୍ରୀ, ଫୁଲନଖରା, କଟକ)- ଇଣ୍ଟରନେଟ୍‌ ସଭିଙ୍କ ପାଇଁ ଏକ ନିଶା। ବିଶେଷ କରି ୟୁଟ୍ୟୁବ୍‌ରେ ଆସୁଥିବା ବିଭିନ୍ନ ପ୍ରକାରର ଭିଡିଓ ଦେଖିଲେ ଯେ କେହି ବି ଏହାର ବଶବର୍ତ୍ତୀ ହୋଇପାରେ। ଏମିତିରେ ସ୍କୁଲ୍‌ ଯାଇ ନ ପାରୁଥିବାରୁ ପିଲାମାନଙ୍କ ପାଇଁ ଏବେ ଏହା ନା କେବଳ ଟାଇମ୍‌ପାସ୍‌ର ଏକ ଭଲ ବିକଳ୍ପ ସାଜିଛି ବରଂ ଏଥିରୁ ସେମାନେ ବହୁତ ନୂଆ ନୂଆ ଜିନିଷ ଶିଖିପାରୁଛନ୍ତି। ମୋ ଝିଅ ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ ବ୍ୟତୀତ ଅନ୍ୟ ସମୟରେ ଇଣ୍ଟରନେଟ୍‌ ବ୍ୟବହାର କରେ। ଏଥିରୁ ନିଜ ରୁଚି ଥିବା ବିଭିନ୍ନ ଜିନିଷ ଶିଖିବା ହେଉ କିମ୍ବା ମୁଡ୍‌ଫ୍ରେଶ୍‌ ଲାଗି କିଛି ସମୟ ଗେମ୍‌ ଖେଳିବା ତଥା ଫନୀ ଭିଡିଓ ଦେଖିବାକୁ ସୁଯୋଗ ଦିଏ। ହେଲେ ଦୀର୍ଘ ସମୟ ଧରି ଯେପରି ଏହାକୁ ବ୍ୟବହାର ନ କରେ ସେଥିପ୍ରତି ସର୍ବଦା ଯତ୍ନଶୀଳ ଥାଏ।
ଅଭିଭାବକ ସଚେତନ ହେବା ଜରୁରୀ
ନୀଳିମା ପାତ୍ର(ଗୃହିଣୀ, ମହାବୀର ପଡ଼ା, ଭବାନୀପାଟଣା)- ପ୍ରାୟ ଦେଢ ବର୍ଷ ହେବ ସ୍କୁଲ୍‌ ବନ୍ଦ ଥିବାରୁ ସବୁ ପିଲାଙ୍କୁ ଘରେ ରହିବାକୁ ପଡୁଛି। ତେଣୁ ବୋର୍‌ ନ ହେବା ଲାଗି ସେମାନେ ମୋବାଇଲ୍‌ରେ ଅଧିକ ସମୟ ବିତାଉଛନ୍ତି। ହେଲେ ଏହା ଯେପରି ସେମାନଙ୍କ ଆଡିକ୍ସନ ନ ପାଲଟେ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜେ ସେଥିପ୍ରତି ସର୍ବଦା ସଜାଗ ରହିଥାଏ। ଅନ୍‌ଲାଇନ୍‌ କ୍ଲାସ୍‌ ପରେ ଝିଅକୁ ୟୁଟ୍ୟୁବ୍‌ରୁ ପେଣ୍ଟିଂ ଶିଖିବା ଲାଗି କିଛି ସମୟ ମୋବାଇଲ୍‌ ଦେଇଥାଏ। ଏହା ବ୍ୟତୀତ ଅନ୍ୟ ସମୟରେ ପିଲାଙ୍କୁ ଛୋଟ ଛୋଟ ଘର କାମ କରିବାକୁ ଉତ୍ସାହିତ କରେ। ସମୟ ବାହାର କରି ସେମାନଙ୍କ ସହ ବିଭିନ୍ନ ଇନ୍‌ଡୋର୍‌ ଗେମ୍‌ ମଧ୍ୟ ଖେଳେ। ମୋ ମତରେ ଅଭିଭାବକ ସଚେତନ ହେଲେ ପିଲାମାନେ ଇଣ୍ଟରନେଟ୍‌ର ସଦୁପଯୋଗ କରିପାରିବେ ସେଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri