ନିଆରା ଢଙ୍ଗରେ ଶିଶୁ ଦିବସ ପାଳିତ

ତୁମୁଡିବନ୍ଧ,୧୪।୧୧: (ଦୀପକ କୁମାର ପରାସେଠ)-ଆଜି ପଲ୍ଲୀରୁ ସହର ସବୁ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ସେହିପରି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଭିତର ଅଂଚଳ ଭାବେ ପରିଚିତ ଝିରିପାଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଶୁକ୍ରବାର ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଛି। ପୁରାତନ ଛାତ୍ରୀଛାତ୍ର, ପୁରାତନ ଶିକ୍ଷୟିତ୍ରୀଶିକ୍ଷକ ମାନଙ୍କୁ ନେଇ ଶିଶୁ ଦିବସ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ପ୍ରକାନ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଷଡଙ୍ଗୀ, ମୁଖ୍ୟ ବକ୍ତା ଭାବେ ଝିରିପାଣି ସିଆରସିସି ଭାସ୍କର ଚନ୍ଦ୍ର ସଂଗ୍ରାମ ସିଂ,ସମ୍ମାନିତ ଅତିଥି ଭାବେ ଶିକ୍ଷକ ପୁରେନ୍ଦ୍ର କୁମାର ସିଂ,ଗୌରୀ ଶଙ୍କର ନାୟକ, ଗୋପାଳ ନାୟକ, ମୋହନ ମୁରାରୀ ସିଂ, ଜଳେନ୍ଦ୍ର ପରାସେଠ, ବିଜୟ କୁମାର ଦାସ ଏବଂ ସ୍କୁଲ ପରିଚାଳନା କମିଟିର ପୂର୍ବତନ ସଭାପତି ବଳିନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟବକ୍ତା ଷଡଙ୍ଗୀ କହିଥିଲେ, ଯେତେବେଳେ ଏହି ଅଞ୍ଚଳକୁ ରାସ୍ତ ନ ଥିଲା, ଯାନ ବାହାନ ତ ସ୍ବପ୍ନ ପାଲଟି ଥିଲା ସେ ସମୟରେ ବହୁ କଷ୍ଟରେ ଆସି ପିଲାମାନଙ୍କୁ ପାଠ ପଢ଼ାଇଛୁ। ସେହି ଦିନଟି ସ୍ମୁତି ହୋଇ ରହିଛି। ଯାହା ହେଉ ଆଜି ମୋର ଛାତ୍ରୀଛାତ୍ରମାନେ ଭଲ ପାଠ ପଢି ଭଲ ମଣିଷ ହେବା ଓ ଅଞ୍ଚଳର ବିକାଶ ପାଇଁ ଆଗେଇ ଆସିଛନ୍ତି। ଏଠି ଉପସ୍ଥିତ ଥିବା କୁନି କୁନି ପିଲାମାନଙ୍କୁ ମୋର ଉପଦେଶ ଯେ, ଭଲ ମଣିଷ ହେବା ପାଇଁ ସ୍ବପ୍ନ ଦେଖ ଓ ସାକାର କର। ତାହାହେଲ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ସେହିପରି ମୁଖ୍ୟବକ୍ତା ସିଂ କହିଛନ୍ତି ଯେ. ଏହି କାର୍ଯ୍ୟକ୍ରମ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ନୂଆ ଭାବେ କରାଯାଇଛି। ଏହି ଶିଶୁ ଦିବସରେ ଏହି କୁନି କୁନି ପିଲାମାନଙ୍କୁ ଆଗାମୀ ଦିନର ଆଶା ଓ ଆକାଂକ୍ଷା ପୂରଣର ବାର୍ତ୍ତା ବହ ହେବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, କାରକୁ ଘୋଷାଡ଼ି…

ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ​ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ...

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ…

କେନ୍ଦ୍ରାପଡ଼ା, ୨୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର...

ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା...

ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ବସିଲେ ଚାଷୀ

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ):ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଲର୍ସଙ୍କ ମନମାନି ଯୋଗୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ଏହାର ପ୍ରତିବାଦରେ ସୋମବାର...

ବିଡିଓଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମନାଥ, ବାନ୍ଧିଲା ପୋଲିସ

ନୂଆପଡ଼ା,୨୦ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ବ୍ଲକ ବିଡିଓ ରୋହିତ ଭୋଇଙ୍କୁ ସୋମବାର ଜଣେ ଯୁବକ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri