୧,୨,୩ ନା ୫ ବର୍ଷ ପାଇଁ କରିବେ FD? ଜାଣନ୍ତୁ କେଉଁଟି ଅଧିକ ଲାଭଦାୟକ, ବୁଝନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୧୪।୧୧: ଦେଶବ୍ୟାପୀ ନିବେଶକାରୀଙ୍କ ମଧ୍ୟରେ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ (ଏଫ୍‌ଡି)ର କ୍ରେଜ୍ ରହିଛି।  ଏହାର କାରଣ ହେଉଛି ବ୍ୟାଙ୍କ ଏଫ୍‌ଡି ନିବେଶକାରୀଙ୍କୁ ସୁରକ୍ଷିତ ନିବେଶ ସହିତ ନିର୍ଦ୍ଦିଷ୍ଟ ରିଟର୍ଣ୍ଣ ଦେଇଥାଏ। ତେଣୁ ଛୋଟଠାରୁ ବଡ଼ ନିବେଶକ ନିଜ ସଞ୍ଚୟ ଅନୁଯାୟୀ ଏଫ୍‌ଡିରେ ନିବେଶ କରନ୍ତି। ଏଫ୍‌ଡିର ଏହି ପ୍ରବଳ ଚାହିଦାର ପ୍ରଭାବ ହେଉଛି ଯେ, ଅନେକ ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ଏଫ୍‌ଡି ଅଫର୍ କରୁଛନ୍ତି। ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, କୌଣସି ନିବେଶକ କେଉଁ ଅବଧିର ଏଫ୍‌ଡି ବାଛିବେ। ୧, ୨, ୩ କିମ୍ବା ୫ ବର୍ଷର ଏଫ୍‌ଡି ଅବଧି ବାଛିବାରେ କେଉଁ କଥାଗୁଡ଼ିକୁ ଧ୍ୟାନ ଦେବା ଉଚିତ୍, ହୋଇପାରେ ଏହି ପ୍ରଶ୍ନର ଉତ୍ତର ଆପଣ ମଧ୍ୟ ଖୋଜୁଛନ୍ତି।
ପ୍ରଥମେ ନିଜର ଆର୍ଥିକ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ
ଆର୍ଥିକ ବିଶେଷଜ୍ଞଙ୍କ ମତରେ, କୌଣସି ନିବେଶକ ଏଫ୍‌ଡି କରିବା ପୂର୍ବରୁ ଆର୍ଥିକ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଉଚିତ୍। ଅର୍ଥାତ୍ ଯେଉଁ ଟଙ୍କା ସେ ଏଫ୍‌ଡିରେ ନିବେଶ କରୁଛନ୍ତି, ତା’ର ଆବଶ୍ୟକତା ତାଙ୍କୁ କେବେ ପଡ଼ିବ ତାହା ନିଷ୍ପତ୍ତି କରିବା ଦରକାର। ସେହି ଅନୁଯାୟୀ ଏଫ୍‌ଡିର ଅବଧି ବାଛିବା ଉଚିତ୍। ଏପରି କରିବା ଦ୍ୱାରା ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ ମିଳିବ। ସହିତ ଟଙ୍କାର ଆବଶ୍ୟକତା ଏବଂ ନିବେଶ ମଧ୍ୟରେ ସଠିକ୍ ସମନ୍ୱୟ ରକ୍ଷା କରିପାରିବେ। ଅନେକ ସମୟରେ ନିବେଶକ ବିନା ଭାବିଚିନ୍ତି ଏଫ୍‌ଡି କରିଦିଅନ୍ତି। ପରେ ଟଙ୍କାର ଆବଶ୍ୟକତା ହେଲେ ସମୟ ପୂର୍ବରୁ ଏଫ୍‌ଡି ଭାଙ୍ଗି ଦିଅନ୍ତି। ଏହାଦ୍ୱାରା ସେମାନଙ୍କୁ କ୍ଷତି ସହିବାକୁ ପଡ଼େ। ବ୍ୟାଙ୍କ ପ୍ରି-ୱିଡ୍ରଅଲ୍ ପାଇଁ ଦଣ୍ଡ ଆଦାୟ କରନ୍ତି। ଏହାଦ୍ୱାରା ନିବେଶକମାନଙ୍କୁ କମ୍ ରିଟର୍ଣ୍ଣ ମିଳେ।
ଏକମୁଷ୍ଟ ରାଶି ଗୋଟିଏ ଏଫ୍‌ଡିରେ ନିବେଶ କରନ୍ତୁ ନାହିଁ
ବ୍ୟାଙ୍କିଙ୍ଗ୍ ବିଶେଷଜ୍ଞଙ୍କ ମତରେ, ଯଦି କୌଣସି ନିବେଶକଙ୍କୁ ୫ ଲକ୍ଷ ଟଙ୍କାର ଏଫ୍‌ଡି କରିବାକୁ ପଡ଼ୁଛି, ତେବେ ଗୋଟିଏ ଏଫ୍‌ଡିରେ ନିବେଶ କରିବା ଉଚିତ୍ ନୁହେଁ। ସେ ସେହି ଟଙ୍କାକୁ ଭିନ୍ନ ଭିନ୍ନ ଅବଧିର ଏଫ୍‌ଡିରେ ନିବେଶ କରନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ରିଟର୍ଣ୍ଣ ପାଇବାରେ ସାହାଯ୍ୟ ମିଳିବ। ଭିନ୍ନ ଭିନ୍ନ ବ୍ୟାଙ୍କରେ ଏଫ୍‌ଡି କରି ଏଫ୍‌ଡି ଲାଡର୍ ଷ୍ଟ୍ରାଟେଜି ଅବଲମ୍ବନ କରିବା ଉତ୍ତମ ରିଟର୍ଣ୍ଣ ଏବଂ ଲିକ୍ୟୁଇଡିଟି ଉଭୟ ପାଇଁ ଲାଭଦାୟକ ହୋଇପାରେ।
ଆପଣଙ୍କୁ ଜଣାଇଦେଉଛୁ ଯେ, ଏଫ୍‌ଡି ଲାଡର୍ ଷ୍ଟ୍ରାଟେଜି ଏକ ଏପରି ନିବେଶ ଯୋଜନା ଯେଉଁଠାରେ ଆପଣ ନିଜର ସମସ୍ତ ଟଙ୍କା ଗୋଟିଏ ଅବଧିର ଏଫ୍‌ଡିରେ ଲଗାଇବା ପରିବର୍ତ୍ତେ, ତାହାକୁ ଅନେକ ଭିନ୍ନ ଅବଧି (ଟେନ୍ୟୁର୍)ରେ ବାଣ୍ଟି ଦିଅନ୍ତି।

ଅବଧିର ଚୟନ କିପରି କରିବେ

  • ୧ ବର୍ଷର ଏଫ୍‌ଡି: ଯଦି ସ୍ୱଳ୍ପ ଅବଧିରେ ଟଙ୍କାର ଆବଶ୍ୟକତା ରହିଛି, ତେବେ ୧ ବର୍ଷର ଏଫ୍‌ଡି ଠିକ୍। ଏହାର ଲାଭ ହେଉଛି ଏହା ଶୀଘ୍ର ମ୍ୟାଚ୍ୟୋର୍ ହୋଇଥାଏ, ଆବଶ୍ୟକ ହେଲେ ରିନ୍ୟୁ କରାଯାଇପାରେ।
  • ୨ କିମ୍ବା ୩ ବର୍ଷର ଏଫ୍‌ଡି: ୨ରୁ ୩ ବର୍ଷର ଏଫ୍‌ଡିକୁ ମଧ୍ୟମ ଅବଧିର ଉତ୍ତମ ବିକଳ୍ପ ଭାବେ ଗଣାଯାଏ। ଏହି ଏଫ୍‌ଡି ଉପରେ ଅଧିକାଂଶ ବ୍ୟାଙ୍କ ସବୁଠାରୁ ଉତ୍ତମ ସୁଧ ଅଫର୍‌ କରନ୍ତି।  ଯେଉଁ ନିବେଶକମାନଙ୍କୁ ସ୍ଥିରତା ଏବଂ ଠିକ୍ ଠାକ୍ ସୁଧ ଦରକାର, ସେମାନଙ୍କ ପାଇଁ ଏହି ଅବଧି ଉତ୍ତମ ରହିଥାଏ।
  • ୫ ବର୍ଷର ଏଫ୍‌ଡି: ଦୀର୍ଘ ଅବଧିର ସୁରକ୍ଷିତ ନିବେଶ ଚାହୁଁଥିବା ନିବେଶକମାନଙ୍କ ପାଇଁ ଏହି ଏଫ୍‌ଡି ସର୍ବୋତ୍ତମ। ୫ ବର୍ଷର ଏଫ୍‌ଡି ଉପରେ ଟ୍ୟାକ୍ସ ଛାଡ଼ର ଲାଭ ମଧ୍ୟ ମିଳିଥାଏ। ୧.୫ ଲକ୍ଷ ଟଙ୍କା ନିବେଶ କରି ଟ୍ୟାକ୍ସ ଛାଡ଼ର ଲାଭ ନେଇହେବ।

ଏଫ୍‌ଡି କରିବା ପୂର୍ବରୁ ସୁଧ ହାରର ତୁଳନା କରନ୍ତୁ:

ଆର୍ଥିକ ବିଶେଷଜ୍ଞଙ୍କ ମତରେ, ଅନେକ ଲୋକ ଏଫ୍‌ଡି କରିବା ପୂର୍ବରୁ ସୁଧକୁ ନେଇ ଅନୁସନ୍ଧାନ କରନ୍ତି ନାହିଁ। ଏହା ସମ୍ପୂର୍ଣ୍ଣ ଭୁଲ୍। ଯଦି ଆପଣ ଏଫ୍‌ଡି ଉପରେ ଉତ୍ତମ ରିଟର୍ଣ୍ଣ ନେବାକୁ ଚାହୁଁଛନ୍ତି, ତେବେ ସୁଧ ହାରର ତୁଳନା ନିଶ୍ଚୟ କରନ୍ତୁ। ଯେଉଁଠାରେ ଅଧିକ ସୁଧ ମିଳୁଛି, ସେଠାରେ ଏଫ୍‌ଡି କରାନ୍ତୁ। ଏପରି କରି ଆପଣ ଉତ୍ତମ ରିଟର୍ଣ୍ଣ ପାଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?