Categories: ଜାତୀୟ

ଦିବ୍ୟାଙ୍ଗ ସନ୍ତାନଙ୍କୁ ମିଳିବ ଆଜୀବନ ପାରିବାରିକ ପେନସନ୍‌ …

ଲକ୍ଷ୍ନୌ, ୧୬।୬ : ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗ ସନ୍ତାନ ଅବସରପ୍ରାପ୍ତ କିମ୍ବା ମୃତ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀଙ୍କୁ ପରିବାରିକ ପେନସନ ସମ୍ବନ୍ଧରେ ସରକାର ଆୟର ମାନଦଣ୍ଡ ସ୍ଥିର କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ମୃତ ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀଙ୍କ ଦିବ୍ୟାଙ୍ଗ ସନ୍ତାନ ଆଜୀବନ ପାରିବାରିକ ପେନସନ ପାଇବେ।

ନିର୍ଦ୍ଦେଶ ଅନୁଯାୟୀ, ଯଦି ଦିବ୍ୟାଙ୍ଗ ଶିଶୁର ସାମଗ୍ରିକ ଆୟ ସାଧାରଣ ହାରରେ ଗ୍ରହଣୀୟ ପରିବାର ପେନସନ ଠାରୁ କମ ତେବେ ସେ ଏହି ସୁବିଧା ପାଇବେ। ଏହି ପରିପ୍ରେକ୍ଷୀରେ ଏହି ଆଦେଶ ପ୍ରଦାନ ତାରିଖ ଠାରୁ ଆର୍ଥିକ ଲାଭ ପ୍ରଦାନ କରାଯିବ ଏବଂ ସରକାରୀ କର୍ମଚାରୀ, ପେନସଭୋଗୀ କିମ୍ବା ପୂର୍ବତନ ପେନସନଭୋଗୀଙ୍କ ମୃତ୍ୟୁ ଦିନଠାରୁ ଏହା ଜାରି ରହିବ।

Share