୫ ବର୍ଷରୁ କମ୍‌ ବୟସ୍କ ଛୋଟପିଲା ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ: ଡିଜିଏଚଏସ୍‌…

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ(ଡିଜିଏଚଏସ୍‌) ପକ୍ଷରୁ କରୋନା ଲକ୍ଷଣ ପ୍ରକାଶ ପାଇଥିବା ଅବା ବିନା ଲକ୍ଷଣରେ ଆକ୍ରାନ୍ତ ହୋଇଥିବା ଛୋଟପିଲାଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ସୂଚିତ ହୋଇଛି ଯେ, ୫ ବର୍ଷ ଅବା ଏହାଠାରୁ କମ୍‌ ବୟସ୍କ ଛୋଟପିଲାଙ୍କ ଲାଗି ମାସ୍କ୍‌ ପିନ୍ଧିବା ଜରୁରୀ ନୁହେଁ। ତେବେ ୬ରୁ ୧୧ ବର୍ଷ ବୟସ୍କ ଛୋଟପିଲା ଆବଶ୍ୟକ ସ୍ଥଳେ ମାସ୍କ୍‌ ପିନ୍ଧି ପାରିବେ। ଏଭଳି ପିଲାମାନେ ଅଭିଭାବକଙ୍କ ତତ୍ତ୍ୱାବଧ୍ୟାନରେ ରହିବା ସହିତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Share