ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନ କରିଥାନ୍ତି ବେଶୀ ଟଙ୍କା ରୋଜଗାର, ରିପୋର୍ଟରୁ ସ୍ପଷ୍ଟ, ଜାଣନ୍ତୁ କାରଣ

ଓ୍ବାଶିଂଟନ୍‌,୧୦।୨: ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନମାନେ କମ୍‌ ଆକର୍ଷଣୀୟ ଦେଖାଯାଉଥିବା ମାତାପିତାଙ୍କ ସନ୍ତାନଙ୍କ ଠାରୁ ବେଶୀ ସୁନ୍ଦର ଦେଖାଯିବା ସହ ଭଲ ରୋଜଗାର କରନ୍ତି କି? ଏନେଇ ସବୁଠି କଳ୍ପଜଳ୍ପନା ଚାଲୁଥିବାବେଳେ ଅନେକ ସ୍ଥାନରେ ଏହାର ଛାପ ଦେଖିବାକୁ ମିଳୁଛି। ଆପଣ ଯେ କେଉଁଠି ବି ସୁନ୍ଦର ଦମ୍ପତି ଦେଖନ୍ତୁ ତାଙ୍କର ସନ୍ତାନମାନେ ମଧ୍ୟ ତାଙ୍କ ଠୁ ବେଶୀ ସୁନ୍ଦର ଦେଖାଯାନ୍ତି। ଆଉ ସେମାନେ କମ୍‌ ସୁନ୍ଦର ଦେଖାଯାଉଥିବା ଦମ୍ପତିଙ୍କ ସନ୍ତାନଙ୍କ ଠାରୁ ମୋଟା ଅଙ୍କର ଦରମାରେ ଚାକିରୀ ମଧ୍ୟ କରିଥାନ୍ତି। ଏକଥା ଆମେ କହୁନୁ। ନିକଟରେ ଏକ ଅଧ୍ୟୟନରେ ଏସମ୍ପର୍କରେ ଖୁଲାସା ହୋଇଛି।

ଆମେରିକା ସ୍ଥିତ ନ୍ୟାଶନାଲ ବ୍ୟୁରୋ ଅଫ୍‌ ଇକୋନମିକ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି କି, ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନମାନେ କମ୍‌ ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ତୁଳନାରେ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ‘ଦି ଇକୋନମିକ ଇମ୍ପପ୍ୟାକ୍ଟ ଅଫ୍‌ ହେରିଟେବୁଲ ଫିଜିକଲ ଷ୍ଟେଟସ୍‌: ହଟ୍‌ ପ୍ୟାରେଣ୍ଟେସ, ରିଚ୍‌ କିଡ୍‌’ ନାମକ ଅଧ୍ୟୟନରେ ଏସମ୍ପର୍କରେ ଖୁଲାସା ହୋଇଛି। ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଆମେରିକା, ଚାଇନା ସମେତ ବିଶ୍ୱର ସମସ୍ତ କୋଟିପତି ମାତାପିତାଙ୍କୁ ନେଇ ଗବେଷଣା କରିଥିଲେ। ଯେଉଁଥିରେ ଜଣାପଡିଥିଲା କି, କମ୍‌ ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ତୁଳନାରେ ଅଧିକ ସୁନ୍ଦର ଦେଖାଯାଉଥିବା ମାତାପିତାଙ୍କ ସନ୍ତାନଙ୍କ ବାର୍ଷିକ ଆୟ ପ୍ରତିବର୍ଷ ୨୩୦୦ ଡଲାରରୁ ଅଧିକ ବୃଦ୍ଧି ପାଉଛି।

ୟୁରୋନ୍ୟୁଜକୁ ସାକ୍ଷାତକାର ଦେଇ ଗବେଷଣାର ମୁଖ୍ୟ ତଥା ଅର୍ଥଶାସ୍ତ୍ରୀ ଡାନିଆଲ ହେମରମେଶ କହିଛନ୍ତି, ସମ୍ପତ୍ତି ଓ ସଞ୍ଚୟ ପରେ ଅଧିକ ସୁନ୍ଦର ଦେଖାଯିବାକୁ ବଂଶଗତ ସମ୍ପତ୍ତି ବୋଲି କୁହାଯାଏ। ପିଢି ପରେ ପିଢି ଏହାର ଯୋଗଦାନ ଥାଏ। ଅଧ୍ୟୟନରୁ ଜଣାପଡିଛି କି, ବେଶୀ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତିଙ୍କ ଜୀବନ ଯାକ ଆର୍ଥିକ ଓ ବ୍ୟବସାୟିକ ରୂପେ ସଫଳ ହେବା ସହ ଅଧିକ ଟଙ୍କା କମାଇବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri