ଯୁଦ୍ଧରେ ଅଧିକ ପ୍ରଭାବିତ ହୁଅନ୍ତି ଶିଶୁ: ମଲାଲା…

ଲଣ୍ଡନ,୧୧।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ତୁରନ୍ତ ଅସ୍ତ୍ରବିରତି କରିବାକୁ କହିଛନ୍ତି। ସେ କହିଛନ୍ତି ଯେତେବେଳେ ବି ଯୁଦ୍ଧ ହୁଏ, ଶିଶୁମାନେ ଅଧିକ ପ୍ରଭାବିତ ହୋଇଥାନ୍ତି। ଯୁଦ୍ଧ ଅଞ୍ଚଳରେ ଶାନ୍ତି ଏବଂ ନ୍ୟାୟ ପାଇବାକୁ ଆଶା କରୁଥିବା ଲୋକଙ୍କ ପାଇଁ ସେ ଦଃଖିତ ବୋଲି ମଲାଲା କହିଛନ୍ତି।

ସୋସିଆଲ ମିଡିଆ ସାଇଟ ଏକ୍ସ ରେ ମଲାଲା ଲେଖିଛନ୍ତି ଯୁଦ୍ଧରେ ଫସି ରହିଥିବା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଶିଶୁମାନଙ୍କ ବିଷୟରେ ସେ ଚିନ୍ତା କରୁଛନ୍ତି। ସେ କହିଛନ୍ତି ଯୁଦ୍ଧ ଶିଶୁମାନଙ୍କୁ କେବେ ବି ସୁରକ୍ଷା ପ୍ରଦାନ କରେ ନାହିଁ।

ଯୁଦ୍ଧରେ ଶିଶୁମାନଙ୍କୁ ବନ୍ଧକ ରଖାଯାଇଥିଲା। ସେମାନେ ଏୟାର ଷ୍ଟ୍ରାଇକ ପରେ ଲୁଚି ରହିଥିଲେ। ଖାଦ୍ୟ ଏବଂ ଜଳ ବିନା ଗାଜାରେ ଲୁଚି ରହିଥିବା ଶିଶୁମାନଙ୍କୁ ରକ୍ଷା କରାଯାଇ ନ ଥିଲା। ମଲାଲା କହିଛନ୍ତି ଶାନ୍ତି ଏବଂ ନ୍ୟାୟ ଚାହୁଁଥିବା ସମସ୍ତ ପିଲା ଏବଂ ଲୋକଙ୍କ ପାଇଁ ଆଜି ସେ ଦୁଃଖିତ।

ଇସ୍ରାଏଲର ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ହମାସ ଆତଙ୍କବାଦୀମାନେ ପ୍ରାୟ ୪୦ ଶିଶୁଙ୍କୁ ହତ୍ୟା କରିଥିଲେ। ଏହି ଦୃଶ୍ୟ କଳ୍ପନା ବାହାରେ ଥିଲା। ଏହି ଭୟଙ୍କର ଦୃଶ୍ୟକୁ ବର୍ଣ୍ଣନା କରିବାବେଳେ କିଛି ସୈନିକ କହିଥିଲେ ସେମାନେ ମଧ୍ୟ କିଛି ପିଲାମାନଙ୍କ ମୃତଦେହ ପାଇଛନ୍ତି ଏସବୁର ମୁଣ୍ଡ କାଟି ଦିଆଯାଇଛି। ଶୋଇବା ସମୟରେ ବହୁ ପରିବାରକୁ ଗୁଳି କରି ହତ୍ୟା କରାଯାଇଥିଲା।

Share