Categories: ଜାତୀୟ

ତୃତୀୟ ଲହର ପିଲାଙ୍କ ପାଇଁ ବିପଦ

ନୂଆଦିଲ୍ଲୀ,୧୬।୭: ପିଲାମାନେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ଉପଯୁକ୍ତ ଯୋଜନା ଦରକାର। ବର୍ତ୍ତମାନ ଦେଶର କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ।

ଦେଶର ବିଭିନ୍ନ ଜିଲାରେ କୋଭିଡ୍‌ ସଂକ୍ରମିତ ହାର ୧୦ ପ୍ରତିଶତରୁ ଅଧିକ ରହୁଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ପ୍ରକ୍ରିୟା ଶେଷ ହେଉଥିବାରୁ ଲୋକେ ମାସ୍କ ପିନ୍ଧୁ ନାହାନ୍ତି। ମାସ୍କ ବ୍ୟବହାର ଆଜି ଜୀବନରେ ସାଧାରଣ ହୋଇଗଲାଣି। କରୋନାର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ। ସାମ୍ଭବ୍ୟ ତୃତୀୟ ଲହର ଲାଗି ରାଜ୍ୟ ସରକାରଙ୍କୁ ସ୍ବାସ୍ଥ୍ୟସେବାର ଭିତ୍ତିଭୂମିର ଉନ୍ନତି ଉପରେ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା, କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର କୋଭିଡ୍‌ ସ୍ଥିତିର ସମ୍ମୀକ୍ଷା କରିଥିଲେ।

Share