ବିଦ୍ୟାଳୟରେ ତାଲା ପକାଇ ବାହାରେ ବସିଲେ ପିଲା

ଦେବଗଡ଼,୧୪ା୧୨(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଦେବଗଡ଼ ଜିଲା ରିଆମାଳ ବ୍ଲକ ସିମିଳିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୭୧ ଜଣ ଛାତ୍ରୀଛାତ୍ର ଥିବା ବେଳେ ମାତ୍ର ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ପାଠପଢ଼ାରେ ସମସ୍ୟା ଉପୁଜୁଥିବା ବେଳେ ଆଉ ୨ ଜଣ ଶିକ୍ଷକ ଦେବା ପାଇଁ ଜିଲା ପ୍ରଶାସନ ପାଖରେ ଗ୍ରାମବାସୀ ଦାବି କରିଥିଲେ। ଜିଲା ଶିକ୍ଷାଧିକାରୀ, ଜିଲାପାଳ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତ କରାଗଲା ନାହିଁ। ଫଳରେ ଅଭିଭାବକ ଏବଂ ଛାତ୍ରୀଛାତ୍ର ବୁଧବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରୁଥିବା ବେଳେ ପାଠପଢ଼ା ଠାବ ହୋଇଯାଇଛି।