କୁପୋଷଣର ଶିକାର ହେଉଛନ୍ତି ଶିଶୁ

ଯୋଡ଼ା,୧୧ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବଡ଼ କାଳିମାଟି ପଞ୍ଚାୟତ ଅଧୀନରେ ଥିବା ପୀଢ଼ପୋଖରୀ ଗାଁ ସରକାରୀ ଅବହେଳାର ଶିକାର ହୋଇଛି। ଏହି ଗାଁର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ କାଳାତିପାତ କରୁଛନ୍ତି। ବ୍ଲକ୍‌ଠାରୁ ସ୍ବଳ୍ପ ଦୂରରେ ଏହି ଗାଁ ଅବସ୍ଥିତ ଥିବା ବେଳେ ଗାଁକୁ ବିକାଶ ପହଞ୍ଚତ୍ପାରିନି। ମୌଳିକ ସୁବିଧାରୁ ବଞ୍ଚତ୍ତ ହେବା ସହ ଗ୍ରାମର ଲୋକେ ଅନାହାରରେ ଜୀବନ ବିତାଉଛନ୍ତି। ଗ୍ରାମବାସୀ ଭାତ ସହ କଅଁଳିଆ ପତ୍ର ଓ ଗଛମୂଳ ଖାଉଥିବା ଦେଖିବାକୁ ମିଳିଛି। ସୁଷମ ଖାଦ୍ୟ ଅଭାବରୁ ଗାଁର ଅନେକ ଶିଶୁ କୁପୋଷଣର ଶିକାର ହେଉଛନ୍ତି।
ପ୍ରକାଶ ଯେ, ପୀଢ଼ପୋଖରୀ ଗାଁ ଯୋଡ଼ା ମୁଖ୍ୟ ସହର ତଥା ବ୍ଲକ୍‌ କାର୍ଯ୍ୟାଳୟଠାରୁ ୨୫ କି.ମି. ଏବଂ ବଡ଼ କାଳିମାଟି ପଞ୍ଚାୟତଠାରୁ ମାତ୍ର ୮ କି.ମି. ଦୂରରେ ଅବସ୍ଥିତ। ଏଠାକାର ଅଧିବାସୀ ଆଦିବାସୀ ଶ୍ରେଣୀର। ଗ୍ରାମର ଅଳ୍ପ ଦୂରରେ ଦୁଇଟି ଖଣି କାର୍ଯ୍ୟକ୍ଷମ ରହିଥିଲେ ମଧ୍ୟ ଗ୍ରାମବାସୀଙ୍କୁ କୌଣସି ନିଯୁକ୍ତି ମିଳିନାହିଁ। ବିଭିନ୍ନ ସମୟରେ ଗଣମାଧ୍ୟମରେ ଗାଁର ସ୍ଥିତି ଓ ବସବାସ କରୁଥିବା ଲୋକଙ୍କ ଜୀବନଶୈଳୀକୁ ନେଇ ଖବର ପ୍ରକାଶ ପରେ କିଛି ଦିନ ହେବ ଡିଏମ୍‌ଏଫ୍‌ ପକ୍ଷରୁ ଗ୍ରାମରୁ ନୂତନ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ମାତ୍ର ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଗ୍ରାମ ଏବେ ବି ବହୁ ପଛରେ। ଖଣି ଦ୍ୱାରା ପ୍ରଭାବିତ ହେଉଥିଲେ ବି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ସରକାରୀ ଯୋଜନାରେ ପାଉଥିବା ଚାଉଳ ହିଁ ତାଙ୍କର ଅଧା ମାସର ଆହାର ସାଜିଛି। ରୋଜଗାର କିଛି ନ ଥିବାରୁ ଭାତ ସାଙ୍ଗକୁ ଜଙ୍ଗଲୀ ଶାଗ(ପତ୍ର), ମୂଳ ଆହାର ଭାବେ ଗ୍ରହଣ କରୁଛନ୍ତି। ମା’ମାନେ ପୁଷ୍ଟିକର ଖାଦ୍ୟ ନ ପାଇବା ଦ୍ୱାରା ଜନ୍ମିତ ଶିଶୁମାନେ ମୁଖ୍ୟତଃ ରୁଗ୍‌ଣ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଗ୍ରାମର ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି। ଉତ୍ତମ ଓ ସୁଷମ ଖାଦ୍ୟ ନ ପାଇବା ଦ୍ୱାରା ଶିଶୁମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରୁନାହିଁ। କିଛିଦିନ ପୂର୍ବେ ଯୋଡ଼ା ଖଣି ଅଞ୍ଚଳର ଶିଶୁମାନଙ୍କ ଅପପୁଷ୍ଟିର ଶିକାରକୁ ନେଇ ଖବର ପ୍ରସାରଣ ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ଅପପୁଷ୍ଟିର ଶିକାର ଶିଶୁମାନଙ୍କୁ ଚିହ୍ନଟ କରାଯାଇ ବଡ଼ବିଲସ୍ଥିତ ପୁଷ୍ଟି ସାଧନକେନ୍ଦ୍ରରେ ରଖାଯାଇଥିଲା। ପୁନର୍ବାର ଯୋଡ଼ା ବ୍ଲକ୍‌ ଅଧୀନ ପୀଢ଼ପୋଖରୀରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଯୋଡ଼ା ବ୍ଲକ୍‌ ସିଡିପିଓ ସୁକାନ୍ତି ପାତ୍ର କହିଛନ୍ତି, ଖୁବ୍‌ଶୀଘ୍ର ସେ ଅଞ୍ଚଳକୁ ଯାଇ ଯାଞ୍ଚ କରିବେ। କୁପୋଷଣର ଶିକାର ହୋଇଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri