ଶିଶୁ ଓ ଅପସ୍ମାର

ଏପିଲେପ୍ସି ବା ଅପସ୍ମାର ଏକ ସ୍ନାୟୁଜନିତ ପ୍ରମୁଖ ରୋଗ ଯାହାକି ଜନ୍ମ ହେବା ପର ଶିଶୁଙ୍କଠାରୁ ଆରମ୍ଭକରି ବୟସ୍କ ଲୋକ ପର୍ଯ୍ୟନ୍ତ ସଭିଁଙ୍କଠାରେ ଦେଖାଯାଇଥାଏ। ଏହି ରୋଗ ଦେଖାଦେବା ମାତ୍ରେ ଅନେକେ ବିଭିନ୍ନ ଦେଶୀ ଚିକିତ୍ସାର ସାହାଯ୍ୟ ନେଇଥାନ୍ତି ଯାହାକି ରୋଗୀ ପାଇଁ ଘାତକ ମଧ୍ୟ ହୋଇପାରେ। ତେଣୁ ଏହି ରୋଗର ଡାକ୍ତରୀ ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ପ୍ରତିବର୍ଷ ନଭେମ୍ବର ମାସକୁ ବିଶ୍ୱ ଅପସ୍ମାର ସଚେତନତା ମାସ ଭାବେ ପାଳନ କରାଯାଉଛି…

ଅପସ୍ମାର ରୋଗ ଯଦିଓ ଯେକୌଣସି ବୟସ୍କଙ୍କ ଠାରେ ଦେଖାଯାଏ, ହେଲେ ଶିଶୁଙ୍କ ଠାରେ ଏହି ରୋଗ ପରିବାର ପାଇଁ ଅଧିକ ଚିନ୍ତାର କାରଣ ସାଜିଥାଏ। ଏହି ରୋଗରେ ମସ୍ତିଷ୍କର କୋଷିକାଗୁଡ଼ିକ ଅତ୍ୟଧିକ ପରିମାଣରେ କାର୍ଯ୍ୟ କରିଥାଏ। ଯଦି ମସ୍ତିଷ୍କରେ କିଛି ବିଭ୍ରାନ୍ତ ଦେଖାଯାଏ ତା’ ହେଲେ ଜଣକୁ ଅପସ୍ମାର ରୋଗ ହୋଇଥାଏ। ଜଣେ ଲୋକକୁ ଗୋଟିଏ ଥରରୁ ଅଧିକ ଥର ବାତମାରେ ସେମାନଙ୍କୁ ଅପସ୍ମାର ରୋଗୀ ବୋଲି କୁହାଯାଏ।
ରୋଗର କାରଣ: ଅପସ୍ମାର ରୋଗର ଭିନ୍ନ ଭିନ୍ନ କାରଣ ଥାଏ। ଜନ୍ମହେବା ଶିଶୁର ଯଦି ମସ୍ତିଷ୍କରେ କିଛି ତ୍ରୁଟି ରହିଥାଏ ତା’ ହେଲେ ତାକୁ ବାରମ୍ବାର ବାତ ମାରିଥାଏ। ଶୈଶବ ଅବସ୍ଥାରେ ଶିଶୁମାନଙ୍କୁ ଜ୍ୱର ହେଲେ ମଧ୍ୟ ବାତ ମାରିଥାଏ, ଯାହାକୁ ପିହୁଳା ରୋଗ କୁହାଯାଏ। ଅନ୍ୟ କାରଣ ମଧ୍ୟରେ ମସ୍ତିଷ୍କ ଭିତରେ ସଂକ୍ରମଣ (ଇନ୍‌ଫେକ୍‌ସନ) ହେବା, ମସ୍ତିଷ୍କ ଭିତରେ ଟ୍ୟୁମର ହେବା, ମସ୍ତିଷ୍କରେ ଆଘାତ ଲାଗିବା, ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଇତ୍ୟାଦି ପ୍ରମୁଖ କାରଣ। ବେଳେ ବେଳେ ଯଦି ବାପ, ମାଆଙ୍କଠାରେ କାହାକୁ ବାତରୋଗ ଥାଏ ତାଙ୍କ ଶିଶୁମାନଙ୍କ ଠାରେ ବାତରୋଗ ହେବା ସମ୍ଭାବନା ଅଧିକ ଥାଏ। ବେଳେ ବେଳେ ଯଦି ଶରୀରରେ ରକ୍ତସର୍କରା ବା ସୁଗାର କମିଯାଏ, ଶରୀରରେ ଲବଣ ମାତ୍ରା କମିଯାଏ କିମ୍ବା ଅତ୍ୟଧିକ ମଦ୍ୟପାନ କଲେ ବାରମ୍ବାର ବାତ ମାରିଥାଏ।
ଲକ୍ଷଣ: ବାତରୋଗ ଅନେକ ପ୍ରକାରର ଥାଏ। ମୁଖ୍ୟତଃ ବାତ ମାରିବା ସମୟରେ ରୋଗୀ ହଠାତ୍‌ ମୂର୍ଚ୍ଛା ହୋଇଯାଏ, ତା’ର ମୁହଁ ଗୋଟିଏ ପାର୍ଶ୍ୱକୁ ବଙ୍କା ହୋଇଯାଏ, ହାତଗୋଡ଼ ଜୋରରେ ଥରିବାକୁ ଲାଗେ ତଥା ହାତଗୋଡ଼ ଶକ୍ତ ହୋଇଯାଏ। ରୋଗୀ ତା’ର ଜିଭ ବେଳେବେଳେ କାମୁଡ଼ିଦିଏ ଏବଂ କିଛି କ୍ଷେତ୍ରରେ ଝାଡ଼ା ପରିସ୍ରା ମଧ୍ୟ ହୋଇଯାଇଥାଏ। ରୋଗୀର ଏହି ସ୍ଥିତିଟି ୨/୩ ମିନିଟ୍‌ ଭିତରେ ଠିକ୍‌ ହୋଇଯାଏ ଏବଂ ରୋଗୀ ପୁନଶ୍ଚ ସାଧାରଣ ଅବସ୍ଥାକୁ ଆସିଯାଇଥାଏ। ଏହିଭଳି ଅସୁବିଧା ରୋଗୀକୁ ବାରମ୍ବାର ହୋଇଥାଏ। ଅନ୍ୟ କିଛି ବାତ ରୋଗରେ ରୋଗୀ ହଠାତ୍‌ କଥାର୍ବାତ୍ତା ବନ୍ଦ କରିଦିଏ, ହାତଗୋଡ଼ରେ ଝଟକା ଅନୁଭବ କରେ।
ରୋଗ ଚିହ୍ନଟ: ବାତରୋଗକୁ ଚିହ୍ନଟ କରିବାକୁ ହେଲେ ତିନୋଟି ପ୍ରମୁଖ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରଥମତଃ ପରିବାର ସଦସ୍ୟମାନଙ୍କଠାରୁ ବାତ ମାରିବା ସମୟରେ ରୋଗୀର ସମସ୍ତ ବିବରଣୀ ପଚାରି ଜାଣିବା ପରେ ଏହାର ଚିହ୍ନଟ ଅନେକ ସମୟରେ ଠିକ୍‌ ଭାବରେ କରାଯାଇପାରେ। ଅନ୍ୟ ଦୁଇଟି ଉପାୟ ମଧ୍ୟରେ ବହୁ କ୍ଷେତ୍ରରେ ଇଇଜି ଏବଂ ମସ୍ତିଷ୍କର ଏମ୍‌ଆର୍‌ଆଇ ସ୍କାନିଂ ଦ୍ୱାରା ଏହାର ଚିହ୍ନଟ କରାଯାଇଥାଏ।
କ’ଣ କରିବା ଦରକାର: ଯଦି କୌଣସି ରୋଗୀକୁ ହଠାତ୍‌ ବାତ ମାରେ ତେବେ ରୋଗୀକୁ ଗୋଟିଏ ସୁରକ୍ଷିତ ସ୍ଥାନରେ ଶୁଆଇ ଦିଅନ୍ତୁ ଯେପରିକି ତା’ ଶରୀରରେ କିଛି ଆଘାତ ନ ଲାଗେ। ରୋଗୀର ବାତ ମାରିବା ସମୟରେ ତା’ ନାକ, ପାଟି ଆଦୌ ବନ୍ଦ କରନ୍ତୁ ନାହିଁ। ରୋଗୀର ପାଟିରେ ଚାମଚ, ଚାବି ଆଦି ଜିନିଷ ପୂରାନ୍ତୁ ନାହିଁ। ବାତ ମାରିବା ସମୟରେ ରୋଗୀକୁ ଆଦୌ ପାଣି ପିଆନ୍ତୁ ନାହିଁ। ଯଦି ୩ରୁ ୫ମିନିଟ୍‌ ଭିତରେ ରୋଗୀ ଠିକ୍‌ ନ ହୁଏ ତା’ ହେଲେ ତାକୁ ଅତି ଶୀଘ୍ର ହସ୍ପିଟାଲ ନେଇଯାଆନ୍ତୁ।
ଚିକିତ୍ସା: ବାତରୋଗ ପାଇଁ ଚିକିତ୍ସା ପଦ୍ଧତି ମୁଖ୍ୟତଃ ୨ ପ୍ରକାର ହୋଇଥାଏ। ଗୋଟିଏ ମେଡିସିନ୍‌ ବା ଔଷଧୀୟ ଉପଚାର ଓ ଅନ୍ୟଟି ଅପରେଶନ ବା ସର୍ଜରି। ଶତକଡ଼ା ୭୦ ଭାଗ କ୍ଷେତ୍ରରେ ଔଷଧ ଦ୍ୱାରା ବାତରୋଗ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଥାଏ ବା କମିଯାଏ କିନ୍ତୁ ଶତକଡ଼ା ୩୦ ଭାଗ କ୍ଷେତ୍ରରେ ଅନେକ ଔଷଧ ଦେଲା ପରେ ବି ବାତରୋଗ ନିୟନ୍ତ୍ରଣ ହୋଇ ନ ଥାଏ ଏବଂ ରୋଗୀକୁ ଅପରେଶନ ବା ସର୍ଜରିର ଆବଶ୍ୟକତା ପଡ଼ିଥାଏ। ବାତରୋଗରେ ରୋଗୀକୁ ବହୁ ବର୍ଷ ଧରି ଔଷଧ ସେବନ କରିବାକୁ ପଡ଼ିଥାଏ। ତା’ ସହିତ ବେଳେ ବେଳେ ଏହି ଔଷଧ ସେବନର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଜରୁରୀ । ତେଣୁ ଏ ସମସ୍ତ ଜିନିଷ ଗୁଡ଼ିକୁ ବୁଝି ଆପଣ ନିୟମିତ ଔଷଧ ସେବନ କରିବା ଆବଶ୍ୟକ ।
– ଶିଶୁମାନଙ୍କୁ ଯଦି ବହୁ ଥର ବାତ ମାରେ ତା’ ହେଲେ ତା’ର ମସ୍ତିଷ୍କର ଅଭିବୃଦ୍ଧି ଏବଂ ବୁଦ୍ଧିର ବିକାଶରେ ବ୍ୟାଘାତ ଦେଖାଯାଇଥାଏ। ଏଣୁ ନିୟମିତ ଔଷଧ ସେବନ କରି ବାତରୋଗକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ବିବାହିତା ମହିଳାମାନଙ୍କୁ ଯଦି ବାତରୋଗ ଥାଏ ତେବେ ତାଙ୍କର ଗର୍ଭଧାରଣରେ ଏବଂ ଗର୍ଭସ୍ଥ ଶିଶୁ ଉପରେ ବାତ ରୋଗ ଔଷଧର ବହୁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ତେଣୁ ମହିଳାମାନେ ଗର୍ଭଧାରଣ ପୂର୍ବରୁ ସ୍ନାୟୁରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ନିହାତି ଆବଶ୍ୟକ।
ତେବେ ଚଳିତ ବର୍ଷ ବିଶ୍ୱ ଅପସ୍ମାର ବା ଏପିଲେପ୍ସି ରୋଗ ସଚେତନତା ମାସର ମୂଳମନ୍ତ୍ର ଥିଲା – ଯାହାର ପରିବାରରେ ଫିଟ୍ସ ବା ଅପସ୍ମାର ରୋଗୀ ଅଛନ୍ତି ସେମାନଙ୍କ ପ୍ରତି ଆପଣ ଅଧିକ ଯନତ୍ବାନ୍‌ ହୁଅନ୍ତୁ, ସେମାନଙ୍କୁ ଭଲ ପାଆନ୍ତୁ ଏବଂ ସେମାନେ ପ୍ରତ୍ୟହ କିପରି ନିୟମିତ ଔଷଧ ସେବନ କରିପାରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତୁ। ସ୍ନାୟୁରୋଗ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ନିୟମିତ ଔଷଧ ସେବନ କରିବା ଦ୍ୱାରା ରୋଗୀ ଯେପରି ବାତରୋଗ ମୁକ୍ତ ଜୀବନଯାପନ କରିପାରିବ ସେ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।୍‌

ଡା. ସନ୍ତୋଷ କୁମାର ଦାଶ
-ସ୍ନାୟୁରୋଗ ବିଶେଷଜ୍ଞ, କିମ୍ସ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?