ପିଲାଦିନର ନିମୋନିଆ ଯୋଗୁ ବୟସ୍କ ଅବସ୍ଥାରେ ମୃତ୍ୟୁ ହେବାର ଆଶଙ୍କା ଅଧିକ: ଲାନସେଟ ରିପୋର୍ଟ…

ଓ୍ବାଶିଂଟନ,୮।୩ : ଦ ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କର ପିଲାଦିନରେ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ବ୍ରୋଙ୍କାଇଟିସ କିମ୍ବା ନିମୋନିଆ ଭଳି ସମସ୍ୟା ଥାଏ, ତେବେ ସେ ବଡ ହେବା ପରେ ଶ୍ୱାସ ରୋଗରେ ମୃତ୍ୟୁ ହେବାର ଆଶଙ୍କା ଅଧିକଥାଏ। ରିପୋର୍ଟ ଅନୁଯାୟୀ, ଯଦି ୨୬ ରୁ ୭୩ବର୍ଷ ବୟସରେ ଏପରି ଲୋକଙ୍କର କୌଣସି ଶ୍ୱାସକ୍ରିୟା ସମସ୍ୟା ହୁଏ, ତେବେ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କର ମୃତ୍ୟୁ ସମ୍ଭାବନା ୯୩ ପ୍ରତିଶତ ଅଧିକ ରହିଥାଏ। ଏହିପରି ଲୋକମାନେ ଅକାଳରେ ମରିପାରନ୍ତି।

ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ କ୍ରୋନିକ ଶ୍ୱାସକ୍ରିୟା ଅସୁବିଧା ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟା ଅଟେ। ୨୦୧୭ରେ, ଆନୁମାନିକ ୩,୯ ନିୟୁତ ଲୋକ ଏହା ଯୋଗୁ ମୃତ୍ୟୁ ଘଟିଥିଲା। ଯାହାକି ବିଶ୍ୱରେ ସମସ୍ତ ମୃତ୍ୟୁର ସାତ ପ୍ରତିଶତ ଅଟେ।

ରିପୋର୍ଟ ଅନୁଯାୟୀ, ଅଧିକାଂଶ ମୃତ୍ୟୁର କାରଣ ହେଉଛି କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (ସିଓପିଡି)। ପିଲାଦିନେ ଯଦି କାହାର ଫୁସଫୁସ ସମସ୍ୟା ଥାଏ, ତେବେ ସେ ବଡ ହେଲେ ଫୁସଫୁସ ଦୁର୍ବଳ ହୋଇଯାଏ । ଇମ୍ପେରିଆଲ କଲେଜ ଲଣ୍ଡନର ଅଧ୍ୟୟନ ନେତା ଜେମ୍ସ ଆଲିନ୍ସନ କହିଛନ୍ତି ଯେ ବୟସ୍କଙ୍କ ଶ୍ୱାସକ୍ରିୟା ସମସ୍ୟା ପାଇଁ ବର୍ତ୍ତମାନର ପ୍ରତିଷେଧକ ବ୍ୟବସ୍ଥା ମୁଖ୍ୟତଃ ଧୂମପାନ କରୁଥିବା ଜୀବନଶୈଳୀ ବିପଦ ଉପରେ ଧ୍ୟାନ ଦେଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri