ପିଲାଙ୍କୁ ଦିଆଯିବ ଗଞ୍ଜା ରକ୍ତ ଇଞ୍ଜେକଶନ, ପ୍ରଖର ହେବ ସ୍ମୃତିଶକ୍ତି…

ବେଜିଂ,୧୫।୯:

କରୋନା ମହାମାରୀ ମଧ୍ୟରେ ଚାଇନା ପିଲାମାନଙ୍କଠାରେ ଏକ ଅଦ୍ଭୁତ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ସରକାର କହିଛନ୍ତି, ମାତାପିତା ଯେଉଁମାନେ ନିଜ ପିଲାମାନଙ୍କୁ ସୁପର ପିଲା କରିବାକୁ ଚାହୁଁଛନ୍ତି। ଯଦି ପିଲା ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରୁହନ୍ତୁବୋଲି ସେମାନେ ଚାହାଁନ୍ତି, ତେବେ ସେମାନଙ୍କୁ ଚିକେନ ପ୍ୟାରେଣ୍ଟିଂ ଗ୍ରହଣ କରିବାକୁ ପଡ଼ିବ ।
ଚାଇନାର ଚିକେନ ପ୍ୟାରେଣ୍ଟିଂ ସ୍କିମ ଅନୁଯାୟୀ ପିଲାମାନଙ୍କୁ ଗଞ୍ଜା ରକ୍ତର ଇଞ୍ଜେଶନ ଦିଆଯିବ। ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ ବୋଲି ସରକାରଙ୍କ ପକ୍ଷରୁ ଦାବି କରାଯାଇଛି। ଏହାଦ୍ୱାରା ବନ୍ଧ୍ୟା ଅବା ନପୁସଂକତା ସମସ୍ୟା, କର୍କଟ ଏବଂ ଚନ୍ଦାପଣ ଆଦି ସମସ୍ୟାରୁ ଦୂରେଇ ରହିହେବ। ଗଣମାଧ୍ୟମ ସଂସ୍ଥା ସିଙ୍ଗାପୁର ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଗଞ୍ଜା ରକ୍ତରେ ଷ୍ଟେରଏଡ ଥାଏ ଯାହା ପିଲାମାନଙ୍କୁ କ୍ରୀଡା ତଥା ଅଧ୍ୟୟନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। ଏହା ଯୋଗୁ ସ୍ମୃତିଶକ୍ତି ମଧ୍ୟ ପ୍ରଖର ହେବ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବେଜିଂ, ସାଂଘାଇ ଏବଂ ଗୁଆଙ୍ଗଜୋରେ ଗଞ୍ଜା ରକ୍ତ ନେଉଥିବା ଶିଶୁଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଚିକେନ ପ୍ୟାରେଣ୍ଟିଙ୍ଗ ଆମେରିକାରେ ହେଲିକପ୍ଟର ପ୍ୟାରେଣ୍ଟିଙ୍ଗ ସହିତ ସମାନ। ହେଲିକପ୍ଟର ପ୍ୟାରେଣ୍ଟିଙ୍ଗରେ ପିଲାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଥାଏ। ଯେଉଁ ପିଲାମାନେ ଅଧ୍ୟୟନ ପଛୁଆ ସେମାନଙ୍ପକ ପାଇଁ ହେଲିକପ୍ଟର ପ୍ୟାରେଣ୍ଟିଙ୍ଗ ବ୍ୟବସ୍ଥା କରାଯାଇଥାଏ।

ଜାତୀୟ ମାନସିକ ସ୍ବାସ୍ଥ୍ୟ ବିକାଶ ଅନୁଯାୟୀ, ୨୦୧୯-୨୦ରେ ଚାଇନାର ୨୫ ପ୍ରତିଶତ ଯୁବକ ଅବସାଦର ଶିକାର ହୋଇଥିଲେ। ୭.୪ ପ୍ରତିଶତ କିଶୋର ଅବସାଦର ଶିକାର ହୋଇଛନ୍ତି। ଅପର ପକ୍ଷରେ ଚାଇନା ପିଲାଙ୍କର ସାଧାରଣତଃ ଦୃଷ୍ଟି ଶକ୍ତି ଦୁର୍ବଳହୋଇଥାଏ। ମାଧ୍ୟମିକ ବିଦ୍ୟାଳୟରେ ୭୧ ପ୍ରତିଶତ ଏବଂ ହାଇ ସ୍କୁଲ୍‌ରେ ୮୧ ପ୍ରତିଶତ ପିଲାଙ୍କର ଦୃଷ୍ଟି ଶକ୍ତି ଖରାପ ରହିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share