ମହାକାଶରେ ଶିଶୁ ହେବେ ଜନ୍ମ , ପୃଥିବୀରେ ବିତାଇବେ ଛୁଟି…

ନୂଆଦିଲ୍ଲୀ,୧୩।୧୧: ମହାକାଶକୁ ନିଜ କବ୍‌ଜାରେ ରଖିବା ପାଇଁ ସଞ୍ଚିତ ଧନ ଖର୍ଚ୍ଚ କରୁଥିବା ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ ବେଜୋସ ଭବିଷ୍ୟବାଣୀ କରିଛନ୍ତି ଯେ ଦିନେ ମହାକାଶରେ ମଣିଷ ଶିଣୁ ଜନ୍ମ ହେବ। କେବଳ ଏତିକି ନୁହେଁ, ମହାକାଶରେ ଜନ୍ମିତ ଶିଶୁ ପୃଥିବୀକୁ ଛୁଟିଦିନ ବିତାଇବା ପାଇଁ ଆସିବେ। ଯେପରି ଆମେ ଛୁଟି ଦିନରେ ପାର୍କକୁ ବୁଲି ଯାଉଛେ ସେଭଳି ସ୍ଥିତି ଆଗକୁ ହେବ। ସ୍ପେସ କମ୍ପାନୀ ବ୍ଲୁ ଓରିଜିନର ମାଲିକ ଜେଫ ବେଜୋସ କହିଛନ୍ତି ଯେ ଭବିଷ୍ୟତରେ ସହରଗୁଡ଼ିକ ମହାକାଶରେ ଗଢ଼ି ଉଠିବ ଏବଂ ସେଠାରେ ମଣିଷ ଶିଶୁ ଜନ୍ମ ହେବେ।

ବ୍ଲୁ ଓରିଜିନର ଭବିଷ୍ୟତ ବିଷୟରେ ୱାଶିଂଟନରେ ଆୟୋଜିତ ହୋଇଥିବା ଏକ ଆଲୋଚନାରେ ଜେଫ୍‌ କମ୍ପାନୀର ଯୋଜନା, ମହାକାଶ ଅନୁସନ୍ଧାନ, ପୃଥିବୀକୁ ବଞ୍ଚାଇବା ଭଳି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ମହାକାଶରେ ନିର୍ମିତ ହେବାକୁ ଥିବା ବସତିଗୁଡିକ ବିଷୟରେ ସେ କହିଥିଲେ ଯେ ସେଗୁଡ଼ିକ ଭାସମାନ ଘର ପରି ହେବ। ସେଠାରେ ପୃଥିବୀର ପାଗ ଏବଂ ମାଧ୍ୟାକର୍ଷଣ ଶକ୍ତିକୁ ମଧ୍ୟ ଅନୁକରଣ କରାଯିବ। ଭାସମାନ ଘରଗୁଡିକରେ ୧୦ ଲକ୍ଷ ବାସ କରି ପାରିବେ। ସେଠାରେ ନଦୀ, ଜଙ୍ଗଲ ଏବଂ ବନ୍ୟଜନ୍ତୁ ମଧ୍ୟ ରହିବ। ଅନ୍ୟ ଗ୍ରହକୁ ଯାଇ ସେଠାରେ ପୁନର୍ବାର ଜୀବନ ଆରମ୍ଭ କରିବା ଅପେକ୍ଷା ମହାକାଶରେ ବସବାସ କରିବା ଭଲ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଏହି କାମ କରିବାକୁ ଶପଥ ନେଲେ କମଲା ହାରିସ

ଓ୍ବାଶିଂଟନ,୨୬।୭: ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି। ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା...

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ପୁଅ ପାଇଁ କନ୍ୟା ଦେଖିବାକୁ ଯାଇଥିଲେ ବାପା: ଘରକୁ ଆସି ଦେଖିଲାବେଳକୁ ପାଦ ତଳୁ ଖସିଗଲା ମାଟି

ଢାକା,୨୫।୭: ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାତ୍ମକ ପ୍ରତିବାଦରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କିଛି ଲୋକ ଅଛନ୍ତି, ଯାହାଙ୍କ ମୃତଦେହକୁ ଚିହ୍ନିବା କଷ୍ଟକର।...

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri