କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା ଓ ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ବିଜ୍ଞାନ ମେଳାକୁ ଉଦ୍‌ଘାଟନ କରିଥିଲେ। ଆତ୍ମନିର୍ଭର ଓ ବିକଶିତ ଭାରତ ପାଇଁ ବିଜ୍ଞାନ ଗଣିତ ଓ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜିଲାପାଳ କହିଥିଲେ। ଏହା ସହିତ ବିଭିନ୍ନ ବ୍ଲକରୁ ଆସିଥିବା ଶିଶୁ ବୈଜ୍ଞାନିକମାନଙ୍କ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖି ଜିଲାପାଳ ସେମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ଜିଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ର ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ
ବିନୟ କୁମାର ସୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ଓ ଭବାନୀ ଗଡ଼ତିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାଣା ପ୍ରତାପ ସ୍କୁଲର ପ୍ରଧାନଶିକ୍ଷକ ସୁଦୀପ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳାର ପ୍ରଥମ ଦିବସରେ ୧୩୪ଟି ପ୍ରକଳ୍ପ ସ୍ଥାନିତ ହୋଇ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରୀଛାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜର୍ଜ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ବ୍ୟାଣ୍ଡ ବାଜା ଓ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ବରଗଡ଼ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ବାଲ ବୈଜ୍ଞାନିକ ମେଳାରେ ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ବିଜାଢ଼ୋଲର ଛାତ୍ର ରିତେଶ ପଟେଲଙ୍କ ସଷ୍ଟେନେବୁଲ ଏଗ୍ରିକଲଚର୍‌ ଥିମ ଆଧାରିତ ପ୍ରକଳ୍ପ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେସେଇପାଲିର ଛାତ୍ର ସସ୍ତିକ ଗର୍ଡୀଆଙ୍କ ଓ୍ବେଷ୍ଟ ମ୍ୟାନେଜମେଣ୍ଟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲିର ଛାତ୍ର ଶ୍ରେୟମ ଶତପଥୀଙ୍କ ସବୁଜ ଶକ୍ତି ଆଧାରିତ ପ୍ରକଳ୍ପ, ପିଏମ୍‌ଶ୍ରୀ କେଦାରନାଥ ଆଦିବାସୀ ହାଇସ୍କୁଲ ଅମ୍ବାଭୋନାର ଛାତ୍ରୀ ସାନିଆ ପ୍ରଧାନଙ୍କ ଇମାର୍ଜିଙ୍ଗ ଟେକ୍ନୋଲୋଜି, କେଏସ୍‌ଡି ହାଇସ୍କୁଲ ଲଖନପୁର ଛାତ୍ର ପ୍ରତୀକ କାଲୋଙ୍କ ଗାଣିତିକ ମୋଡେଲ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଲାଦେରପାଲିର ଛାତ୍ର ଦିବ୍ୟଶ୍ରୀ ଭୋଇଙ୍କ ହେଲଥ ଅଣ୍ଡେ ହାଇଜିନ, ପିଏଚ୍‌ଏସ ଝାରବନ୍ଧ ଡିଲେଶ୍ୱରି ସାହାଙ୍କ ଜଳ ସଂରକ୍ଷଣ ପ୍ରକଳ୍ପଗୁଡ଼ିକ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲା।

ଜିଲାସ୍ତରୀୟ ସିଇଏସ୍‌-୨୦୨୪ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଲଶ୍ରିଗୀଡ଼ାର ଛାତ୍ରୀ ଖୁସି ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜର୍ଜ ହାଇସ୍କୁଲର ଛାତ୍ର ସାଇ ଚନ୍ଦନ ସାହୁ ଦିତୀୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆମ୍ବାଭୋନାର ଛାତ୍ର ବୋଧକ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ବୀରେନ୍ଦ୍ର କୁମାର ଦାଶ, ଅନୁପମା ଚାନ୍ଦ, ଲିପସା ମିଶ୍ର, ନମିତା ବିଶି, ଡଃ ଗିରିଶ ପ୍ରଧାନ, ଶାନ୍ତନୁ ସାହୁ, ଡଃ ଚିନ୍ମୟ ଦେହେରୀ, ଡଃ ନିରଞ୍ଜନ ପଣ୍ଡା, ଆର୍‌. ଜେ ଆଶିଷ ମହାନ୍ତି, ଡଃ ଜୟନ୍ତ ସାହୁ, ବିଶ୍ୱଜିତ୍‌ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri