ଚାଇଲ୍ଡ ପର୍ନ: ଓଡ଼ିଶାରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର (ବ୍ୟୁରୋ)/ଯାଜପୁର ଅଫିସ/ବନ୍ତ(ଡି.ଏନ୍‌.ଏ.), ୧୭।୧୧:ବିପୁଳ ବୈଦେଶିକ ଟଙ୍କା ଆୟର ମାଧ୍ୟମ ପାଲଟିଛି ଚାଇଲ୍ଡ ଏବଂ ଆଡଲ୍ଟ ପର୍ନ ଭିଡିଓ। ଓ୍ବେବ୍‌ସାଇଟରେ ଶିଶୁମାନଙ୍କ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ କରାଯାଉଛି। ଟେଲିଗ୍ରାମ୍‌ ଓ ହ୍ବାଟ୍‌ସଆପ୍‌ରେ ଏହାକୁ ପ୍ରସାରଣ କରାଯାଉଥିବା ନେଇ ଦେଶର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବାପରେ ସିବିଆଇ ଗତ ୧୪ ତାରିଖରେ ୮୩ଜଣଙ୍କ ବିରୋଧରେ ୨୩ଟି ପୃଥକ୍‌ ମାମଲା ରୁଜୁ କରିଥିଲା। ଏହି କ୍ରମରେ ମଙ୍ଗଳବାର ଓଡ଼ିଶା ସମେତ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୭୬ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ଓଡିଶାର ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ କେଉଟଲଗୁଁଆର ଅନିଲ ମାଝି, ଭଦ୍ରକ ବନ୍ତ ବ୍ଲକ ବିନାୟକପୁର ଗ୍ରାମର ମନୋଜ ଦାସ ଏବଂ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ତେବେ ଢେଙ୍କାନାଳରେ ଚଢ଼ାଉବେଳେ ସିବିଆଇ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ବ୍ୟତୀତ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଆଦିର ୭୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ସିବିଆଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲା କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତ ଅଧୀନ କେଉଟଲଗୁଁଆ ଗ୍ରାମର ଅନିଲ ମାଝୀଙ୍କ ଘର ଉପରେ ମଙ୍ଗଳବାର ସିବିଆଇର ଏକ ୫ଜଣିଆ ଟିମ୍‌ ପୂର୍ବାହ୍ନ ୧୦ଟାରେ ଚଢ଼ାଉ କରିଥିଲେ। ଅଭିଯୁକ୍ତ ଅନିଲ ଜଣେ କମ୍ପ୍ୟୁଟର ସଫ୍ଟଓ୍ବେର ମେକାନିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଦୀର୍ଘ ସମୟ ଯାଞ୍ଚ ପରେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ମୋବାଇଲ ଫୋନ ଜବତ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଚଢ଼ାଉରେ ସାମିଲ ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ସୁଦ୍ଧା ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ମଙ୍ଗଳବାର ସକାଳେ ସିବିଆଇର ୫ଜଣିଆ ଟିମ୍‌ ମନୋଜଙ୍କ ଘରେ ଚଢ଼ାଉ କରିଥିଲା। ସିବିଆଇ ଇନ୍ସପେକ୍ଟର ପି.କେ. ମିଶ୍ରଙ୍କ ନେତୃତ୍ୱରେ ଅଧିକାରୀମାନେ ଅଭିଯୁକ୍ତ ମନୋଜଙ୍କ ଘର ଖାନତଲାସ ସମେତ ମୋବାଇଲ, କମ୍ପ୍ୟୁଟର ଆଦି ଯାଞ୍ଚ କରିଛନ୍ତି। ଅଭିଯୁକ୍ତଙ୍କୁ ଜେରା ପରେ ସିବିଆଇ ଟିମ୍‌ ତାଙ୍କ ମୋବାଇଲ ଜବତ କରିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଥିଲା। ମନୋଜ ବଙ୍ଗାଲୋରରେ ଚାକିରି କରୁଥିଲେ। ସେଠାରେ ଏକ ହ୍ବାଟସ୍‌ଆପ୍‌ ଗ୍ରୁପ ଖୋଲା ଯାଇଥିଲା। ଏହି ଗ୍ରୁପରେ ମନୋରଞ୍ଜନଙ୍କ ସମେତ ୪୮ଜଣ ସଦସ୍ୟ ଥିଲେ। ସେତେବେଳେ ଏହି ଗ୍ରୁପ ମାଧ୍ୟମରେ ଶିଶୁ ଯୌନ ଉତ୍ପୀଡ଼ନ ଭିତ୍ତିକ ଫଟୋ ଓ ଭିଡିଓ ଛଡ଼ା ଯାଉଥିବା ଅଭିଯୋଗ ହୋଇଛି। ୫ବର୍ଷ ତଳେ ମନୋଜ ଘରକୁ ଚାଲି ଆସି ବିବାହ କରିବା ସହ ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri