ଖେଳୁଥିବା ବେଳେ ଶିଶୁ ନିଖୋଜ, ପାଣିରେ ଚାଲିଛି ଖୋଜା

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଜ୍ୱଳା ଗୋପପାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ସୁବାସ ପ୍ରଧାନଙ୍କ ୪ ବର୍ଷର ପୁଅ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡ଼େ ଉଭାନ ହୋଇଯାଇଛି। ଚାରିଆଡ଼େ ଖୋଜାଖୋଜି କରିବା ପରେ ପୁଅକୁ ନ ପାଇବାରୁ ଏନେଇ ସୁବାସ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗର ବିବରଣୀରୁ ପ୍ରକାଶ ଯେ, ସୁବାସଙ୍କ ୪ ବର୍ଷର ପୁଅ ସୌମ୍ୟରଞ୍ଜନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡ଼େ ଚାଲିଯାଇଛି। ଚାରିଆଡ଼େ ବହୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଶନିବାର ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ମିଳିତ ହୋଇ ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହିତ ଖୋଜିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପିଲାଟିର ପତ୍ତା ମିଳି ନ ଥିବା ଜଣାପଡ଼ିଛି।