ସ୍ବାଭିମାନ ଅଞ୍ଚଳରେ ବଢୁଛି ବାଲ୍ୟବିବାହ

ଚିତ୍ରକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ଜିଲାରୁ ବାଲ୍ୟ ବିବାହ ରୋକିବାକୁ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ମାତ୍ର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ଏହାର ପ୍ରଭାବ ବିଶେଷ ଭାବେ ପଡୁ ନ ଥିବା ଜଣାପଡିଛି।ଉକ୍ତ ଅଞ୍ଚଳର ରାଲେଗଡ଼ା଼ ପଞ୍ଚାୟତରେ ଅଧିକ ପରିମାଣରେ ବାଲ୍ୟ ବିବାହ ହେଉଥିବା ଅଭିଯୋଗ ହେଉଛି l ୧୩/୧୪ ବର୍ଷର ଝିଅମାନଙ୍କୁ ବିବାହ କରାଯାଉଛି। କେଉଁଠି ନା କେଉଁଠି ରହୁଥିବା ସମସ୍ୟା ବାଲ୍ୟବିବାହକୁ ପ୍ରୋତ୍ସାହିତ କରୁଛି। ଏନେଇ ଗ୍ରାମବାସୀ, ଜନ ପ୍ରତିନିଧିମାନେ ନୀରବ ରହୁଥିବା ଦେଖିବାକୁ ମିଳୁଛି। ସ୍ବାଭିମାନ ଅଞ୍ଚଳର ବହୁ ପଞ୍ଚାୟତର ଅନେକ ଗ୍ରାମ ଓଡ଼ିଶା ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବାରୁ ଏହି ଅଞ୍ଚଳରେ ଅଧିକ ପରିମାଣରେ ବାଲ୍ୟବିବାହ ହେଉଥିବା ଅଭିଯୋଗ ହେଉଛି l ଗତ ଏକ ମାସ ମଧ୍ୟରେ ସ୍ବାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତ ପଣସପୁଟ ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ନୂଆଗୁଡ଼ା ପଞ୍ଚାୟତ ଆର୍‌ଏସ୍‌ସି ୧୩ ନମ୍ବର ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ବିବାହ ହୋଇଛି। ସେହିପରି ଅଳ୍ପ ଦିନ ହେଲା ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଗ୍ରାମର ଜଣେ ଯୁବକଙ୍କ ସହ ସେହି ପଞ୍ଚାୟତ ତାଟିପାର ଗ୍ରାମର ଜଣେ ୧୪ ବର୍ଷର ଝିଅ ସହିତ ବାଲ୍ୟବିବାହ କରାଯାଇଥିଲା। ଏହା ଜାଣିବା ପରେ ସିଡିପିଓ ପବିତ୍ର ହାଜରା ପାପରମେଟେଲା ଥାନା ସହଯୋଗରେ ବିବାହକୁ ରୋକିଥିଲେ।
ସେହିଭଳି ୫ଦିନ ତଳେ ଅଣ୍ଡିରାପାଲି ପଞ୍ଚାୟତ କୋଡ଼ିଗନ୍ଧି ଗ୍ରାମର ଜଣେ ୧୪ ବର୍ଷୀୟା ଝିଅର ମାତାପିତାଙ୍କ ଅନିଚ୍ଛା ସତ୍ତ୍ୱେ ରାଲେଗାଡ଼ା ଗ୍ରାମର ଜଣେ ଯୁବକ ବିବାହ ପାଇଁ ନେଇଯାଇଛନ୍ତି। ଆଇସିଡିଏସ୍‌ ପକ୍ଷରୁ ଏହି ବିବାହ ବନ୍ଦ ଉଦ୍ୟମ କରାଯାଉଛି। ଏ ସମ୍ପର୍କରେ ରାଲେଗାଡ଼ା ସରପଞ୍ଚ କମଳୁ ହନ୍ତାଳଙ୍କୁ ପଚାରିବାରୁ ପଞ୍ଚାୟତରେ ଦୁଇଟି ବାଲ୍ୟବିବାହକୁ ରୋକିଛୁ। ପଞ୍ଚାୟତର ଗ୍ରାମ ସ୍ତରରେ କାମ କରୁଥିବା କେତେଜଣ ସରକାରୀ କର୍ମଚାରୀ ଗ୍ରାମରେ ରହି କାମ କରୁନାହାନ୍ତି। ଯଦି ରହୁଛନ୍ତି କେଉଁ ଗ୍ରାମରେ କିଛି ଏଭଳି ଘଟଣା ଘଟିଲେ ନ ଜଣାଇ ନୀରବ ରହିଯାଉଛନ୍ତି ବୋଲି ସରପଞ୍ଚ ହନ୍ତାଳ ଅଭିଯୋଗ କରିଛନ୍ତି। ସେହିଭଳି ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲଙ୍କୁ ପଚାରିବାରୁ ବାଲ୍ୟବିବାହରେ ରୋକ ଲାଗିବା ଆବଶ୍ୟକ। ଯେଉଁଠି ଏଭଳି ଘଟଣା ଘଟିଲେ ଦୃଢ଼ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri