ରୋକି ହେଉନାହିଁ ବାଲ୍ୟବିବାହ

ଭୁବନେଶ୍ୱର,୧୬।୨(ବନ୍ଦନା ସେଠୀ): ବିଧାନସଭାର ବଜେଟ ଅଧିବେଶନର ତୃତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ଲିଖିତ ସୂଚନା ଅନୁଯାୟୀ, ୨୦୧୯ରୁ ୨୦୨୫ ମଧ୍ୟରେ ମୋଟ ୮ ହଜାର ୧୫୯ ବାଲ୍ୟବିବାହ ହୋଇଛି। ସେଥିମଧ୍ୟରୁ ନବରଙ୍ଗପୁର ଜିଲାରେ ସର୍ବାଧିକ ୧,୩୪୭ ବାଲ୍ୟବିବାହ ହୋଇଛି। ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲା ରହିଥିବାବେଳେ, ଏଠାରେ ୯୬୬ ବାଲ୍ୟ ବିବାହ ହୋଇଛି। ସେହିପରି କୋରାପୁଟରେ ୬୩୬, ମୟୂରଭଞ୍ଜରେ ୫୯୪, ରାୟଗଡାରେ ୪୦୮, ବାଲେଶ୍ୱରରେ ୩୬୧, କେନ୍ଦୁଝରରେ ୩୨୮, ନୟାଗଡ଼ ଓ କନ୍ଧମାଳରେ ୩୦୮ ଲେଖାଏ, କଟକରେ ୧୫୪ ବାଲ୍ୟବିବାହ ହୋଇଛି। ସବୁଠାରୁ ବଡ଼ କଥା ହେଉଛି, ଖୋର୍ଦ୍ଧା ଜିଲା ମଧ୍ୟ ଏହି ତାଲିକାରୁ ବାଦ୍‌ ପଡିନାହିଁ। ଏଠାରେ ଗତ ୬ବର୍ଷ ମଧ୍ୟରେ ୧୧୦ ବାଲ୍ୟବିବାହ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ତେବେ ସରକାର ବାଲ୍ୟବିବାହକୁ ରୋକ ଲଗାଇବା ପାଇଁ ବ୍ଲକସ୍ତରରେ, ଅଙ୍ଗନଓ୍ବାଡିରେ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରତି ୩ମାସରେ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓ, ପଞ୍ଚାୟତ ଏକ୍‌ଜିକ୍ୟୁଟିଭ୍‌ ଅଫିସର, ଓ୍ବାର୍ଡେନ୍‌/ମାଟ୍ରନ ଅଫ୍‌ ରେସିଡେନ୍ସିଆଲ୍‌ ହଷ୍ଟେଲଗୁଡ଼ିକୁ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବେ ସୂଚିତ କରାଯାଇଛି। ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ/ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକମାନଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ ଭାବେ ସୂଚୀତ କରାଯାଇଥିବା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଏନେଇ ଶିଶୁ ଅଧିକାରୀ କର୍ମୀ ଘାସିରାମ ପଣ୍ଡା କହିଛନ୍ତି, ସରକାର ଏବେ ବାଲ୍ୟବିବାହକୁ ନେଇ ସଚେତନ ଅଛନ୍ତି। କିନ୍ତୁ ବିଧାନସଭାରେ ବାଲ୍ୟବିବାହର ଯେଉଁ ତଥ୍ୟ ରଖାଯାଇଛି, ବାସ୍ତବରେ ଓଡ଼ିଶାରେ ବାଲ୍ୟବିବାହ ହାର ଏହାଠାରୁ ଯଥେଷ୍ଟ ଅଧିକ। ତେଣୁ ଏନେଇ ସରକାରଙ୍କୁ ଆହୁରି କଡ଼ା ପଦକ୍ଷେପ ନେବାକୁ ପଡ଼ିବ। ତେବେ ଚଳିତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷକମାନଙ୍କୁ ନୂଆ କରି ବାଲ୍ୟବିବାହ ରୋକିବା ଦାୟିତ୍ୱ ପ୍ରଦାନ କରାଯାଇଛି। ଫଳରେ ତଦାରଖ ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିବ। ଗତ ଅକ୍ଟୋବରରେ ସୁପ୍ରିମକୋର୍ଟ ବାଲ୍ୟବିବାହ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶାବଳୀ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ଜିଲାରେ ଅତି କମ୍‌ରେ ଜଣେ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ ଦାୟିତ୍ୱ ନେବେ। ସେହିପରି ବିଦ୍ୟାଳୟଗୁଡ଼ିକରେ ଯୌନ ଶିକ୍ଷାର ପାଠ୍ୟକ୍ରମ ଯୋଡ଼ାଯିବା ଆବଶ୍ୟକ। କେବଳ କିଶୋରୀମାନଙ୍କୁ ଏଥିରେ ସାମିଲ ନ କରି ଉଭୟ କିଶୋର ଏବଂ ଅଭିଭାବକମାନଙ୍କ ସହ ଯୋଡ଼ି ହେବାକୁ ପଡ଼ିବ ବୋଲି ପଣ୍ଡା କହିଛନ୍ତି।
ଅପରପକ୍ଷେ ରାଜ୍ୟରେ ଗତ ୬ବର୍ଷ ମଧ୍ୟରେ ୩୨୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ତଥ୍ୟ ମଧ୍ୟ ଉପମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଛନ୍ତି। ସର୍ବାଧିକ ୪୦ଜଣ ଶିଶୁ ଶ୍ରମିକ ଝାରସୁଗୁଡାରୁ ଉଦ୍ଧାର ହୋଇଥିବାବେଳେ, ଖୋର୍ଦ୍ଧାରୁ ୩୫ଜଣ, କଟକରୁ ୨୯, ଗଞ୍ଜାମରୁ ୨୬ ଏପରି ମୋଟ ୩୨୮ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏନେଇ ଶିଶୁ ଅଧିକାର କର୍ମୀ ବେଣୁଧର ସେନାପତି କହିଛନ୍ତି, ରାଜ୍ୟରେ ଶିଶୁ ଶ୍ରମିକ ଆଇନ ଲାଗୁ ହୋଇପାରୁ ନାହିଁ। ପୋଲିସ କେସ୍‌ କରୁନି, କେବଳ ଡାଏରୀ ମେଣ୍ଟେନ କରିକି ଛାଡ଼ି ଦେଉଛି। ତେଣୁ ସ୍ଥିତିରେ ସୁଧାର ଆସୁନି। ୧୮ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ବାଧ୍ୟତାମୂଳକ ଏବଂ ମାଗଣା କରାଗଲେ ସ୍ଥିତିରେ କିଛିଟା ସୁଧାର ଆସିପାରେ। ପିଲାମାନଙ୍କୁ କେବଳ ଉଦ୍ଧାର କଲେ ହେବ ନାହିଁ, ସେମାନଙ୍କ ପାଇଁ ବିଧିବଦ୍ଧ ବ୍ୟବସ୍ଥା ଆଣିବା ଦରକାର। ଉଭୟ ସରକାର ଏବଂ ସାମାଜିକ ସଂଗଠନଗୁଡ଼ିକ ମିଳିତ ଭାବେ କାମ କରିବା ଦରକାର। କିଶୋର ନ୍ୟାୟ ଆଇନ୍‌ ୨୦୧୫ (ଧାରା ୭୯), ଶିଶୁ ଶ୍ରମିକ ନିରୋଧ ଆଇନ, ୨୦୧୬ (ଧାରା ୧୪)କୁ କଡ଼ାକଡ଼ି ଭାବେ ପାଳନ କରାଗଲେ ଶିଶୁ ଶ୍ରମିକ ପ୍ରଥା ବନ୍ଦ ହୋଇପାରିବ ବୋଲି ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri