ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ ଅଧିକ ରହିବା ସାମାଜିକ ବିକାଶ ଦିଗରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦାରିଦ୍ର୍ୟ, ପାରମ୍ପରିକ କୁସଂସ୍କାର, ଲିଙ୍ଗଗତ ବୈଷମ୍ୟ, ସାମାଜିକ ଅସୁରକ୍ଷା, ପ୍ରବାସ ଏବଂ ଶିକ୍ଷାର ଅଭାବ ଯୋଗୁ ଆଜି ବି ଅନେକ କନ୍ୟାସନ୍ତାନ ନିଜ ଶୈଶବ ହରାଉଛନ୍ତି। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ବହୁ ହଜାର କୋମଳମତି ଶିଶୁଙ୍କ ସ୍ବପ୍ନ୍ନର ମୃତ୍ୟୁ। ଯେଉଁ ହାତରେ ବହିକଲମ ରହିବା କଥା, ସେହି ହାତରେ ସଂସାରର ଜଞ୍ଜାଳ ଲଦିଦିଆଯାଉଛି। ଏହି ସ୍ଥିତିରେ ତୁରନ୍ତ ସୁଧାର ଆଣିବା ପାଇଁ ସରକାରୀ କଳ, ବ୍ୟକ୍ତିିବିଶେଷ ଓ ସାମାଜିକ ସଂଗଠନ ଦ୍ୱାରା ସାମୂହିକ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି। ଝିଅମାନଙ୍କୁ ବୋଝ ନୁହେଁ, ବରଂ ସମ୍ପତ୍ତି ଭାବେ ଗ୍ରହଣ କରିବାର ସମୟ ଆସିଛି। ଏଥିପାଇଁ କେବଳ ଆଇନ କିମ୍ବା ସରକାରୀ ଯୋଜନା ପର୍ଯ୍ୟାପ୍ତ ହେବନାହିଁ, ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ଅଣାଯିବା ଏବକାର ଆବଶ୍ୟକତା ଓ ଆହ୍ବାନ।

ରାଜ୍ୟରେ ବାଲ୍ୟବିବାହ ହାର କମୁଥିବାବେଳେ ୧୨ ଜିଲାରେ ଜାତୀୟ ହାରଠାରୁ ଅଧିକ ରହିଛି। ସେଥିମଧ୍ୟରେ ନବରଙ୍ଗପୁରେ ସର୍ବାଧିକ ୩୯.୪% ରହିଛି। ଏହାପଛକୁ ନୟାଗଡ଼ (୩୫.୭%), କୋରାପୁଟ (୩୫.୫%), ମାଲକାନଗିରି (୩୨.୪%), ରାୟଗଡ଼ାରେ (୩୩.୨%) ଓ ମୟୂରଭଞ୍ଜ (୩୧.୩%) ରହିଛି। ଭାଜପା ବିଧାୟକ ଅମର କୁମାର ନାୟକଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ରିପୋର୍ଟ ଅନୁସାରେ ଭାରତରେ ବାଲ୍ୟବିବାହର ଜାତୀୟ ହାର ୨୩.୩% ରହିଥିବାବେଳେ ଓଡ଼ିଶାର ହାର ୨୦.୫% ରହିଛି। କିନ୍ତୁ ଉପରୋକ୍ତ ୬ ଜିଲା ସମେତ କେନ୍ଦୁଝର (୨୯%), ଗଜପତି (୨୮.୧%), ବାଲେଶ୍ବର (୨୬.୪%), ବୌଦ୍ଧ (୨୫.୩%), ଅନୁଗୋଳରେ (୨୫%) ଓ ଢେଙ୍କାନାଳରେ (୨୩.୭%) ବାଲ୍ୟବିବାହ ହାର ଜାତୀୟ ହାରଠାରୁ ଅଧିକ ରହିଥିବା ଉପମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ପ୍ରଭାତୀଙ୍କ ତଥ୍ୟ ଅନୁଯାୟୀ, ବାଲ୍ୟବିବାହକୁ ରୋକିବା ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ପଞ୍ଚାୟତ ସ୍ତରୀୟ ଟାସ୍କଫୋର୍ସ କମିଟି ମାଧ୍ୟମରେ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ପ୍ରତି ଅଙ୍ଗନଓ୍ବାଡି କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ପ୍ରତି ୩ ମାସରେ ବ୍ଲକ, ଗ୍ରାମ ପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି ଏବଂ ଏହି ବିଷୟରେ ମଧ୍ୟ ପୋଲିସର ସାହାଯ୍ୟ ନିଆଯାଉଛି।

ଅକ୍ଷୟତୃତୀୟାରେ ବାଲ୍ୟବିବାହକୁ ରୋକିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଡ଼ିଶାରେ ବାଲ୍ୟବିବାହ ନିରୋଧ ଅଧିନିୟମ, ୨୦୦୬ ଲାଗୁ କରାଯାଇଛି। ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ/ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକମାନଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ ଭାବରେ ସୂଚିତ କରାଯାଇଛି। ପ୍ରତି ୬ ମାସରେ ଥରେ ବାଲ୍ୟବିବାହ ରୋକିବା ପାଇଁ ରାଜ୍ୟସ୍ତରରେ ପିସିଏମ୍‌ଏ କମିଟି ବୈଠକ କରାଯାଇଛି । କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ‘ଅଦ୍ୱିକା’ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରଭାତୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri