ପିଲାଙ୍କ ଗାଇଡ୍‌ଲାଇନ୍‌ ଟିପ୍ସ

ଲକ୍‌ଡାଉନ୍‌ ପରେ ପିଲାମାନେ ସବୁବେଳେ ଘରେ ରହିବା ଫଳରେ ଅଧିକାଂଶ ଚିଡିଚିଡା ହୋଇ ଯାଇଛନ୍ତି। ତେବେ ଆପଣଙ୍କ ପିଲାର ଏଭଳି ଅବସ୍ଥା ହୋଇଥିଲେ କ’ଣ କରିବେ ଜାଣିରଖନ୍ତୁ…

ପିଲାଙ୍କୁ କୌଣସି ସମୟରେ ବି ନ ରାଗିବା ପାଇଁ ବୁଝାନ୍ତୁ। ରାଗିବା ଫଳରେ ସେମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଖରାପ ହେବ ବୋଲି ବୁଝାନ୍ତୁ।
ଆବଶ୍ୟକ ହେଲେ ପିଲାଙ୍କ ଚିନ୍ତା ଦୂର କରିବା ପାଇଁ ନିଜେ ଚେଷ୍ଟା କରନ୍ତୁ।
ପିଲାଙ୍କ ପ୍ରତି ନିଜର ସହାନୁଭୂତି ବଢାନ୍ତୁ। ନିଜେ ନିଜ ଉପରେ ନିୟନ୍ତ୍ରଣ ରଖି ପିଲାଙ୍କ ସହିଷ୍ଣୁତା ଓ ସହାନୁଭୂତି ଆଦି ଗୁଣର ବିକାଶ କରାନ୍ତୁ।
ସବୁ ସମସ୍ୟା ସଙ୍ଗେ ସଙ୍ଗେ ସମାଧାନ ହୋଇଯାଏ। ତେଣୁ ଧୈର୍ଯ୍ୟର ସହିତ ସବୁ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ।
ପିଲାକୁ କେଉଁ କେଉଁ ସମୟରେ ଓ କଥାରେ କ୍ରୋଧ ଆସୁଛି ଲକ୍ଷ୍ୟ କରନ୍ତୁ। ପରେ ପିଲାକୁ ସେହି ସବୁ ସମୟର ଉଦାହରଣ ଦେଇ ପରିବର୍ତ୍ତନ ପାଇଁ ବୁଝାନ୍ତୁ।
ପିଲାଙ୍କୁ ଧ୍ୟାନ, ଯୋଗାସନ ଆଦି ବିଭିନ୍ନ କାମ ମାଧ୍ୟମରେ ସକାରାତ୍ମକ ଗୁଣ ବଢାଇବାକୁ ପ୍ରୟାସ କରନ୍ତୁ।
ପିଲାଙ୍କୁ କିଛି ଘର କାମରେ ସାମିଲ କରନ୍ତୁ। ଫଳରେ ସେମାନଙ୍କ ସମୟ ଅତିବାହିତ ହେବା ସହିତ ଅବସାଦ କମ୍‌ ହେବ। ଏହା ସହିତ ସେମାନଙ୍କୁ ଅଧିକ ସ୍ନେହ କରନ୍ତୁ ଏବଂ ସେମାନଙ୍କ କାମର ପ୍ରଶଂସା ବି କରନ୍ତୁ।
ପିଲାଙ୍କୁ ପାଠ ବ୍ୟତୀତ ରଚନା, କବିତା, ଗପ ଆଦି ଲେଖିବା, ପେଣ୍ଟିଂ କରିବା ଭଳି କାମ କରିବା ପ୍ରତି ଆକୃଷ୍ଟ କରାନ୍ତୁ। ସେମାନଙ୍କୁ ଚିନ୍ତା ମୁକ୍ତ କରିବାରେ ସାହାଯ୍ୟ କରିବ।
ସବୁଠୁ ବଡ଼ କଥା ହେଉଛି ପରିବାରରେ ଅଭିଭାବକମାନେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣି ପିଲାଙ୍କ ସହ ଭଲଭାବେ ମିଶନ୍ତୁ।