ସ୍କୁଲ ବନ୍ଦ ପରେ ପିଲାଙ୍କୁ ମିଳୁନି ଯାତାୟାତ ଖର୍ଚ୍ଚ

ନବରଙ୍ଗପୁର,୧୦।୩(ବି.ପ୍ର.): ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ। ନବରଙ୍ଗପୁର ଜିଲାରେ ୨୦୧୯-୨୦ ଶିକ୍ଷାବର୍ଷ ପରେ ଜିଲାର ୧୧୦ ପ୍ରାଥମିକ ଓ ୨୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଗଲା। ସେହି ସମୟରେ ସରକାର ସେମାନଙ୍କୁ ହଷ୍ଟେଲ ବ୍ୟବସ୍ଥା କିମ୍ବା ଯାତାୟାତ ଖର୍ଚ୍ଚ ଦିଆଯିବ ବୋଲି ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ସଦୃଶ ହୋଇଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ କରାଯିବା ସହ ଅଭିଭାବକମାନେ ପୁନଃ ସ୍କୁଲଗୁଡ଼ିକ ଖୋଲିବାକୁ ଦାବି କରିଛନ୍ତି।
ସ୍କୁଲ ମିଶ୍ରଣ ଫଳରେ ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ୧୧୦ଟି ବିଦ୍ୟାଳୟର ପ୍ରାୟ ୧୮୦୦ ଛାତ୍ରୀଛାତ୍ର ପ୍ରଭାବିତ ହୋଇଥିଲେ। କୋଷାଗୁମୁଡ଼ା, ଝରିଗାଁ ଓ ପାପଡ଼ାହାଣ୍ଡି ବ୍ଲକରେ ୧୪ଟି ଲେଖାଏ ସ୍କୁଲ, ଚନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୧୨ଟି ଲେଖାଏ, ନବରଙ୍ଗପୁର ଓ ଉମରକୋଟ ବ୍ଲକରେ ୧୦ ଲେଖାଏ, ନନ୍ଦାହାଣ୍ଡି ବ୍ଲକରେ ୧୩ଟି, ରାଇଘରରେ ୯ ଓ ଡାବୁଗାଁ ବ୍ଲକରେ ୨ଟି ସ୍କୁଲ ବନ୍ଦ କରାଯାଇଛି। ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ରଖିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ଯାଏ କରାଯାଇନାହିଁ। କେତେଜଣ ପିଲାଙ୍କୁ ହଷ୍ଟେଲରେ ରଖାଯାଇଥିବାବେଳେ ବାକି ପିଲାଙ୍କୁ ଯାତାୟାତ ବାବଦରେ ଖର୍ଚ୍ଚ ଦେବାକୁ ସ୍ଥିର ହୋଇଥିଲା। ଜଣେ ପିଲାଙ୍କର ମାସରେ ୭୫ ପ୍ରତିଶତ ଉପସ୍ଥାନ ରହିଲେ ୬ଶହ, ୫୦ରୁ ୭୫ପ୍ରତିଶତ ଉପସ୍ଥାନ ରହିଲେ ୪ଶହ ଏବଂ ୩୦ରୁ ୫୦ ପ୍ରତିଶତ ମଧ୍ୟରେ ଉପସ୍ଥାପନ ରହିଲେ ୩ଶହ ଟଙ୍କା ଦେବାକୁ ସରକାର ସ୍ଥିର କରିଥିଲେ। ଏ ନେଇ ବନ୍ଦ ହୋଇଥିବା ସ୍କୁଲର ଛାତ୍ରୀଛାତ୍ରଙ୍କ ସମସ୍ତ ସମସ୍ୟା ସମାଧାନ କରିବାକୁ ପାଖ ଗ୍ରାମରେ ମିଶ୍ରଣ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦେଇଥିଲେ। ଉକ୍ତ ପ୍ରଧାନ ଶିକ୍ଷକ ସମସ୍ତ ପିଲାଙ୍କ କାଗଜପତ୍ର ଠିକ୍‌ କରି ସ୍ଥାନୀୟ ବିଇଓଙ୍କୁ ଦେଲାପରେ
ବିଇଓ ତୁରନ୍ତ ଡିଇଓ ଏବଂ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ସମସ୍ତ କାଗଜପତ୍ର ଦେଇ ପିଲାଙ୍କ ଟଙ୍କା ପାଇବା ପର୍ଯ୍ୟନ୍ତ ଦାୟିତ୍ୱ ନେବା ପାଇଁ ସରକାର ନିୟମ କରିଛନ୍ତି। ଏଭଳି ଗୋଟିଏ ଶିକ୍ଷାବର୍ଷରେ ୧୦ ମାସର ଯାତାୟାତ ଖର୍ଚ୍ଚ ସିଧାସଳଖ ପିଲାଙ୍କ ଆକାଉଣ୍ଟକୁ ଦେବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ନବରଙ୍ଗପୁର ଜିଲାରେ ପିଲାମାନେ ଉକ୍ତ ଯାତାୟାତ ଖର୍ଚ୍ଚ ନ ପାଇ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଜଙ୍ଗଲ ପାହାଡ଼ ଡେଇଁ ଚାଲି ଚାଲି ଯାଇ ଉକ୍ତ ମିଶ୍ରଣ ସ୍କୁଲରେ ପାଠ ପଢୁଛନ୍ତି। ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ନନ୍ଦାହାଣ୍ଡି ବ୍ଲକ ଲଙ୍ଗଳଅଟାଳ ସ୍କୁଲରେ ୨୦ରୁ କମ୍‌ ପିଲା ଥିବା କାରଣରୁ ତାହାକୁ ବନ୍ଦ କରାଯାଇ ୩ କି.ମି. ଦୂରରେ ଥିବା ମୁଦୁଲିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଲଙ୍ଗଳଅଟାଳରୁ ୨୫ ପିଲା ସେଠାକୁ ପଢ଼ିବାକୁ ଯାଉଛନ୍ତି। ଦୈନିକ ୬ କି.ମି. ବିପଦସଙ୍କୁଳ ପାହାଡ଼ ଓ ଜଙ୍ଗଲ ରାସ୍ତା ଅତିକ୍ରମ କରି ଯାଉଥିବାରୁ ହାତଗୋଡ଼ ବଥା ହେଉଥିବା ଛାତ୍ରୀଛାତ୍ର କହିଛନ୍ତି। ତେଣୁ ପିଲାମାନେ ନିୟମିତ ସ୍କୁଲ ନ ଯାଇ ଗୋଟିଏ ସପ୍ତାହରେ ୩ କିମ୍ବା ୪ଦିନ ଆସୁଛନ୍ତି। ଦୂରତା ଏବଂ ବିପଦକୁ ଦୃଷ୍ଟିରେ ରଖି ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି। ଯେଉଁ ପିଲାମାନେ ନିୟମିତ ସ୍କୁଲ ଯାଉଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଯାତାୟାତ ବାବଦ ଖର୍ଚ୍ଚ ମିଳିନାହିଁ। ଏନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ଶୀଘ୍ର ସେମାନଙ୍କୁ ଯାତାୟାତ ଖର୍ଚ୍ଚ ଯୋଗାଇ ଦିଅନ୍ତୁ ନଚେତ୍‌ ଗାଁରେ ଥିବା ସ୍କୁଲକୁ ପୁନଶ୍ଚ ଖୋଲାଯାଉ ବୋଲି ଅଭିଭାବକ ଡ୍ରାଇଭର ବିଷୋୟୀ, ଛାତ୍ରୀ ପ୍ରେମଲତା ଜାନି କହିଛନ୍ତି। ଏକମ୍ବା ପଞ୍ଚାୟତର ଗରୁଡ଼ଗୁଡ଼ା ଗ୍ରାମର ବିଦ୍ୟାଳୟ ବନ୍ଦ ହେବା ପରେ ପ୍ରାୟ ୩ କି.ମି. ବିପଦପୂର୍ଣ୍ଣ ରାସ୍ତାରେ ଚାଲି ଚାଲି ଛାତ୍ରୀଛାତ୍ର ଏକମ୍ବା ସ୍କୁଲକୁ ଯାଉଛନ୍ତି। ଗରୁଡ଼ଗୁଡ଼ାରେ ୧୭ ରୁ ୨୦ ଜଣ ପିଲା ଯାତାୟାତ ଖର୍ଚ୍ଚ ପାଇ ନାହାନ୍ତି। ସେହିଭଳି ଦଣ୍ଡସେନାଗୁଡ଼ା, ଭଞ୍ଜଗୁଡ଼ା ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟ ସମାନ ଅବସ୍ଥା। ଜିଲାର ନନ୍ଦାହାଣ୍ଡି କୋଷାଗୁମୁଡ଼ା, ନବରଙ୍ଗପୁର ବ୍ଲକର ଛାତ୍ରୀଛାତ୍ରଙ୍କୁ ମଧ୍ୟ ଯାତାୟାତ ଖର୍ଚ୍ଚ ମିଳିନାହିଁ। ଯାତାୟାତ ଖର୍ଚ୍ଚ ପ୍ରଦାନ କଲେ ଭଲ ହୁଅନ୍ତା ବୋଲି ଗରୁଡ଼ଗୁଡ଼ାର ବେଣୁ ଭତରା, ଲଛମନ ଭତରା କହିଛନ୍ତି।
ଏ ନେଇ ଡିଇଓ ପ୍ରଦୀପ ନାଗଙ୍କୁ ପଚାରିବାରୁ ପିଲାଙ୍କ ସଂଖ୍ୟା ସମ୍ପୃକ୍ତ ଅଞ୍ଚଳର ବିଇଓ ଜଣାଇବା ପରେ ଜିଲା ଶିକ୍ଷା ବିଭାଗ ଏହି ପ୍ରସ୍ତାବକୁ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବ। ରାଜ୍ୟ କାର୍ଯ୍ୟାଳୟରୁ ଅନୁଦାନ ଆସିଲେ ପିଲାଙ୍କୁ ଯାତାୟାତ ଖର୍ଚ୍ଚ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହ ବର୍ତ୍ତମାନ ଜିଲାର କୋଷାଗୁମୁଡ଼ା, ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକକୁ ଛାଡ଼ିଦେଲେ ଅନ୍ୟ ବ୍ଲକର ୫୫୦ ଜଣ ଛାତ୍ରଛାତ୍ରଙ୍କୁ ଯାତାୟାତ ଖର୍ଚ୍ଚ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri