ବୋଲେରୋ ଧକ୍କାରେ ଶିଶୁ ମୃତ: କନ୍‌ଷ୍ଟେବଳ ଗାଡ଼ି ଚଳାଉଥିବା ସନ୍ଦେହ

କେନ୍ଦୁଝର,୧୧।୧୨(ନି.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ରାଇସୁଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବୋଲେରୋ ଧକ୍କାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଚାଳକ ଏବଂ ଗାଡ଼ିରେ ଥିବା ଅନ୍ୟ ଜଣେ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ସ୍କୁଟି ଚଳାଉଥିବା ରୋହିତ କୁମାର ମନ୍ତ୍ରୀ(୧୪) ଆହତ ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତ ଶିଶୁ ହେଲେ ରାଇସୁଆଁ ଗ୍ରାମର ପପୁ ମନ୍ତ୍ରୀଙ୍କ ପୁତ୍ର ଅନିକେତ। ତେବେ ଉକ୍ତ ବୋଲେରୋକୁ ଜଣେ ପୋଲିସ କନ୍‌ଷ୍ଟେବଳ ଚଳାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ପୋଲିସ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବୋଲେରୋ(ନଂ.ଓଆର୍‌-୦୨-ବିଜେଡ୍‌-୧୪୮୪) ଏବଂ ସ୍କୁଟିକୁ ଜବତ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ଏକ ମାମଲା(ନଂ.୫୦୪/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଛି। ଗାଡ଼ିକୁ କନ୍‌ଷ୍ଟେବଳ ନା ଆଉ କେହି ଚଳାଉଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସଦର ଥାନା ଏସ୍‌ଆଇ କେଶବ ବାଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼: ସହରରେ ଚାଞ୍ଚଲ୍ୟ

କେନ୍ଦୁଝର,୧୦।୧୦(ସ୍ବ.ପ୍ର):କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ରବିବାର ବୋମାମାଡ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟାଉନ ଥାନା...

ଅଂଶୁଘାତରେ ଜଣଙ୍କ ମୃତ୍ୟୁ ସନ୍ଦେହ

ଗଞ୍ଜାମ,୨୦।୫(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ଗ୍ରାମପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସୋମବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଖଣ୍ଡଦେଉଳୀ ଗ୍ରାମର ଖଲି ସାହୁ(୬୨)।...

ସଜେଇ ହୋଇଛି ଶହୀଦ ସ୍ମୃତିପୀଠ

ବାସୁଦେବପୁର,୨୮ା୯(ଡି.ଏନ.ଏ.): ରକ୍ତତୀର୍ଥ ଭାବେ ପରିଚିତ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଇରମରେ ବୁଧବାର ୮୦ତମ ଶହୀଦ ସ୍ମୃତି ଦିବସ ପାଳନ ହେବ। ଏଥିପାଇଁ ଏହି ଶହୀଦ...

ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦଶପଲ୍ଲା,୨୦ା୧୨(ଡି.ଏନ୍‌.ଏ.): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଚଳିତବର୍ଷ ଦଶପଲ୍ଲା ବନାଞ୍ଚଳରେ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦଶପଲ୍ଲା ବ୍ଲକର ସାକେଣୀ ଫରେଷ୍ଟ ସେକ୍‌ସନରେ...

ଡ୍ରିଲ୍‌ ସମୟରେ ହଠାତ୍‌ ଅଚେତ ହୋଇପଡ଼ିଲେ ୩ଛାତ୍ରୀ

ସଜନାଗଡ,୨୩।୪(ଡି.ଏନ୍‌.ଏ.): ବାଲେଶର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଆଦର୍ଶ ବିଦ୍ୟାଳୟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ଡ୍ରିଲ୍‌ ସମୟରେ ୨୦୦ ପିଲା...

୮ ଦଫା ଦାବି ନେଇ ରାଜ୍ୟ ସମବାୟ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟ ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ବୁଧବାର ୮ ଦଫା ଦାବି ନେଇ ସ୍ଥାନୀୟ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ରାଜ୍ୟ ପ୍ରାଥମିକ ସମବାୟ...

ଜାଲରେ ପଡ଼ିଲା ବିରଳ ପ୍ରଜାତିର ପ୍ରାଣୀ

ଭଦ୍ରକ ଅଫିସ, ୧୮।୩: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତ ସୁନାରୀପୋଖରୀଠାରେ ଗୁରୁବାର ଏକ ବିରଳ ପ୍ରଜାତିର ପ୍ରାଣୀ ଉଦ୍ଧାର କରାଯାଇଛି। ଗ୍ରାମର...

Advertisement
Archives

Model This Week