ଶିଶୁ ମୃତ୍ୟୁ ମାମଲା: ଦୋଷୀଙ୍କୁ ୧୦୦ ବର୍ଷ କାରା ଦଣ୍ଡାଦେଶ…

ନ୍ୟୁୟର୍କ,୨୬।୩ : ଶିଶୁ ମୃତ୍ୟୁ ମାମଲାରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ କୋର୍ଟଙ୍କ ପକ୍ଷରୁ ୧୦୦ ବର୍ଷର ଜେଲ ଦଣ୍ଡାଦେଶ କରାଯାଇଛି। ୨୦୨୧ ମସିହାରେ ଘଟିଥିବା ୫ ବର୍ଷ ବୟସ୍କ ମୂଳ ଭାରତୀୟ-ଆମେରିକୀୟ ଶିଶୁଙ୍କ ମୃତ୍ୟୁ ନେଇ ଏଭଳି ବର୍ଷ କଠୋର କାରା ଦଣ୍ଡା ଦେଶରେ ଦଣ୍ଡିତ କରାଯାଇଛି। ଲୁଇସିଆନାର କ୍ୟାଡ୍ଡୋ ପ୍ୟାରିସର ଜଣେ ବିଚାର ପ୍ରତି ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ମାର୍ଚ୍ଚ ୨୦୨୧ ରେ ମାୟା ପଟେଲ ନାମକ ଶିଶୁ ଶ୍ରେଭପୋର୍ଟର ମୋଙ୍କହାଉସ ଡ୍ରାଇଭରେ ଥିବା ତାଙ୍କ ହୋଟେଲ ରୁମରେ ଖେଳୁଥିଲେ। ଏହି ସମୟରେ ଜୋସେଫ ଲି ସ୍ମିଥଙ୍କ ବନ୍ଧୁକରୁ ଗୁଳିଫୁଟି ତାଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ବିଚାରପତିଙ୍କ ଏଭଳି ଦଣ୍ଡାଦେଶ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share