Categories: ଫୁରସତ

ଫୋନ୍‌ ଦେଖୁଦେଖୁ ମା’ଙ୍କୁ ପୁଅ କହିଲା ମୋତେ ବାହା କରେଇ ଦିଅ, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ଯେକୌଣସି ଜିନିଷ ଭାଇରାଲ ହେବାକୁ ଅଧିକ ସମୟ ଲାଗୁନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କୁନି ପୁଅଟି ତାଙ୍କ ମା’ଙ୍କୁ ବିବାହ କରିଦିଅ ବୋଲି କହୁଛି। ଖାଲି ଏତିକି ନୁହେଁ, ନିଜ ମା’ଙ୍କୁ ବିବାହର ଫାଇଦା ବିଷୟରେ ମଧ୍ୟ କହୁଛି। ମା’ -ପୁଅଙ୍କ କଥା ଶୁଣିଲେ ଆପଣ ହସିହସି ଗଡ଼ିବେ।

ଏହି ଭିଡିଓରେ ପୁଅଟି ବିବାହ ବିଷୟରେ ଯେମିତି କହୁଛି ମା’ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ପରେ ପିଲାଟି ମାଙ୍କୁ କହୁଛି ମା ମୋତେ ବାହା କରିଦେଲେ ସେ ମୋ’ର ସବୁକଥା ମାନିବ। ମା ତୁମେ କହୁଛ ଦହି ଖାଇଲେ ଥଣ୍ଡା ହେବ। ସେ କିନ୍ତୁ ମୋତେ ଥଣ୍ଡା ଦହି ଦେବ।

ମା’ ପୁଅକୁ କହୁଛନ୍ତି ତୁ ମୋ ପାଇଁ ବାହା ହେବୁ? ନିଜ ପାଇଁ ନୁହଁ, ପୁଣି ପିଲାଟି କହୁଛି ଆପଣଙ୍କ ପାଖରେ ଆପଣଙ୍କ ସ୍ବାମୀ ଅଛନ୍ତି। ଆପଣ ତାଙ୍କ ସହିତ ରୁହନ୍ତୁ। ମୋ ସହିତ କାହିଁକି ରହୁଛନ୍ତି। ଏହା ପରେ ପିଲାଟି କହୁଛି ଘରେ ଦୁଇ ଝିଅ ଏବଂ ଦୁଇ ପୁଅ ହୋଇଯିବେ। ଏହା ପରେ ମା କହୁଛନ୍ତି, ଠିକ୍‌ ଅଛି ତୋ ପାଇଁ ଝିଅ ଦେଖୁଛି। ତା’ ପରେ ପୁଅ କହୁଛି, ପରିବାରରେ ୩ ଜଣଲୋକ ଅଛନ୍ତି ତେଣୁ ମଜା ଆସୁନି। ଲୁଚାଲୁଚି ଖେଳ ହୋଇପାରୁନି। ୪ ଜଣ ହେଲେ ବହୁତ ମଜା ଆସିବ। ପିଲାଟିର ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ହସି ହସି ଗଡ଼ିଯାଉଛନ୍ତି।

Share