ଡାଟା ଚୋରି ଯୋଗୁ ପିଲା ହଇରାଣ

ବଲାଙ୍ଗୀର, ୧୪ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ସରକାରୀ ମେଡିକାଲ କଲେଜରେ ଆଡ୍‌ମିଶନ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ର଼୍ୟାକେଟକୁ ବଲାଙ୍ଗୀର ସାଇବର ପୋଲିସ ଟିମ୍‌ ପର୍ଦ୍ଦାଫାଶ କରିଛି। ଭୁବନେଶ୍ୱରରେ ରହି ଏହି ର଼୍ୟାକେଟ ରାଜ୍ୟବ୍ୟାପୀ ଠକାଇରେ ସକ୍ରିୟ ରହିଥିଲା। ଯୋଗ୍ୟ ନିଟ୍‌ ର଼୍ୟାଙ୍କ୍‌ ନ ଥିବା ଛାତ୍ରୀଛାତ୍ରଙ୍କୁ ଏହି ଠକ ଦଳ ଟାର୍ଗେଟ କରୁଥିଲା। ର଼୍ୟାକେଟର ୩ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ସାଇବର ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ମା’ ମଙ୍ଗଳା ସାହିର ବ୍ୟାସଦେବ ମହାନ୍ତି (୨୮), ଫୁଲବାଣୀ କେନ୍ଦୁପଡାର ଅବିନାଶ ଓରଫ୍‌ କାହ୍ନା ପୁରୋହିତ (୩୩) ଏବଂ ଭୁବନେଶ୍ୱର ଝାରପଡ଼ା ନିବାସୀ ତଥା ନୟାଗଡ଼ ଜିଲା ଓଡ଼ଗଁାର ମୂଳ ବାସିନ୍ଦା ମାନସ ପରିଡ଼ା (୩୧)। ସେମାନଙ୍କଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍‌, ୬ଟି ଡେବିଟ୍‌ କାର୍ଡ, ୪ଟି ସିମ୍‌ କାର୍ଡ, ଅଫିସ ଆସବାବପତ୍ର, ଡାଏରି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବାଜ୍ୟାପ୍ତ କରାଯାଇଥିବା ବଲାଙ୍ଗୀର ଏସ୍‌ପି ଋଷିକେଶ ଡି. ଖିଲାରୀ ଜିଲା ପୋଲିସ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବରଗଡ଼ ଜିଲା ପଦ୍ମପୁର ଥାନା ସୂର୍ଯ୍ୟନଗର ନିବାସୀ ବୃନ୍ଦାବନ ମେହେର ଏହି ର଼୍ୟାକେଟ ଦ୍ୱାରା ୧୬ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ବଲାଙ୍ଗୀର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଗତ ୪ ତାରିଖରେ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା (୨୪/୨୩) ରୁଜୁ ହୋଇଥିଲା। ଅଭିଯୋଗ ମୁତାବକ ବୃନ୍ଦାବନଙ୍କ ଝିଅ ସରକାରୀ ମେଡିକାଲ କଲେଜରେ ଆଡ୍‌ମିଶନ ପାଇଁ ଆବଶ୍ୟକ ର଼୍ୟାଙ୍କ ପାଇ ନ ଥିବାରୁ ଘରୋଇ ମେଡିକାଲ କଲେଜରେ ପଢ଼ିବାକୁ ଚାହୁଁଥିଲେ। ନିଟ୍‌ ରେଜଲ୍ଟର କିଛିଦିନ ପରେ ଭୁବନେଶ୍ୱର ବରମୁଣ୍ଡା ରୁଚିକା ମାର୍କେଟଠାରେ ଥିବା କଳିଙ୍ଗ ଏକାଡେମୀ ନାମକ ଏକ ସଂସ୍ଥାରୁ ବୃନ୍ଦାବନଙ୍କୁ ଯୋଗାଯୋଗ କରାଯାଇଥିଲା। ଉକ୍ତ ସଂସ୍ଥା ଜରିଆରେ ରାଜ୍ୟର ବଲାଙ୍ଗୀର, ବାରିପଦା ଏବଂ କୋରାପୁଟ ସରକାରୀ ମେଡିକାଲ କଲେଜରେ ତାଙ୍କ ଝିଅର ନାମଲେଖା ସିଧାସଳଖ ସମ୍ଭବ ହୋଇପାରିବ ବୋଲି କୁହାଯାଇଥିଲା। ଏହାପରେ ବୃନ୍ଦାବନ ଏବଂ ତାଙ୍କ ଝିଅ ଭୁବନେଶ୍ୱର କଳିଙ୍ଗ ଏକାଡେମୀକୁ ଯାଇଥିଲେ। ସେଠାରେ ୮ ଜଣ ବ୍ୟକ୍ତି ନିଜକୁ ବିଭିନ୍ନ ପଦାଧିକାରୀ ପରିଚୟ ଦେଇ ସେମାନଙ୍କୁ କଳିଙ୍ଗ ଏକାଡେମୀ ୱେବ୍‌ସାଇଟ ସହ ପୂର୍ବରୁ ତିଆରି ହୋଇଥିବା ବିଭିନ୍ନ ସରକାରୀ ମେଡିକାଲ କଲେଜର ଜାଲ୍‌ ୱେବ୍‌ସାଇଟ୍‌ ଦେଖାଇଥିଲେ। ବଲାଙ୍ଗୀର, ବାରିପଦା ଏବଂ କୋରାପୁଟ ସରକାରୀ ମେଡିକାଲ କଲେଜରେ ନାମଲେଖା ହୋଇପାରିବ ବୋଲି ସେମାନଙ୍କୁ କୁହାଯାଇଥିଲା। ବଲାଙ୍ଗୀର ପାଇଁ ୩୦ ଲକ୍ଷ ଓ ବାରିପଦା ଏବଂ କୋରାପୁଟ ମେଡିକାଲ କଲେଜ ନିମନ୍ତେ ୨୭ ଲକ୍ଷ ଟଙ୍କା ଲେଖାଏ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ବୃନ୍ଦାବନ ତାଙ୍କ ଝିଅଙ୍କ ଆଡ୍‌ମିଶନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ କରିବେ ବୋଲି ସ୍ଥିର କରିଥିଲେ। ଦୁଇଜଣ ଠକ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଟେଷ୍ଟ ଅଫିସର ଭାବେ ନିଜକୁ ପରିଚୟ ଦେଇ ସେମାନଙ୍କ୍‌ୁ ସେହି ଅଫିସକୁ ମଧ୍ୟ ନେଇଥିଲେ। ସେଠାରେ ଝିଅର ଫର୍ମ ଫିଲ୍‌ ଅପ୍‌ କରିଥିଲେ। ଝିଅର ଆଡ୍‌ମିଶନ ସରକାରୀ ମେଡିକାଲ କଲେଜରେ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫର୍ମ ଧରି ଜଣେ ଠକ ଓଜେଇଇ ଅଫିସ୍‌ ଭିତରକୁ ଯାଇଥିଲେ ଓ କିଛି ସମୟ ପରେ ଫେରି ଆସି ତାଙ୍କ ଇ-ମେଲ ଚେକ୍‌ କରିବାକୁ କହିଥିଲେ। ଏହାପରେ ଭୀମ ଭୋଇ ମେଡିକାଲ କଲେଜ ନଁାରେ ଖୋଲାଯାଇଥିବା ଜାଲ୍‌ ମେଡିକାଲ ଡୋମେନ୍‌ରୁ ଇ-ମେଲ୍‌ ଆସିଥିଲା। ଏହାକୁ ବୃନ୍ଦାବନ ଏବଂ ତାଙ୍କ ଝିଅ ସତ ବୋଲି ଭାବି ନେଇଥିଲେ। ଏଥିପାଇଁ ଠକମାନେ ବୃନ୍ଦାବନଙ୍କଠାରୁ ୧୬ ଲକ୍ଷ ଟଙ୍କା ନେଇଥିଲେ। ନାମଲେଖା ଇ-ମେଲ୍‌ ଧରି ବୃନ୍ଦାବନଙ୍କ ଝିଅ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ଯିବାପରେ ତାହା ଜାଲ୍‌ ବୋଲି ଜଣାପଡ଼ିଥିଲା। ଏହାପରେ ବଲାଙ୍ଗୀର ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଏସ୍‌ପି ଋଷିକେଶ ଡି. ଖିଲାରୀ ସାଇବର ଥାନା ଆଇଆଇସି ଭାରତୀ ନାଏକ, ସବ୍‌ଇନ୍ସପେକ୍ଟର ଅବିନାଶ ନାୟକ, ଆକାଶ ସାମଲ, ଏସ୍‌. ବାରିକ ଏବଂ ବଲାଙ୍ଗୀର ଟାଉନ୍‌ ଏବଂ ସଦର ପୋଲିସକୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ଭୁବନେଶ୍ୱର ଯାଇ ବରମୁଣ୍ଡା କଳିଙ୍ଗ ଏକାଡେମୀ ସିଲ୍‌ କରିବା ସହ ସେଠାରୁ ୩ ଜଣଙ୍କୁ ଗିରଫ କରିଛନ୍ତି। ଏହି ର଼୍ୟାକେଟ ବରଗଡ଼ ଏବଂ କେନ୍ଦୁଝର ଜିଲାର ଅନ୍ୟ ପ୍ରାର୍ଥୀଙ୍କୁ ମଧ୍ୟ ଠକିଥିବା ଜଣାପଡିଛି।
ଛାତ୍ରୀଙ୍କ ସମ୍ପର୍କୀୟ ଜୟ ମେହେର କହିଛନ୍ତି, ଭୁବନେଶ୍ୱରରେ ଏକ ବଡ଼ଧରଣର ର଼୍ୟାକେଟ ଚାଲିଛି। ପଶ୍ଚିମ ଓଡ଼ିଶାର ମଧ୍ୟବିତ୍ତ ଶ୍ରେଣୀର ପ୍ରାର୍ଥୀ ଏବଂ ଯେଉଁମାନଙ୍କ ଅଭିଭାବକ କମ୍‌ ପାଠୁଆ, ସେହିମାନଙ୍କୁ ଅଭିଯୁକ୍ତମାନେ ଟାର୍ଗେଟ କରୁଥିବା ସେ କହିିଛନ୍ତି। ଭୁବନେଶ୍ୱରର ଜଣେ ଯୁକ୍ତ୨ ଛାତ୍ରୀଙ୍କ ବାପା କହିଛନ୍ତି, ସରକାରୀ ଅଫିସ୍‌ରୁ ତାଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବା ଯୋଗୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ମାନସିକ ଯନ୍ତ୍ରଣା ପାଇଛନ୍ତି। ତାଙ୍କ କହିବାନୁଯାୟୀ ଯୁକ୍ତ୨ ନାମଲେଖା ପାଇଁ ରାଜ୍ୟ ସରକାର ସାମ୍‌ସ ଫୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ୍‌ ବ୍ୟବସ୍ଥା କରିଛନ୍ତି। ଏଥିରେ ଅଭିଭାବକ ଜଣକ ତାଙ୍କ ଝିଅର ନାମଲେଖା ପାଇଁ ଆବଶ୍ୟକ ତଥ୍ୟ ଦେଇଥିଲେ। ତେବେ ନାମଲେଖା ମେରିଷ୍ଟ ଲିଷ୍ଟ୍‌ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ପ୍ରାୟ ୧ ମାସ ଧରି ବିଭିନ୍ନ କୋଚିଂ ସେଣ୍ଟରରୁ ଘନ ଘନ ଫୋନ୍‌କଲ୍‌ ଆସିଥିଲା। ସେଥିରେ ସେ ବ୍ୟସ୍ତବିବ୍ରତ ହେଉଥିଲେ ମଧ୍ୟ ସେଥିରୁ ତ୍ରାହି ମିଳି ନ ଥିଲା। କୋଚିଂ ସେଣ୍ଟରଗୁଡ଼ିକ ସରକାରୀ ଅଫିସ୍‌ରୁ ଛାତ୍ରୀଛାତ୍ରଙ୍କ ଡାଟା ସଂଗ୍ରହ କରିବାରେ ସକ୍ଷମ ହୋଇଥିବାରୁ ବହୁ ଅଭିଭାବକ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri