ଏସ୍‌ସିବିରୁ ପିଲାଚୋରି: ୩ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ପୋଲିସ

କଟକ ଅଫିସ,୨୭।୯: କଟକ ବଡ଼ ମେଡିକାଲରୁ ପିଲା ଚୋରି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କିଭଳି ଓ କେଉଁ ପରିସ୍ଥିତିରେ ପିଲା ଚୋରି ହେଲା ଘଟଣାର ତଦନ୍ତ ଚାଲିଛି ବୋଲି ଡିସିପି ପିନାକ ମିଶ୍ର ଖବରଦାତା ସମ୍ମିଳନୀରେ କହିଛନ୍ତି।
ସେ କହିଛନ୍ତି, ପିଲା ଚୋରି କରୁଥିବା ମହିଳା ଜଣଙ୍କ ଦାଖଲ କରିଥିବା ସମସ୍ତ ଡକ୍ୟୁମେଣ୍ଟରେ ଫର୍ଜରୀ ଥିବା ଜଣାପଡିଛି । ତେବେ ଫର୍ଜରୀ ଡକ୍ୟୁମେଣ୍ଟ କିଭଳି ପ୍ରସ୍ତୁତ ହେଲା, ପୁରା ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ଼ ଚାଲିଛି । ଘଟଣାରେ ସମ୍ପୃକ୍ତ ଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।