କମ୍ପାନୀ ପ୍ରତିନିଧିଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଭୁବନେଶ୍ୱର,୧୪ା୯: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରଠାରେ ଆୟୋଜନ ହେବାକୁ ଥିବା ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ଆୟୋଜନ କରାଯାଇଛି। ଉକ୍ତ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁମ୍ବାଇର ୧୫ କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି। ବିଶେଷକରି କ୍ରିସିଲ୍‌ ଲି., ନାଲ୍‌କୋ ଓ ସହଯୋଗୀ କମ୍ପାନୀ ଥାଇସେନ୍‌କ୍ରପ୍‌ ଇଣ୍ଡିଆ ଲି., ଆଇଏମ୍‌ପି ପାଓ୍ବାର ଲି., ରୋଚେନ୍‌ ସେପାରେସନ୍‌ ସିଷ୍ଟମ୍‌ (ଇଣ୍ଡିଆ) ପ୍ରା.ଲି. ଭଳି ପ୍ରମୁଖ କମ୍ପାନୀ ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ୍‌ ପୃଥକ୍‌ ଭାବେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ସରକାର ଜମିଯୋଗାଣ, ଉନ୍ନତମାନର ବିଦ୍ୟୁତ୍‌, ଶିଳ୍ପପୁଞ୍ଜ ଏବଂ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ଭଳି ବ୍ୟବସ୍ଥା ଉପଲବ୍ଧ କରାଉଥିବା ବିଷୟ ମହାପାତ୍ର ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?