Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ୮ ପୋଲିସ ନିଲମ୍ବିତ…

ଲକ୍ଷ୍ନୌ, ୧୧।୬ : ଗୋରଖପୁରର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ ଅବହେଳା ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ବିମାନବନ୍ଦରକୁ ଯିବାବେଳେ ବାହ୍ୟ ଯାନବାହାନ ତାଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିଥିଲା। ଏହାଦ୍ୱାରା ଉତ୍ତେଜନା ଦେଖାଦେଇଥିଲା। କର୍ତ୍ତୃପକ୍ଷ କୌଣସି ପ୍ରକାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଇନ୍ସପେକ୍ଟରଙ୍କ ସମେତ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ଏସଏସପି ନିଲମ୍ବିତ କରିଛନ୍ତି। କୁହାଯାଉଛି ଯେ ଶୁକ୍ରବାର ଦିନ ଗୋରଖପୁରରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ହାଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା। ଦିଲ୍ଲୀରୁ ଗୋରଖପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ପାଛୋଟି ଆଣିବାକୁ ୧୧ଟା ୨୮ରେ ବିମାନବନ୍ଦରକୁ ଯାଉଥିଲେ। ଏହି ସମୟରେ ଏଭଳି ଅବହେଳା ଦେଖାଦେଇଥିଲା।

ଏସଏସପି ଡ. ଭିପିନ ତାଡା ଏହି ଘଟଣାର ଅନୁସନ୍ଧାନ କରିଥିଲେ। ଜଣାପଡିଥିଲା ଯେ ବିମାନ ବନ୍ଦରରୁ ପୂର୍ବ ଦିଗକୁ ଯାନବାହନ ଚଳାଚଳ ବନ୍ଦ କରିବା ଦାୟିବରେ ଥିବା ପୋଲି କର୍ମଚାରୀମାନେ ଅବହେଳା କରୁଛନ୍ତି। ସେ କୁସମି ପାର୍ଶ୍ୱରୁ ଆସୁଥିବା ଗାଡିଗୁଡ଼ିକୁ ବିମାନବନ୍ଦର ଆଡକୁ ପଠାଇଥିଲେ। ଏହି ଅବହେଳାର ଅଭିଯୋଗରେ ଡ୍ୟୁଟିରେ ଥିବା ଏସଏସପି, କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ଯଦୁନନ୍ଦନ ଯାଦବ, ଇନ୍ସପେକ୍ଟର ଅଜୟ ରାୟ, କନଷ୍ଟେବଳ ବ୍ରିଜେଶ ଯାଦବ, ସତ୍ୟେନ୍ଦ୍ର ଯାଦବ, ବିବେକ ମିଶ୍ର, କନଷ୍ଟେବଳ ସୁଜିତ ଯାଦବ, ମହିଳା କନଷ୍ଟେବଳ ଅରୁଣିମା ମିଶ୍ର, କନଷ୍ଟେବଳ କିରଣ ଚୌଧୁରୀ ପ୍ରମୁଖଙ୍କୁ ନିଲମ୍ବିତ କରାଯାଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା ଇନ୍ସପେକ୍ଟର ଯଦୁନନ୍ଦନ ଯାଦବ ଏବଂ ଇନ୍ସପେକ୍ଟର ଅଜୟ ରାୟଙ୍କର ଓ୍ବେରଲେସ୍‌ ହ୍ୟାଣ୍ଡସେଟ ନ ଥିଲା। ଯେତେବେଳେ ଅଧିକାରୀମାନେ ତାଙ୍କୁ ପଚାରିଲେ, ସେ କୌଣସି ଉତ୍ତର ଦେଇପାରିଲେ ନାହିଁ ଭିଆଇପିଙ୍କ ଯାତ୍ରା ସମୟରେ ଏସଏସପି ଏହାକୁ ଏକ ବଡ଼ ଅବହେଳା ବୋଲି ବିବେଚନା କରି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।

Share