‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍‌ଦର୍ଶନ ଦେବ’

ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍‌ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯାଇଛି। ଯାଜପୁର ଜିଲାର ୩୧୧ ପଞ୍ଚାୟତ, ୨ଟି ପୌରପରିଷଦ ଅଞ୍ଚଳର ମୋଟ୍‌ ୪ ଲକ୍ଷ ୧୦ ହଜାର ୮୭ ପରିବାରର ୧୫ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ହିତାଧିକାରୀ ପରିବାର ସଦସ୍ୟଙ୍କ ଚିକିତ୍ସା ନିମନ୍ତେ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ବିରଜାଙ୍କୁ ପ୍ରଣାମ ଜଣାଇବା ସହ ଜିଲାର ୨୮ଶହ କୋଟି ଟଙ୍କାର ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଉତ୍ସବରେ ୩୦ ଜିଲାର ନୃତ୍ୟ ପ୍ରତିନିଧିମାନେ ଯୋଗଦେଇ ସେମାନଙ୍କ କଳାନୈପୁଣ୍ୟ ପରିବେଷଣ କରିଥିଲେ। ଉତ୍ସବକୁ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଏବଂ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପରିଚାଳନା କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ଓଡ଼ିଶାର ସାଢ଼େ ଚାରି କୋଟି ପରିବାର ମୁଖ୍ୟମନ୍ତ୍ରୀଙ୍କ ପରିବାର ବୋଲି କହିବା ସହ କୌଣସି ବ୍ୟକ୍ତି ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚତ୍ତ ନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହାନ୍ତି। ଏଥିପାଇଁ ନବୀନ ପଟ୍ଟନାୟକ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଭାରତ ବର୍ଷରେ ଦିଗ୍‌ଦର୍ଶନ ଦେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମାର୍ଟକାର୍ଡର ଦିଗ ଉପରେ ଆଲୋଚନା କରିଥିଲେ।
ଉତ୍ସବରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, କୋରେଇ ବିଧାୟକ ଅଶୋକ ବଳ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟିକା ସୁନନ୍ଦା ଦାସ ଓ ଏମ୍‌ପି ସର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ। ଅତିଥି ୩୦ଜଣ ମହିଳାଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ। ୧୬ ତାରିଖଠାରୁ ଜିଲାର ସମସ୍ତ ବ୍ଲକ୍‌ ଓ ପୌରପରିଷଦର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri