‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଐତିହାସିକ’

ଖୋର୍ଦ୍ଧା ଅଫିସ,୪।୧: ଖବରକାଗଜ ବିତରକ (ହକର)ଙ୍କୁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଖୋର୍ଦ୍ଧାରୁ ଶୁଭାରମ୍ଭ ହୋଇଛି। ସୋମବାର ଜିଲା ସଂସ୍କୃତି ଭବନ ପରିସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଯୋଗଦେଇ ଏହାର ଶୁଭାରମ୍ଭ କରି କହିଥିଲେ, ରାଜ୍ୟର ସମସ୍ତ ଜିଲାରେ ପର୍ଯ୍ୟାୟକ୍ରମେ ଏହି ପରିଚୟପତ୍ର ବଣ୍ଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଏକ ଐତିହାସିକ ପଦକ୍ଷେପ ଓ ଅଭିନବ ପ୍ରୟାସ। ହକରଙ୍କୁ ସରକାରୀ ସ୍ତରରେ ସ୍ବୀକୃତି ପ୍ରଦାନ କରିଛନ୍ତି। ଗତ ଡିସେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ହକରଙ୍କୁ କୋଭିଡ୍‌ ସହାୟତା ପ୍ରଦାନ କରିଥିଲେ। ଏଥିସହ ଅଣସଙ୍ଗଠିତ ଶ୍ରମିକ ସାମାଜିକ କଲ୍ୟାଣ ବୋର୍ଡରେ ସାମିଲ କରିଛନ୍ତି। ରାଜ୍ୟର ୭୩୦୦ ହକରଙ୍କୁ ଏହି ପରିଚୟପତ୍ର ବଣ୍ଟନ କରାଯିବ। ହକରମାନେ ନିରବଚ୍ଛିନ୍ନ ଭାବେ ଖବରକାଗଜ ବିତରଣ କରି ଆସୁଛନ୍ତି। କୋଭିଡ୍‌ର ପ୍ରଥମ ଲହର ବେଳେ ହକରମାନେ ଯାତାୟାତରେ ହଇରାଣ ହୋଇଛନ୍ତି। ଏଣିକି ସବୁ ସମୟରେ ପରିଚୟପତ୍ର ସେମାନଙ୍କୁ ସହାୟକ ହେବ।
ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ, ତିନି ସପ୍ତାହ ମଧ୍ୟରେ ହକରଙ୍କ ତାଲିକା ପ୍ରସ୍ତୁତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୧୫ଦିନ ମଧ୍ୟରେ ରାଜ୍ୟର ହକରଙ୍କ ଡାଟାବେସ ପ୍ରସ୍ତୁତ କରାଯାଇଛି। ସମସ୍ତ ହକରଙ୍କ ଆକାଉଣ୍ଟକୁ ୬ହଜାର ଟଙ୍କା କୋଭିଡ୍‌ ସହାୟତା ପଠାଯାଇଛି। କେତେଜଣ ହକରଙ୍କ ବ୍ୟାଙ୍କ ଆକାଉଣ୍ଟ ଜନିତ ତ୍ରୁଟି ଯୋଗୁ ସମସ୍ୟା ହୋଇଛି। ଏହାର ଖୁବଶୀଘ୍ର ସମାଧାନ କରାଯିବ। କୋଭିଡ୍‌ ସମୟରେ ଭୟଭୀତ ନ ହୋଇ ଖବରକାଗଜ ବିତରଣ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ସେହିପରି ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ହକରମାନେ ଘର ଘର ବୁଲି ଖବରକାଗଜ ପହଞ୍ଚାଇଥାନ୍ତି। ପରିବାର ପୋଷଣ ପାଇଁ ନିଃସ୍ବାର୍ଥ ଭାବେ କାର୍ଯ୍ୟ କରୁଛନ୍ତି। କୋଭିଡ୍‌ ସହାୟତା ଠାରୁ ପରିଚୟପତ୍ର ସେମାନଙ୍କ ପାଇଁ ସମ୍ମାନ ଆଣିଦେବ। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ, ହକରଙ୍କ ସାମାଜିକ ଦାୟିତ୍ୱବୋଧ, କର୍ତ୍ତବ୍ୟନିଷ୍ଠା ଏବଂ ସମୟାନୁବର୍ତ୍ତିତା ଉଚ୍ଚକୋଟୀର। ଶ୍ରମର ସାର୍ଥକତାକୁ ଠିକ୍‌ ପ୍ରତିପାଦନ କରିପାରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ଅତିରିକ୍ତ ଜିଲାପାଳ ମନୋଜ ପାଢୀ ମଞ୍ଚାସୀନ ଥିଲେ। ଏହି ଅବସରରେ ହକର ଜିତେନ୍ଦ୍ର କୁମାର ବେହେରା ଅନୁଭୂତି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ହକରଙ୍କ ପାଇଁ ଖୁସି ଆଣିଛି। ଏଥିଲାଗି ସେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ। କୋଭିଡ ଗାଇଡ୍‌ଲାଇନ ଯୋଗୁ ୧୦ଜଣ ହକରଙ୍କୁ ଅତିଥିମାନେ ପରିଚୟପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri