ବରଗଡ଼ରେ ଆରମ୍ଭ ହେବ ଚିଫ୍‌ ମିନିଷ୍ଟର କପ୍‌ ଫୁଟ୍‌ବଲ ମ୍ୟାଚ୍‌: ଭାଗ ନେବେ ୮ ଟିମ୍‌

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆସନ୍ତା ସୋମବାରରୁ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୧୫ ବର୍ଷରୁ କମ୍‌ ବୟସ ବର୍ଗର ଚିଫ୍‌ ମିନିଷ୍ଟର କପ୍‌ ଫୁଟବଲ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ଏ ନେଇ ରବିବାର ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲା କ୍ରୀଡ଼ା ସଂସଦର କର୍ମକର୍ତ୍ତାମାନେ ସୂଚନା ଦେଇ କହିଥିଲେ, ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ୧୫ଜିଲାରେ ପ୍ରତିଯୋଗିତା ଆୟୋଜିତ ହୋଇ ସାରିଥିବା ବେଳେ ସୋମବାରରୁ ବରଗଡ଼ ସମେତ ଅନ୍ୟ ଜିଲାଗୁଡ଼ିକରେ ଏହା ଆରମ୍ଭ ହେବ। ରାଜ୍ୟ ସରକାର ଓ ଫୁଟବଲ ଆସୋସିଏଶନ୍‌ ଅଫ ଓଡ଼ିଶା ତୃଣମୂଳସ୍ତରରେ ଯୁବ ଫୁଟବଲ ପ୍ରତିଭା ଚୟନ ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ଚୟନକର୍ତ୍ତାମାନଙ୍କ ଦାରା ଚୟନ ହୋଇଥିବା ଖେଳାଳିମାନେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ଏକାଡେମୀ ତଥା ବିଭିନ୍ନ ଜିଲାରେ ଥିବା କ୍ରୀଡ଼ା ହଷ୍ଟେଲଗୁଡ଼ିକରେ ରହି ଫୁଟବଲ ଖେଳରେ ପ୍ରଶିକ୍ଷଣ ପାଇପାରିବେ। ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା ଖେଳାଳିମାନେ ମଧ୍ୟ ଆନ୍ତଃରାଜ୍ୟ ଫୁଟବଲ ପ୍ରତିଯୋଗିତାଗୁଡ଼ିକରେ ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇ ପାରିବେ। ସୋମବାରରୁ ବରଗଡ଼ରେ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବାବେଳେ ଏଥିରେ ୮ଦଳ ଅଂଶଗ୍ରହଣ କରିବା। ସେହି ଦଳଗୁଡିକ ମଧ୍ୟରେ ବରଗଡ଼ ଜିଲାର ୟୁନାଇଟେଡ୍‌ ସ୍ପୋର୍ଟସ କ୍ଲବ, ବ୍ଲୁ ଡାଇମଣ୍ଡ କ୍ଲବ, ସୁପର ଜିମ୍ନାସିୟମ କ୍ଲବ, ବାବା ଆମ୍ବେଦକର କ୍ଲବ , ଏସ୍‌ଏସ୍‌ଓ୍ବାଇଏସ୍‌ ଗୋବିନ୍ଦ ପାଲି, ବିର୍ସା ମୁଣ୍ଡା କ୍ଲବ ଖଲିଆପାଲି , ଗୋପବନ୍ଧୁ କ୍ଲବ କଦଳୀପାଲି ଓ ଖରମୁଣ୍ଡା ୟୁଥ୍‌ ଆଥ୍‌ଲେଟିକ୍‌ ଆସୋସିଏଶନ୍‌ ରହିଛନ୍ତି। ସୋମବାର ଅପରାହ୍ନ ୩ଟା ୩୦ ମିନିଟ୍‌ରେ ପ୍ରତିଯୋଗିତାକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବେ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। ଜିଲା କ୍ରୀଡ଼ା ସଂସଦ ସଭାପତି ତଥା ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉପସ୍ଥିତିରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ସହିତ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ଏହି ପ୍ରତିଯୋଗିତାକୁ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ୧୨ ଜଣ ରେଫରୀ ପରିଚାଳନା କରିବାକୁ ଥିବାବେଳେ ସୁରେଶ ଦାଶଙ୍କୁ ମ୍ୟାଚ୍‌ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି। ଖବରଦାତା ସମ୍ମିଳନୀରେ ଜିଲା କ୍ରୀଡ଼ା ସଂସଦ ଉପସଭାପତି ଯୁଗଳ ପ୍ରସାଦ ସିଂ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ଉପସଭାପତି ରବି ପଣ୍ଡା, ଜିଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ମହାପାତ୍ର, ଫୁଟବଲ ସମ୍ପାଦକ ଶେକ୍‌ ସବଦର, ଆଉଟଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, କାଉନସିଲ ସଦସ୍ୟ ମହେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri