Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ କ୍ରିସମସ ପାର୍ଟି: ରାଜ୍ୟପାଳଙ୍କୁ କରାଗଲାନି ଆମନ୍ତ୍ରଣ…

ଥିରୁଭାନନ୍ତପୁରମ,୨୧।୧୨ : କେରଳରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ସାଧାରଣ ସୌଜନ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। ବିଜୟନ ତାଙ୍କ କ୍ରିସମସ ପାର୍ଟିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ କରି ନାହାନ୍ତି।

କ୍ରିସମସ ଏବଂ ନୂତନ ବର୍ଷ ପାଳନ ପାଇଁ ତିରୁଭାନନ୍ତପୁରମର ସରକାରୀ ମାସ୍କଟ ହୋଟେଲରେ ମଙ୍ଗଳବାର ବିଜୟନ ଏକ ଭୋଜି ଆୟୋଜନ କରିଥିଲେ। ଏଥିରେ ଯୋଗଦେବାକୁ ରାଜ୍ୟପାଳଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା। ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ରାଜ୍ୟ ଭବନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ରାଜ୍ୟପାଳଙ୍କୁ ଛାଡ଼ି ବିଜୟନଙ୍କ ଦ୍ୱାରା ଆୟୋଜିତ ପାର୍ଟିରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ତେବେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କୋଜିକୋଡେର ଲଭ ଅଫ ହୋମ କୁଟୋଲି ଲୋକଙ୍କ ସହ କ୍ରିସମସ ପାଳନ କରିଥିଲେ।

Share