ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସୁଭଦ୍ରା ପାଇଁ ଟଙ୍କା ନେଉଥିଲେ…

ଭୁବନେଶ୍ୱର,୧୦।୯: ରାଜ୍ୟ ସରକାର ପ୍ରଣୟନ କରିଥିବା ସୁଭଦ୍ରା ଯୋଜନା ଫର୍ମ ସଂଗ୍ରହ ତଥା ପଞ୍ଜିକରଣ ପାଇଁ ଗତ କିଛିଦିନ ଧରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ଜମୁଛି। ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଡାଟାବେସରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି। ତେବେ ଏହି ଯୋଜନା ଅନ୍ତର୍ଗତ ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ମାତ୍ର କେତେକ ସ୍ଥାନରେ ଅଙ୍ଗନବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଓ ଅନଲାଇନରେ ଫର୍ମ ଅପଲୋଡ କରିବା ପାଇଁ ୫୦ ରୁ ୨୦୦ ଟଙ୍କା ଅର୍ଥ ଦାବି କରୁଥିବା ସୂଚନା ମିଳୁଛି। ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ, ସେଥି ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି।

ତେବେ ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୧୭ତାରିଖରେ ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ସବୁ ହିତାଧିକାରୀ ଯେମିତି ଲାଭ ପାଇବେ ମୁଁ ତଦାରଖ କରିବି। ବିଧାନସଭାରୁ ମା’ ମାନଙ୍କୁ ପ୍ରତିଶ୍ରୁତି ଦେଲି। ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ ପାଇଁ କୌଣସି ଦେୟ ଦିଆଯିବ ନାହିଁ। ଟଙ୍କା ଦାବି ନେଇ ଆସିଥିବା ଅଭିଯୋଗ ସତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତି ଫର୍ମ ଅପଲୋଡ ପାଇଁ ରାଜ୍ୟ ସରକାର ୧୫ ଟଙ୍କା ଦେଉଛନ୍ତି। ଅର୍ଥ ଦାବି କଲେ କାରଣ ଦର୍ଶାଇ ଥାନାରେ ଅଭିଯୋଗ କରିପାରିବେ।

ସୂଚନାଥାଉକି, ନିକଟରେ ଆବେଦନ ଫର୍ମ ବଣ୍ଟନରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ପ୍ରଶାସନ ଦ୍ୱାରା ଜଣେ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଏକ ମାସର ଦରମା ବନ୍ଦ କରା ଯାଇଛି । ସେହିଭଳି ଫର୍ମ ପଞ୍ଜିକରଣ ପାଇଁ ଅର୍ଥ ଦାବି କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲାର ଡେରାବିଶସ୍ଥିତ  ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉକ୍ତ  ଜନସେବା କେନ୍ଦ୍ରକୁ ସାମୟିକ ବନ୍ଦ କରି ଦିଆଯାଇଛି। ଏହାସହ ହେଲ୍ପଲାଇନ ନମ୍ବରକୁ ଆସିଥିବା ଏକ କଲକୁ ଆଧାର କରି କଟକ ଜିଲା ଆଠଗଡ଼ର ଏକ ମୋ ସେବା କେନ୍ଦ୍ରରେ  ଫର୍ମ ବିକ୍ରି ଓ ପୂରଣ ବାବଦରେ ୧୦୦ ଟଙ୍କା ଅର୍ଥ ଦାବି ଅଭିଯୋଗ ବିରୋଧରେ  କଟକ ମହାନଗର ନିଗମ ପକ୍ଷରୁ ଏତଲା ଦାଖଲ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ମଙ୍ଗଳବାର ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି, ସୁଭଦ୍ରା ଫର୍ମର ସମସ୍ତ ପ୍ରକ୍ରିୟା, ସ୍କାନିଂ  ଓ ଅପଲୋଡ କରିବା ନିମନ୍ତେ ଜିଏସଟି ସହ ପ୍ରତି ଫର୍ମ ପାଇଁ  ୧୫ ଟଙ୍କା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଉଦ୍ଦିଷ୍ଟ କେନ୍ଦ୍ରକୁ ପ୍ରଦାନ କରାଯାଉଛି। କୌଣସି କେନ୍ଦ୍ରରେ କେହି କର୍ମଚାରୀ କୌଣସି କାରଣ ଦର୍ଶାଇ ଅର୍ଥ ଦାବି କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯିବା ସହ ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri