Categories: ଜାତୀୟ

କରୋନାକୁ ହରାଇଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୩୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇଛନ୍ତି। ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁଭେଚ୍ଛା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟ୍‌ କରିଛନ୍ତି ଯେ, ଆପଣଙ୍କ ସମସ୍ତଙ୍କର ଶୁଭେଚ୍ଛା ଏବଂ ଡାକ୍ତରଙ୍କ ଯତ୍ନ ଯୋଗୁ ମୁଁ କରୋନାକୁ ହରାଇଲି। ସମସ୍ତ ସହଯୋଗ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୧୪ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଥିଲେ। ସେବେଠାରୁ ମୁଖ୍ୟମନ୍ତ୍ରୀ ହୋମ ଆଇସୋଲେସନ୍‌ ଥିଲେ।

Share