ଅଯୋଧ୍ୟାରେ ଦୀପୋତ୍ସବ: ସରୟୁ ନଦୀ କୂଳରେ ଯୋଗୀ କଲେ ଆରତୀ, ଦୀପରେ ଆଲୋକିତ ହେଲା ରାମନଗରୀ

ଅଯୋଧ୍ୟା,୭।୧୧: ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍‌ଘାଟ କରି ସରୟୁ ନଦୀ କୂଳରେ ଆରତୀ କରିଛନ୍ତି।

ଦୀପୋତ୍ସବ ସରୟୁ ନଦୀର ୫୬ ଘାଟରେ ୩୦ ଲକ୍ଷ ମାଟି ଦୀପ ଜଳି ରାମନଗରୀ ଆଲୋକିତ ହୋଇଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ସାଧୁସନ୍ଥମାନଙ୍କୁ ସମ୍ମାନିତ କରିଥିଲେ। ସାଧୁସନ୍ଥମାନେ ଅଯୋଧ୍ୟାର ବିକାଶ, ଧର୍ମ ଓ ସଂସ୍କୃତିର ସଂରକ୍ଷଣ ଏବଂ ଦୀପୋତ୍ସବର ନୂତନ ରୂପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।

ଦୀପୋତ୍ସବରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଅଂଶଗ୍ରହଣ କରିଥିଲେ। ସେ କହିଥିଲେ, ଭଗବାନ ରାମଙ୍କ ଜନ୍ମସ୍ଥାନ ପବିତ୍ର ଅଯୋଧ୍ୟାରେ ଅଯୋଧ୍ୟାରେ ଅନୁଷ୍ଠିତ ଦୀପୋତ୍ସବରେ ଉପସ୍ଥିତ ରହି ନିଜକୁ ଗର୍ବିତ ମନେ କରିଥିଲେ। ରାମଚନ୍ଦ୍ର କେବଳ ଭଗବାନ ନୁହଁନ୍ତି, ବରଂ ସେ ଆଦର୍ଶ ଆଚରଣର ଏକ ଅନନ୍ତ ପ୍ରତୀକ ବୋଲି ଉପରାଷ୍ଟ୍ରପତି କହିଥିଲେ।

ଭଗବାନ ରାମଙ୍କ ଜୀବନ ଆମକୁ ପଦବୀରେ ନୁହେଁ, ବରଂ ଚରିତ୍ରର ଶକ୍ତି ଏବଂ କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପ ଶିଖାଏ। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦି ଭଗବାନଙ୍କ ପଥକୁ ଅନୁସରଣ କରୁଥିବା ପ୍ରକାଶ କରିଥିଲେ।

Share