Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପିନ୍ଧନ୍ତୁ ଶାଢ଼ି-ବ୍ଳାଉଜ…

ଥିରୁଭାନନ୍ତପୁରମ୍‌,୧।୮ : କେରଳ ସ୍କୁଲରେ ଲିଙ୍ଗଗତ ପରିଚୟ ଲୁଚାଇବା ପାଇଁ ବିବାଦ ବଢ଼ିବାରେ ଲାଗିଛି। ଏନେଇ ଇଣ୍ଡିଆନ ମୁସଲିମ୍‌ ଲିଗ୍‌ର ବିଧାୟକ ଏମ୍‌ .କେ.ମୁନିର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଶାଢ଼ି-ବ୍ଳାଉଜ ପିନ୍ଧନ୍ତୁ।

ବିଧାୟକ ମୁନିର ରବିବାର ଅଭିଯୋଗ କରିଥିଲେ ଯେ ଶାସକ ବାମପନ୍ଥୀ ବିଦ୍ୟାଳୟରେ ଧର୍ମର ପରିଚୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଲିଙ୍ଗଗତ ସମାନତା ନାମରେ ରାଜ୍ୟ ସରକାର ଲିଙ୍ଗ ନିରପେକ୍ଷତା ଲାଗୁ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଏଭଳି କରନ୍ତୁ ବୋଲି ମୁନିର ପରାମର୍ଶ ଦେଇଛନ୍ତି।

ବିଧାୟକ ମୁନିର ସୋମବାର କହିଛନ୍ତି ଯେ ସେ ଲିଙ୍ଗ ନିରପେକ୍ଷତା ବିରୋଧରେ କହୁନାହାଁନ୍ତି କିମ୍ବା ସେ ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ପରିହାସ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ସେ କେବଳ କହିଥିଲେ ଯେ ଲିଙ୍ଗ ନିରପେକ୍ଷତାର ଧାରଣା ପିତୃଗତ।

ରବିବାର  କୋଜିକୋଡେରେ ଏକ କାର୍ଯ୍ୟକ୍ରମରେ ମୁନିର ଅଭିଯୋଗ କରିଛନ୍ତି ଯେ ବାମପନ୍ଥୀ ସରକାର ବିଦ୍ୟାଳୟରେ ଲିଙ୍ଗ ନିରପେକ୍ଷ ୟୁନିଫର୍ମ ନୀତି ମାଧ୍ୟମରେ ଧର୍ମକୁ ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି। ସେ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ବିଜୟନ ସ୍କୁଲ ପିଲାମାନଙ୍କ ପାଇଁ ଲିଙ୍ଗ ନିରପେକ୍ଷ ପୋଷାକକୁ ପ୍ରୋତ୍ସାହିତ କରୁଛନ୍ତି, ସେତେବେଳେ ସେ ନିଜେ ଲିଙ୍ଗ ନିରପେକ୍ଷ କାହିଁକି ରହି ପାରିବେ ନାହିଁ?

ପୁଅ ଏବଂ ଝିଇମାନଙ୍କ ପାଇଁ ସମାନ ପୋଷାକକୁ କେରଳ ମୁସଲମାନ ବିରୋଧ କରୁଛନ୍ତି। ଗତ ବର୍ଷ କେରଳର ଏକ ସରକାରୀ ବିଦ୍ୟାଳୟ ବାଳକ ଓ ବାଳିକାମାନଙ୍କ ପାଇଁ ସମାନ ପୋଷାକ ଲାଗୁ କରିଥିଲା। ଏହା ବିରୋଧରେ ମୁସଲିମ ସମନ୍ବୟ କମିଟିର ନେତୃତ୍ୱରେ ଏକ ରାଲି ବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଦୀର୍ଘ ଦିନ ଧରି କେରଳରେ ଲିଙ୍ଗଗତ ସମାନତା ପାଇଁ ପ୍ରୟାସ ଚାଲିଆସୁଛି। ଛାତ୍ରମାନଙ୍କର ଲିଙ୍ଗ ପରିଚୟ ଲୁଚାଇବା ପାଇଁ ସେମାନଙ୍କ ପାଇଁ ସମାନ ପୋଷାକ ଲାଗୁ କରିବା ପାଇଁ ଜନମତ ସୃଷ୍ଟି କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂର କରିବା।
ନିକଟରେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ମଧ୍ୟ ଲିଙ୍ଗ ନିରପେକ୍ଷ ଡ୍ରେସ କୋଡକୁ ସମର୍ଥନ କରିଥିଲେ।

Share