Categories: ଜାତୀୟ

ଇଫ୍‌ତାର ପାର୍ଟିରେ ସାମିଲ ହେଲେ ନୀତିଶ: ବଢ଼ିଲା ରାଜନୈତିକ ହଇଚଇ

ପାଟନା,୨୨।୪: ରମଜାନ ମାସ ଚାଲିଥିବା ବେଳେ ସବୁବର୍ଷ ଭଳି ରାଜନୈତିକ ଦଳମାନେ ମଧ୍ୟ ଇଫ୍‌ତାର ପାର୍ଟିର ଆୟୋଜନ କରିଥାନ୍ତି। ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ମଧ୍ୟ ୁଳିତ ବର୍ଷ ରମଜାନର ଇଫ୍‌ତାର ପାର୍ଟି ଆୟୋଜନ କରିଛି। ଏହି ପାର୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଏନ୍‌ଡିଏର ମୁକେଶ ସାହାଣି ଓ ଚିରାଗ ପାସଓ୍ବାନଙ୍କୁ ମଧ୍ୟ ତେଜସ୍ବୀ ଯାଦବ ଓ ରାବ୍ରି ଦେବୀ ଆମନ୍ତ୍ରଣ କରିଥିଲେ। ତେବେ ଶୁକ୍ରବାର ରାବ୍ରି ଦେବୀଙ୍କ ବାସଭବନରେ ଆୟୋଜିତ ହୋଇଥିବା ପାର୍ଟିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ବିହାରରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। କୁହାଯାଉଛି, ଏହି ଇଫ୍‌ତାର ପାର୍ଟି ଆଳରେ ରାଜନୈତିକ ମେଣ୍ଟ ପାଇଁ ପ୍ରୟାସ କରାଯାଉଛି। ଅନ୍ୟପଟେ ଏହାକୁ ରାଜନୀତି ସହ ଯୋଡିବା ଉଚିତ୍‌ ନୁହେଁ ବୋଲି ଚିରାଗ ପାସଓ୍ବାନ କହିଛନ୍ତି।

Share