Categories: ଜାତୀୟ

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଯୋଗୀ ସରକାରଙ୍କୁୁ ଘେରିବା ଆରମ୍ଭ ହୋଇଛି। ଟିଏମସି ଏବଂ ଏଏପି କହିଛନ୍ତି ଯେ ବିଜ୍ଞାପନରେ ବ୍ୟବହୃତ ଫ୍ଲାଏ ଓଭରର ଚିତ୍ର କୋଲକାତାର।

ଯୋଗୀ ଆଦିତ୍ୟନାଥଙ୍କ ଏକ ପ୍ରମୁଖ ବିଜ୍ଞାପନରେ କୋଲକାତାର ଫ୍ଲାଏ ଓଭରର ଫଟୋ ଦେଖାଯିବା ପରେ ଏକ ଅଡୁଆ ସୃଷ୍ଟି ହୋଇଛି। ଭାଜପାରୁ ଟିଏମସିରେ ଯୋଗ ଦେଇଥିବା ନେତା ମୁକୁଲ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ନିଜ ଦଳକୁ ବଞ୍ଚାଇବାରେ ଅସମର୍ଥ ହୋଇ ଏଭଳି କରିଛନ୍ତି ବୋଲି କହିଛନ୍ତି।

ପଶ୍ଚିମବଙ୍ଗର ବିକାଶର ଚିତ୍ରକୁ ନିଜର ବୋଲି କହିବା ଦୁଃଖର ବିଷୟ ବୋଲି ଆମ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ମଧ୍ୟ ଏହି ଚିତ୍ରକୁ ଶେୟାର କରି କହିଛନ୍ତି, ଏଭଳି ବିକାଶ କେବେ ଶୁଣାଯାଇ ନ ଥିଲା କିମ୍ବା ଦେଖାଯାଇ ନ ଥିଲା। କୋଲକାତା ଫ୍ଲାଏ ଓଭରକୁ ଲକ୍ଷ୍ନୌକୁ ଟଣା ହୋଇ ଅଣାଯାଇଛି। ଯୋଗୀଙ୍କ ବିକାଶ ବିଜ୍ଞାପନ ନେଇ ଏବେ ବିରୋଧୀ ଭାଜପାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

Share