Categories: ଜାତୀୟ

ବଜ୍ରପାତ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଜୟପୁର,୧୨।୭: ବଜ୍ରପାତ ରାଜସ୍ଥାନରେ ରବିବାର ବଜ୍ରପାତ ଯୋଗୁୂ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ବଜ୍ରପାତ ଯୋଗୁ ଜୟପୁରରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, କୋଟାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୋଲପୁରରେ ୩ ଜଣ ଛୋଟପିଲାଙ୍କଜୀବନ ଯାଇଛି। ଝାଲଓ୍ବାଡ଼ାରେ ଜଣେ,ଏବଂ ବାରାଂରେ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share