Categories: ଫୁରସତ

ଦିନକ ପାଇଁ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌, ୨୫ା୧: ଦିନକ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ବସି ଚର୍ଚ୍ଚାକୁ ଆସିଛନ୍ତି ସୃଷ୍ଟି ଗୋସ୍ବାମୀ। ରବିବାର ଜାତୀୟ କନ୍ୟା ଦିବସ ଅବସରରେ ହରିଦ୍ୱାର ଜିଲା ଦୌଲତପୁର ଗ୍ରାମର ସୃଷ୍ଟି ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏକ ବୈଠକରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ୧୯ ବର୍ଷୀୟା ସୃଷ୍ଟି ରୁର୍‌କି ବିଏସ୍‌ଏମ୍‌ ପିଜି କଲେଜର ବିଏସ୍‌ସି ଏଗ୍ରିକଲ୍‌ଚରର ଛାତ୍ରୀ। ତାଙ୍କ ବାପା ପ୍ରବୀଣ ପୁରିଙ୍କ ଗାଁରେ ଏକ ଗ୍ରୋସରୀ ଦୋକାନ ରହିଛି। ୨୦୧୮ରେ ସୃଷ୍ଟି ଉତ୍ତରାଖଣ୍ଡ ବିଧାନସଭାରେ ଶିଶୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ଗର୍ଲସ ଇଣ୍ଟରନ୍ୟାଶନାଲ ଲିଡରଶିପ୍‌ ପାଇ ଥାଇଲ୍ୟାଣ୍ଡରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସବୁ ଝିଅଙ୍କଠାରେ ବହୁତ କିଛି କରି ଦେଖାଇବାର ଦକ୍ଷତା ରହିଛି। ସେମାନଙ୍କୁ କେବଳ ସହଯୋଗର ଆବଶ୍ୟକତା ଥିବା ସୃଷ୍ଟି କହିଛନ୍ତି।

Share