ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁମ୍ବାଇ,୩ା୫: ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଆୟୋଜିତ ଓ୍ବାଲର୍‌ଡ ଅଡିଓ ଭିଜୁଆଲ ଓ ଏଣ୍ଟରଟେନମେଣ୍ଟ ସମିଟ୍‌ (ଓ୍ବେବ୍ସ) ୨୦୨୫ରେ ଶନିବାର ‘ସ୍ବଦେଶୀ କ୍ରୀଡ଼ା-ଭାରତରୁ ବିଶ୍ୱସ୍ତର’ ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନ୍ୟତା ଦିଗରେ ଆଗେଇ ନେବା ଲାଗି ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ସ୍ବଦେଶୀ କ୍ରୀଡ଼ାର ବିକାଶ ଉପରେ ଆଲୋକପାତ କରିଛନ୍ତି।

ପୁଣି କହିଛନ୍ତି, ସ୍ବଦେଶୀ କ୍ରୀଡ଼ା କେବଳ ଖେଳ ନୁହେଁ, ସେଗୁଡ଼ିକ ଟିମଓ୍ବାର୍କ, ଧୈର୍ଯ୍ୟ ଓ ଆମ ସମ୍ପ୍ରଦାୟ ମାଟିର ପରିଚୟକୁ ପ୍ରକାଶ କରେ। ଖେଳରେ ସଂସ୍କୃତି ଅଛି, ସଂସ୍କୃତିରେ ଅସ୍ମିତା ଅଛି। ବିଶ୍ୱସ୍ତରରେ ଆମ ସ୍ବଦେଶୀ କ୍ରୀଡ଼ାକୁ ତା’ର ଉପଯୁକ୍ତ ଅଧିକାର ଦେବା ଲାଗି ଆମେ ଭାରତ ସରକାର ଓ ବିଶ୍ୱ ଫେଡେରେଶନ ସହିତ କାମ କରିବା ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଖୋ ଖୋ ଭଳି ସ୍ବଦେଶୀ କ୍ରୀଡ଼ା ଲାଗି ହାଇ-ପରଫର୍ମାନ୍ସ ସେଣ୍ଟର ନିର୍ମାଣ କରିଛି। ଏହି ଉଲ୍ଲେଖନୀୟ ପଦକ୍ଷେପ ପାରମ୍ପରିକ କ୍ରୀଡ଼ା ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳାଇଛି। ଉପଯୁକ୍ତ ପ୍ରଶିକ୍ଷଣ, ଭିତ୍ତିଭୂମି ଓ ନୂତନତ୍ୱ ମାଧ୍ୟମରେ ପାରମ୍ପରିକ କ୍ରୀଡ଼ାକୁ ପେସାଦାର କ୍ରୀଡ଼ା ଭଳି ଲୋକପ୍ରିୟ କରିହେବ।

ଓଡ଼ିଶା ଜଗରନଟ୍ସ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଏକମାତ୍ର ଫ୍ରାଞ୍ଚାଇଜ, ଯାହାକି ଅଲ୍ଟିମେଟ ଖୋ ଖୋ ଲିଗ୍‌ରେ ଚାମ୍ପିୟନ ହୋଇଛି। ଏହା ଦର୍ଶାଉଛି ଯେ, ନିରନ୍ତର ସମର୍ଥନ ଓ ସୁଚିନ୍ତିତ ନିବେଶ ମାଧ୍ୟମରେ କିଛି ବି ହାସଲ କରାଯାଇପାରେ ବୋଲି ସେ କହିଛନ୍ତି। ଓ୍ବେବ୍ସ ୨୦୨୫ ସମ୍ମାନିତ ବକ୍ତାଙ୍କ ପ୍ୟାନେଲରେ ପ୍ରୋ କବାଡ଼ି ଲିଗ କମିଶନର ଅନୁପମ ଗୋସ୍ବାମୀ, ଗ୍ଲୋବାଲ କବାଡି ଆଇକନ ଫାଜେଲ ଅଟ୍ରାଚାଲି ଓ ଖୋ ଖୋ ଫେଡେରେଶନ ଅଫ ଇଣ୍ଡିଆ ସଭାପତି ସୁଧାଂଶୁ ମିତ୍ତଲ ସ୍ଥାନ ପାଇଥିଲେ। ସେମାନେ ସରକାର, ଫେଡେରେଶନ, ଗଣମାଧ୍ୟମ ଓ ଆଥ୍‌ଲେଟଙ୍କ ସମର୍ଥନରେ ଭାରତର ପାରମ୍ପରିକ କ୍ରୀଡ଼ାକୁ କେଉଁଭଳି ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ ପ୍ଲାଟଫର୍ମକୁ ନିଆଯାଇପାରିବ, ତାହା ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri