Categories: ଜାତୀୟ

ଜିତିଲେ ଗେହଲଟ

ଜୟପୁର,୧୪।୮: ରାଜସ୍ଥାନ ରାଜନୀତିରେ ଲାଗିରହିଥିବା ସଙ୍କଟ ଶେଷ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ଆସ୍ଥା ଭୋଟରେ ବିଧାନସଭାରେ ବିଜୟଲାଭ କରିଛନ୍ତି। ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ଗେହଲଟ କହିଥିଲେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ହେଲେ ଏହା ସମ୍ଭବ ନୁହେଁ। ଏହାପରେ ରାଜସ୍ଥାନ ବିଧାନସଭାକୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅନ୍ୟପଟେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଘର ବାହୁଡାକୁ ନେଇ ଚାଲିଥିବା ଆଲୋଚନାର ମଧ୍ୟ ଅନ୍ତ ଘଟିଛି।

Share