Categories: ଜାତୀୟ

ଶୁକ୍ରବାର ଅବସର ନେବେ ପ୍ରଧାନ ବିଚାରପତି ରମନା, ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ଅବସର…

ନୂଆଦିଲ୍ଲୀ, ୨୫।୮ : ଦେଶର ୪୮ତମ ପ୍ରଧାନ ବିଚାରପତି ଏନ୍‌.ଭି.ରମନା ଶୁକ୍ରବାର(ଅଗଷ୍ଟ ୨୬)ରେ ଅବସର ଗ୍ରହଣ କରିବେ। ତାଙ୍କର ପୂରା ନାମ ନୁଥାଲପତି ଭେଙ୍କଟ ରମନା। ସେ ୧୯୫୭ ଅଗଷ୍ଟ ୨୭ରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲାରେ ଜନ୍ମଗ୍ରହଣ କରିଥିଲେ।

ସେ ୬୫ ତମ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ଅବସର ଗ୍ରହଣ କରିବେ। ୨୦୨୧ ଏପ୍ରିଲ୍‌ ୨୪ରେ ସେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ରମନାଙ୍କ ପରେ ବିଚାରପତି ୟୁୟୁ ଲଳିତ ସୁପ୍ରିମ୍‌କୋର୍ଟର ୪୯ତମ ପ୍ରଧାନ ବିଚାରପତି ଭାବେ ଅଗଷ୍ଟ ୨୭ରେ ଦାୟିତ୍ୱ ଗ୍ରହଣ କରିବେ।

Share