କେନ୍ଦୁଝରରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କେନ୍ଦୁଝର,୧୨ା୧୨(ସ୍ବ.ପ୍ର.): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌୍‌ ମୂରଲୀଧର ରବିବାର କେନ୍ଦୁଝର ଜିଲାରେ ଇ ସର୍ଭିସେସ ଫର୍‌ ଆଡ୍‌ଦ୍ଭୋକେଟ ଉପରେ ଆୟୋଜିତ ଏକ ତାଲିମ ଶିବିରରେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏହା ପରେ କେନ୍ଦୁଝର ଓକିଲ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସାଗତ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଇ ଫାଇଲିଂ ସେଣ୍ଟରର କେନ୍ଦୁଝର ଓ ଯାଜପୁର ଜିଲାର ୮୦ ଜଣଙ୍କୁ ତାଲିମ ଦିଆଯାଇଛି। ଜୁଡିସିଆଲ ଅଧିକାରୀ ଜନ୍ମେଜୟ ଦାସ ତାଲିମ ଦେଇଥିଲେ। ଜିଲା ଜଜ୍‌ ଚିତ୍ତରଞ୍ଜନ ମହାପାତ୍ର, ଜିଲା ଓକିଲ ସଂଘର ସଭାପତି ଆଶିଷ ଚକ୍ରବର୍ତ୍ତୀ, ଉପସଭାପତି ରବିନ୍ଦ୍ର ସେଠୀ, ସମ୍ପାଦକ ଆଲୋକ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।