Categories: ଜାତୀୟ

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି। ୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ନ୍ୟାୟପାଳିକା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ଅଛି। ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଅଛି ତେଣୁ ଏହି ସମୟରେ ଜାଣିଶୁଣି ତାଙ୍କ ଉପରେ ଏହି ଅଭିଯୋଗ ଆସିଥିବା ସେ କହିଛନ୍ତି। ଗୋଗୋଇ କହିଛନ୍ତି ଅଭିଯୋଗ ଆଣିଥିବା ମହିଳା ଜଣେ ଅପରାଧି ତାଙ୍କ ନାଁରେ ଦୁଇ ଦୁଇଟି ମାମଲା ରହିଛି।

Share