ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ। ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିିବାରେ ଲାଗିଛି।

ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୁଇଟି ମିଶାଇ ମୋଟ ୩୬ଟି ପ୍ଲଟ ରହିଛି। ଏଥିସହିତ ୨.୨୬ କୋଟି ଟଙ୍କା ଜମା ଆକାରରେ ଭିଜିଲାନ୍ସ ପାଇଛି। ବିଭିନ୍ନ ବୀମା କମ୍ପାନୀଗୁଡିକରେ ରାଉତ ୧.୮୬ କୋଟି ଟଙ୍କା ନିବେଶ କରିଛନ୍ତି। ତେବେ ବ୍ୟାଙ୍କରେ ୪୦.୩୯ ଲକ୍ଷ ଟଙ୍କା ଜମା ଆକାରରେ ରହିଛି। ଏପର୍ଯ୍ୟନ୍ତ ଆକଳନ କରାଯାଇଥିବା ମୋଟ ଜମା ୨୨, ୦୦୦ କୋଟିରୁ ଅଧିକ ହେବ। ଏବେ ଭିଜିଲାନ୍ସ ଶେୟାର ଏବଂ ଅନ୍ୟାନ୍ୟ ଆର୍ଥିକ ଉପକରଣରେ ବିନିଯୋଗର ଅଧିକ ବିବରଣୀ ଯାଞ୍ଚ କରୁଥିବା କହିଛି

ଢେଙ୍କାନାଳରର ସପ୍ତଶଯ୍ୟାରେ ୮ ଏକର ଜମିରୁ ଅଧିକ ଜମିରେ ଥିବା ଫାର୍ମ ହାଉସ ମଧ୍ୟରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫାର୍ମ ହାଉସ ଭିତରେ ଦୁଇ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର। ୨୧୨୩ ବର୍ଗଫୁଟର ଗୋଟିଏ କୁକୁଡ଼ା ଫାର୍ମ। ଯେଉଁଠାରେ ପ୍ରାୟ ୧୦୦୦ ସଂଖ୍ୟକ ଦେଶ କୁକୁଡ଼ା ଏବଂ ବତକ ଅଛନ୍ତି। ୨୫୫୦ ବର୍ଗଫୁଟର ଗୋଟିଏ ଗାଈ ଫର୍ମ। ଯେଉଁଠାରେ ୪୫ ଗାଈ ଏବଂ ୨୫ ବାଛୁରୀ ଅଛନ୍ତି। ତେବେ ଫାର୍ମ ହାଉସରେ ଅମାପ ସମ୍ପତ୍ତିର ଠାବ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଭେଟେରାନାରୀ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି ଭଜିଳାନ୍ସ ଅଧିକାରୀ। ତେବେ ଭିଜିଲାନ୍ସ ଅଧିକାରୀ ଯାହା ସୂଚନା ଦେଇଛନ୍ତି ମୁଖ୍ୟ ର୍ନିମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଲକର ଏପର୍ଯ୍ୟନ୍ତ ଖୋଲାଯାଇନାହିଁ।

ତେବେ ଗୁରୁବାର ଭିଜିଲାନ୍ସର ୯ଟି ଟିମ ସୁନୀଲଙ୍କ ଘର ସମେତ ଭୁବନେଶ୍ୱର, ବଲାଙ୍ଗୀର, ପୁରୀ, ଅନୁଗୋଳ, କଟକର ୯ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ସ୍ଥାନ ମଧ୍ୟରେ ସୁନୀଲଙ୍କ କଟକ ଗୁରୁଡିଝାଟିଆସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗରସ୍ଥିତ ପୁଅଙ୍କ ଘର, ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା ପଡା ଗ୍ରାମରେ ଥିବା ହରେକୃଷ୍ଣ ନର୍ସରି ଓ ୮ ଏକର ବିଶିଷ୍ଟ ଫାର୍ମ ହାଉସ, ନୟାପଲ୍ଲୀସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀରସ୍ଥିତ ବାସଭବନ ଓ ଅଫିସ ଚାମ୍ବର ଆଦି ରହିଛି। ତେବେ ଚଢ଼ାଉ ସମୟରେ ଭିଜିଲାନ୍ସ ସୁନୀଲଙ୍କ ବିପୁଳ ସମ୍ପତ୍ତି ଠାବ କରିଛି। କଟକ, ଭୁବନେଶ୍ୱର, ପୁରୀ ଓ ଢେଙ୍କାନାଳରେ ମୋଟ ୩୪ଟି ପ୍ଲଟ ରହିଛି। ୩୪ଟି ପ୍ଲଟ ମଧ୍ୟରୁ ଭୁବନେଶ୍ୱରରେ ୫, ପୁରୀରେ ୩, କଟକରେ ୧୯ ଓ ଢେଙ୍କାନାଳରେ ୭ ପ୍ଲଟ ରହିଛି।

ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ପ୍ଲଟ ନଂ.୯୦ରେ ଥିବା ଗୋଟିଏ ୩ ମହଲା କୋଠା, ନୟାପଲ୍ଲୀ ନୀଳକଣ୍ଠ ନଗରସ୍ଥିତ ପ୍ଲଟ ନଂ. ୪୯୪ରେ ଥିବା ଗୋଟିଏ ଦୁଇ ମହଲା କୋଠା, ପୁରୀ ଜିଲା ଶ୍ରୀକ୍ଷେତ୍ର ଭକ୍ତ ନିବାସ ବ୍ଲକ-ଜେ ଗ୍ରାଉଣ୍ଡ ଫ୍ଲୋର୍ରେ ଥିବା ୨ ବିଏଚ୍କେ ଫ୍ଲାଟ (ନଂ.୦୦୨), ପୁରୀ ଭିଆଇପି ରୋଡ୍ସ୍ଥିତ କ୍ରୀଷ୍ଣାଧାମ ଆପାର୍ଟମେଣ୍ଟରେ ଏକ ଓ୍ବାନ ବିଏଚ୍କେ ଫ୍ଲାଟ (ନଂ.ସି/୧୦୪) ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ ଉଇଙ୍ଗ ପ୍ରୟାସ ଜାରି ରଖିଛି। ଏଥିସହ ତାଙ୍କ ଘରୁ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା, ୧୭୬ ଗ୍ରାମର ସୁନା ଅଳଙ୍କାର, ୫୦୦ ଗ୍ରାମର ରୁପା ଅଳଙ୍କାର ଠାବ ହୋଇଛି।

ସେହିପରି ୩୭ ଲକ୍ଷ ୩୬ ହଜାର ୫୯୭ ଟଙ୍କାର ଗୋଟିଏ ଟ୍ରକ (ଟାଟା ଏଲ୍ପିଟି), ୨ଟି ବେନାମୀ ଚାରିଚକିଆ ଯାନ (ହ୍ୟୁଣ୍ଡାଇ କ୍ରେଟା/ମହିନ୍ଦ୍ରା ଥର୍‌) ଓ ୪ଟି ବାଇକ ଏବଂ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣକୁ ହିସାବ କରାଯାଇଛି। ଢେଙ୍କାନାଳ ଫାର୍ମ ହାଉସରେ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର ରହିଥିବାବେଳେ ସେଥିରେ ବହୁ ମୂଲ୍ୟ ଟଙ୍କାର ଜିନିଷପତ୍ର ରହିଛି। ସେହିପରି ୭୧ ଗୋରୁ ଓ ବଡ଼ କୁକୁଡା ଫାର୍ମ ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୯ ଟିମ୍‌ରେ ୨ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଚଢ଼ାଉ ଜାରି ରହିଥିବାବେଳେ ସୁନୀଲଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସୁନୀଲ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ର୍ନିମାଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ସମୟରେ ଗତ ଜାନୁୟାରୀ ୩ରେ ୨୭୨୩ କୋଟି ଟଙ୍କାରେ ର୍ନିମିତ ଲୋୟର ସୁକ୍ତେଲ ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟରେ ସୁନୀଲ ଦୁର୍ନୀତି କରିଥିବା ସନ୍ଦେହ କରାଯାଉଥିବାରୁ ଏ ଦିଗକୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri