ଚିକନ୍‌କାରୀ ଆଉଟ୍‌ଫିଟ୍‌

ଚିକନ୍‌କାରୀ କୁର୍ତ୍ତା: ଖରାଦିନେ କୁଲ୍‌, କମ୍ଫର୍ଟେବଲ ଲୁକ୍‌ ଦେଇଥାଏ ଚିକନ୍‌କାରୀ କୁର୍ତ୍ତା। ଯଦି ଆପଣ ଦିନବେଳା ଏହାକୁ କ୍ୟାରି କରିବାକୁ ଚାହୁଁଥାନ୍ତି, ତା’ହେଲେ ପ୍ଲାଜୋ ସହିତ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳେ। ଖାସ୍‌କରି ଲେସ୍‌ କାମ ହୋଇଥିବା ପ୍ଲାଜୋ ସହିତ ଏହା ବେଶ୍‌ ମାନିଥାଏ। ଆଉ ଯଦି ଟିକେ ଷ୍ଟାଇଲିଶ୍‌ ଟଚ୍‌ ଚାହୁଁଥାନ୍ତି, ତା’ହେଲେ ଚିକନ୍‌କାରୀ କୁର୍ତ୍ତାକୁ ଜିନ୍ସ ସହିତ ମଧ୍ୟ ପେୟାର୍‌ କରିପାରିବେ। ଏଥିପାଇଁ ଆପଣଙ୍କ ହାତରେ ହାଇଓ୍ବେଷ୍ଟ ଜିନ୍ସରୁ ଆରମ୍ଭ କରି ରିପ୍ଡ ଜିନ୍ସ ପର୍ଯ୍ୟନ୍ତ ଅନେକ ଅପ୍ସନ ରହିଛି। ସ୍ପୋର୍ଟି ଲୁକ୍‌ ପାଇଁ ଆପଣ ଏହା ସହିତ ସ୍ନିକର୍ସ ମଧ୍ୟ ମ୍ୟାଚିଂ କରି ପିନ୍ଧିପାରିବେ। ଏହାଛଡ଼ା ଯଦି ଆପଣ ସିମ୍ପଲ ପ୍ୟାଣ୍ଟ କିମ୍ବା ଟ୍ରାଉଜର୍ସ ସହିତ ଏହି କୁର୍ତ୍ତା ପିନ୍ଧିବାକୁ ଚାହୁଁଥାନ୍ତି; ତା’ହେଲେ ଧ୍ୟାନ ଦେବେ ପ୍ୟାଣ୍ଟ କିମ୍ବା ଟ୍ରାଉଜର୍ସର ଲମ୍ବା ଯେମିତି ଆଙ୍କେଲ୍‌ ଲେଙ୍ଗ୍‌ଥ ହୋଇଥିବ। ଏହି ଲୁକ୍‌କୁ ସିଲ୍‌ଭର୍‌ କଲର୍‌ର ଚାନ୍ଦବାଲି କିମ୍ବା ଝୁମ୍‌କା ଇୟର ରିଂ ବେଶ୍‌ ଭଲ ମାନିଥାଏ।

ଚିକନ୍‌କାରୀ ଶାଢି: ଏହା ଦେଖିବାକୁ ଯେମିତି ସୁନ୍ଦର ହୋଇଥାଏ ପିନ୍ଧିବାକୁ ବି ସେମିତି କମ୍ଫର୍ଟେବଲ ଲାଗିଥାଏ। ସେଥିପାଇଁ ସେଲିବ୍ରିଟିଙ୍କୁ ବି ଅନେକ ସମୟରେ ଏହି ଶାଢି ପିନ୍ଧିଥିବାର ଦେଖିବାକୁ ମିଳେ। ବିଶେଷକରି ସିଲ୍କ ଚିକନ୍‌କାରୀ ଶାଢି, ଜର୍ଜେଟ୍‌ ଚିକନ୍‌କାରୀ ଶାଢି, କୋଟା ଚିକନ୍‌କାରୀ ଶାଢି, ଚନ୍ଦେରୀ ଚିକନ୍‌କାରୀ ଶାଢିର ବେଶ୍‌ ଚାହିଦା ରହୁଥିବା ସୂଚନା ରହିଛି।

ଚିକନ୍‌କାରୀ ଲେହେଙ୍ଗା: ଖରାଦିନେ ହେଉଥିବା ବାହାଘରରେ ପିନ୍ଧିବା ପାଇଁ ଚିକନ୍‌କାରୀ ଲେହେଙ୍ଗା ଏକ ବେଷ୍ଟ ଅପ୍ସନ ହୋଇଥାଏ। ବିଶେଷକରି ବେବି ପିଙ୍କ୍‌, ବ୍ରାଇଟ୍‌ ୟେଲୋ, ଲାଇଟ୍‌ ଅରେଞ୍ଜ, ପିଚ୍‌ କଲର୍‌, ଲାଇଟ୍‌ ବ୍ଲୁ କିମ୍ବା ପର୍ପଲ କଲର୍‌ର ଚିକନ୍‌କାରୀ ଲେହେଙ୍ଗା ଖରାଦିନେ ପିନ୍ଧିବାକୁ ଭଲ ଲାଗିଥାଏ। ଲାଇଟ୍‌ ଫାବ୍ରିକ୍‌ରେ ତିଆରି ହୋଇଥିବା ଏହି ଲେହେଙ୍ଗା ସହିତ ଡାଇମଣ୍ଡ, ରୁବି, ପୋଲ୍‌କି କିମ୍ବା କୁନ୍ଦନ କାମ ହୋଇଥିବା ଜୁଏଲେରୀ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

ଚିକନ୍‌କାରୀ ଗାଉନ୍‌: ଖରାଦିନେ ଅଫିସ୍‌ ପାର୍ଟି ହେଉ ଅବା ଘରୋଇ ପୂଜାପର୍ବରେ ପିନ୍ଧିବା ପାଇଁ ଏହା ବେଷ୍ଟ ଅପ୍ସନ ହୋଇଥାଏ। ଏହା ସହିତ ଅକ୍ସିଡାଇଜ୍‌ଡ ଜୁଏଲେରୀ ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଏ।