Categories: ଜାତୀୟ

ଛୋଟା ରାଜନଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ମୁମ୍ବାଇ,୪।୧: ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ରାଜନଙ୍କୁ ଏହି ଦଣ୍ଡାଦେଶ କରିଛନ୍ତି। ୨୦୧୫ରେ ପନଓ୍ବେଲ ସ୍ଥିତ ବିଲ୍ଡର ନନ୍ଦୁ ଓ୍ବାଜେକରଙ୍କୁ ଧମକାଇ ୨୬ କୋଟି ଟଙ୍କା ମାଗିଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ବିଲ୍ଡରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଟଙ୍କା ନ ଦେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଛୋଟା ରାଜନ ବିରୋଧରେ ୬୭ ଆପରାଧୀକ ମାମଲା ରହିଛି। ସେଥିମଧ୍ୟରୁ ୬୫ ମୁମ୍ବାଇରେ ଥିବାବେଳେ ୨ଟି ମାମଲା ନଭି ମୁମ୍ବାଇ ଏବଂ ଗୋଟିଏ ମାମଲା ପୁଣେରେ ଦାଏର କରାଯାଇଛି।

Share