Posted inଖେଳ

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ସେ ୭ମ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବର୍ଗରେ ମନୀଷା କଲ୍ୟାଣ ପ୍ରଥମ ଥର ୨୦୨୧-୨୨ ସିଜନ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପୁରସ୍କାର ପାଇଁ ଛେତ୍ରୀ ଓ କଲ୍ୟାଣଙ୍କୁ କୋଚ୍‌ ଇଗୋର ଷ୍ଟିମାକ୍‌ ଓ ଥୋମାସ ଡେନର୍ବି ମନୋନୀତ କରିଛନ୍ତି। ବର୍ତ୍ତମାନ ସକ୍ରିୟ ରହିଥିବା ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ତୃତୀୟ ସର୍ବାଧିକ ଗୋଲ ସ୍କୋରର ବିବେଚିତ ହେଉଛନ୍ତି। ସେ ପ୍ରଥମେ ଏହି ପୁରସ୍କାର ୨୦୦୭ରେ ଜିତିଥିଲେ। ପରେ ସେ ୨୦୧୧, ୨୦୧୩, ୨୦୧୪, ୨୦୧୭, ୨୦୧୮-୧୯ରେ ଏହି ପୁରସ୍କାର ଲାଭ କରିଥିଲେ। ସାଫ୍‌ କପ୍‌ରେ ସୁନୀଲ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ସେ ୫ଟି ଗୋଲ ଦେବା ସହ ଆମର ଟପ୍‌ ସ୍କୋରର ହୋଇଥିଲେ ବୋଲି ଷ୍ଟିମାକ୍‌ କହିଛନ୍ତି। ପୁନଶ୍ଚ କୋଲକାତାରେ ଅନୁଷ୍ଠିତ ଏଏଫ୍‌ସି ଏସିଆନ୍‌ କପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ଖେଳାଯାଇଥିବା ୩ଟି ମ୍ୟାଚରେ ୪ଟି ଗୋଲ ସ୍କୋର କରିଥିଲେ। ଦଳର ଭଲ ଓ ଖରାପ ସମୟରେ ତାଙ୍କ ପ୍ରତିଶ୍ରୁତିବଦ୍ଧତା, ନେତୃତ୍ୱ ଓ କଠିନ ପରିଶ୍ରମ ପ୍ରଭାବଶାଳୀ ରହିଥିଲା। ଅନ୍ୟପକ୍ଷରେ କଲ୍ୟାଣଙ୍କ ପାଇଁ ଏହାହେଉଛି ପ୍ରଥମ ମହିଳା ଫୁଟ୍‌ବଲର ଅଫ୍‌ ଦି ଇୟର ପୁରସ୍କାର। ପୂର୍ବରୁ ସେ ୨୦୨୦-୨୧ ସିଜନରେ ମହିଳା ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଥିଲେ। ମନୀଷାଙ୍କର ଜାତୀୟ ଦଳ ଏବଂ ତାଙ୍କ କ୍ଲବକୁ ଉଲ୍ଲେଖନୀୟ ସହାୟତା କରିଛନ୍ତି। ନିୟମିତ ଗୋଲ ସ୍କୋର କରିବା ସହ ଗୋଲ ଦେବାରେ ଅନ୍ୟ ଖେଳାଳିଙ୍କୁ ସହାୟତା ମଧ୍ୟ କରିଛନ୍ତି। ତାଙ୍କର ଭଲ ସ୍ପିଡ୍‌ ରହିଛି। ସେ ଜଣେ ଉତ୍ତମ ଡ୍ରିବଲର ହୋଇଥିବାରୁ ବଡ଼ ଲିଗ୍‌ରେ ଖେଳିବା ପାଇଁ ସେ ଦକ୍ଷତା ରଖିଛନ୍ତି। କଲ୍ୟାଣ ନିକଟରେ ସାଇପ୍ରସର ଟପ୍‌ ଡିଭିଜନ ବିଜେତା ଆପୋଲନ ଲେଡିଜ୍‌ ସହ ଏକ ବହୁ ବର୍ଷର ଚୁକ୍ତି କରିଛନ୍ତି। ଏହି ଫୁଟ୍‌ବଲ କ୍ଲବ ୨୦୨୨-୨୩ ୟୁଫା ମହିଳା ଚାମ୍ପିୟନଶିପ୍‌ କ୍ୱାଲିଫାଇଂ ରାଉଣ୍ଡରେ ସ୍ଥାନ ପାଇଛି। ଅନ୍ୟ ପୁରସ୍କାର ମଧ୍ୟରେ ମାର୍ଟିନା ଥୋକ୍‌ଚୋମ୍‌ ୨୦୨୧-୨୨ ବର୍ଷ ପାଇଁ ମହିଳା ଇମର୍ଜିଂ ଫୁଟ୍‌ବଲର ଅଫ୍‌ ଇୟର ଏବଂ ବିକ୍ରମ ପ୍ରତାପ ସିଂ ୨୦୨୧-୨୨ ପୁରୁଷ ଇଭର୍ଜିଂ ଫୁଟ୍‌ବଲର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri